ରାତିରେ କାହିଁକି କାନ୍ଦନ୍ତି କୁକୁର ? କଣ ସତରେ ତାଙ୍କୁ ଦେଖାଯାଏ ଭୁତ, ଜାଣନ୍ତୁ ରହସ୍ୟ !

ନମସ୍କାର ବନ୍ଧୁଗଣ ତେବେ କୁକୁରକୁ ଏକ ବିଶ୍ଵସ୍ତ ଏବଂ ବୁଦ୍ଧିମାନ ଜୀବ ବୋଲି ମାନାଯାଏ । ହିନ୍ଦୁଧର୍ମ ଶାସ୍ତରେ କୁକୁରକୁ ଭୈରବଙ୍କ ସବାରି ବୋଲି କୁହାଯାଇଛି । କିନ୍ତୁ ରାତିରେ କାହା ଘର ବାହାରେ କୁକୁର ଭୋକିଲେ ଭୟର ବାତାବରଣ ସୃଷ୍ଟି ହୋଇଥାଏ ଏବଂ ଲୋକେ କୁକୁରକୁ ଘଉଡାଇ ଦିଅନ୍ତି ମଧ୍ୟ । କିନ୍ତୁ ଶାସ୍ତ୍ର ଅନୁସାରେ କୁକୁର ମାନଙ୍କ ଭୋକିବା ପଛରେ କିଛି ନା କିଛି କାରଣ ରହିଛି । ତେବେ ଆଜି ଆମେ ଆପଣଙ୍କୁ ରାତିରେ କୁକୁର ଭୋକିବାର ନିଗୂଢ ରହସ୍ୟ ବିଷୟରେ କହିବୁ ।

ତେବେ ଆମ ସମାଜରେ କୁକୁର ରାତିରେ ଭୋକିବା ଅଶୁଭ ବୋଲି କୁହାଯାଏ । ଏହା ଦ୍ବାରା କୌଣସି ଅଶୁଭ କାର୍ଯ୍ୟ ନିଶ୍ଚୟ ଘଟିଥାଏ ବୋଲି ଲୋକେ ବିଶ୍ଵାସ କରନ୍ତି । ଏହା ଏକ ଅନ୍ଧବିଶ୍ଵାସ ଭାବେ ଆଜି ମଧ୍ୟ ଆମ ଘର ମାନଙ୍କରେ ପ୍ରଚଳିତ ରହିଛି । ଆମର କୌଣସି ଧାର୍ମିକ ଗ୍ରନ୍ଥରେ କୁକୁର ଭୋକିବା ବା କନ୍ଦିବା ଅଶୁଭ ବୋଲି କୁହାଯାଇ ନାହିଁ । କିଛି ଜ୍ୟୋତିର୍ବିଦ ମାନେ କେବଳ ଏହି ବିଷୟରେ ନିଜ ମତ ଦେଇଛନ୍ତି ।

ଜ୍ଯୋତିଷଙ୍କ ଅନୁଯାୟୀ କୁକୁର ନିଜ ଆଖପାଖରେ ରହିଥିବା ନକରାତ୍ମକ ଶକ୍ତିକୁ ଅନୁଭବ କରିନିଏ । ତେବେ ତେବେ ରାତିରେ କୁକୁର ଭୋକିବାର ଅର୍ଥ ହେଉଛି ସେ କୌଣସି ଆତ୍ମାକୁ ଦେଖିଛି ବା ନକରାତ୍ମକ ଊର୍ଜାକୁ ଅନୁଭବ କରିଛି । ତେଣୁ ରାତିରେ କୁକୁର କାନ୍ଦିବା ବେଳେ ଭୟ ନକରି ସତର୍କ ରହିବା ଉଚିତ । କିନ୍ତୁ ଜୀବ ବିଜ୍ଞାନୀ ମାନ ଏହି ସମସ୍ତ କଥାକୁ ନିରର୍ଥକ ବୋଲି କୁହନ୍ତି ।

ସେମାନଙ୍କ ମତରେ କୌଣସି କୁକୁର ନିଜ ସାଥି ମାନଙ୍କୁ ଖୋଜିବା ପାଇଁ କିମ୍ବା ସେ କେଉଁଠାରେ ଅଛି ଜଣାଇବା ପାଇଁ ଭୋକି କରି ସନ୍ଦେଶ ଦେଇଥାଏ । ଆଉ ତାହାର ସାଥିମାନେ ତାକୁ ଶୁଣିବା ପରେ ଭୋକି କରି ତାକୁ ଜବାବ ଦିଅନ୍ତି । ଏହା ସହ ମାଆ କୁକୁରର ଛୁଆ କେଉଁ ଆଡେ ପଳେଇ ଯାଇଥିଲେ ସେ ଏହିପରି ଭୋକି ତାକୁ ଖୋଜିଥାଏ । ସବୁ କୁକୁର ମାନଙ୍କ ନିଜ ନିଜ ଗଳି ବା ଇଲାକା ରହିଥାଏ ।

ଅନ୍ୟ ଗଳିର କୁକୁରଙ୍କୁ ନିଜ ଇଲାକା ବିଷୟରେ ଜଣାଇବା ପାଇଁ ମଧ୍ୟ ସେମାନେ ଭୋକିଥାନ୍ତି ବୋଲି ବୈଜ୍ଞାନିକଙ୍କ ମତ । ଏହା ତାଙ୍କ ଇଲାକାରେ ପ୍ରବେଶ ନକରିବା ପାଇଁ ଅନ୍ୟ କୁକୁରଙ୍କୁ ଏକ ପ୍ରକାର ଚେତାବନୀ ହୋଇଥାଏ । କୁକୁରଙ୍କୁ ଏକା ରହିବା ବିଲକୁଲ ମଧ୍ୟ ପସନ୍ଦ ନୁହେଁ । ସେଥିପାଇଁ ଭୋକିବା ସେମାନଙ୍କ ପାଇଁ ଅଭିଯୋଗ କରିବାର ଏକ ମାଧ୍ୟମ ହୋଇଥାଏ ।

ଏହାସହ କୁକୁରଙ୍କୁ ଯଦି ଆଘାତ ଲାଗିଯାଏ ତେବେ ମଧ୍ୟ ସେମାନେ ଏପରି ଭୋକିଥାନ୍ତି । କେବେ କୌଣସି କାରଣ ପାଇଁ ସେମାନଙ୍କୁ କ୍ରୋଧ ମିବା ବିରକ୍ତି ଆସିଲେ ମଧ୍ୟ ସେମାନେ ଏପରି ଭୋକିବାକୁ ଲାଗନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *