ରାଷ୍ଟ୍ରପତି Draupadi Murmu ଙ୍କ ସୁରକ୍ଷା ପାଇଁ ଛାଇ ପରି ରହିଛନ୍ତି ଆସାମ ପୁଅ…

ବନ୍ଧୁଗଣ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ଵରେ ଆସାମ ପୁଅ । ଛାଇ ପରି ରହି ହୋଇଛନ୍ତି କବଚ । ସଫଳତାର ଶୀର୍ଷରେ ମେଜର ଅଭିନାଶ ଛେତ୍ରୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ନିକଟରେ ଓଡିଶା ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ବିନ୍ଦୁ ସାଗରର ଚତୁର୍ପାର୍ଶ୍ୱ ଖାଲି ପାଦରେ ଭ୍ରମଣ କରିଥିଲେ ।

ତାହା ପୁଣି କଡା ସୁରକ୍ଷା ବଳୟ ଭିତରେ । ଆଉ ଏହି ସୁରକ୍ଷା ଦାୟିତ୍ଵରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଆସାମ ପୁଅ । ରାଷ୍ଟ୍ରପତିଙ୍କ ଟିକେ ଗୋଡ କାଟିଲେ କିମ୍ବା ପାହାଚରୁ ଉଠିଲା ବେଳେ ଟିକେ ଗୋଡ କାଟିଲେ ସେ ସଙ୍ଗେ ସଙ୍ଗେ ତାଙ୍କ ହାତ ଧରି ଦେଉଥିଲେ । ଆଉ ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ହେଉଛନ୍ତି ମେଜର ଅଭିନାଶ ଛେତ୍ରୀ ।

ଅଞ୍ଜନା ଛେତ୍ରୀ ଏବଂ ପୂର୍ଣ୍ଣ ବାହାଦୁର ଛେତ୍ରୀଙ୍କ ବଡ ପୁଅ ହେଉଛନ୍ତି ଅଭିନାଶ ଛେତ୍ରୀ । 1995 ମସିହା ଅକ୍ଟୋବର 11ରେ ଆସାମର ତିନି ଶୁଖୁଆ ଜିଲ୍ଲାର ସାଦିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ ଅଭିନାଶ ଛେତ୍ରୀ । ତାଙ୍କ ବାପା ପୂର୍ଣ୍ଣ ବାହାଦୁର ଛେତ୍ରୀ ଏସଆଇବିରେ ଜଣେ ଅବସର ପ୍ରାପ୍ତ କର୍ମଚାରୀ ଅଟନ୍ତି । ଛୋଟ ବେଳୁ ଅଭିନାଶଙ୍କର ଇଛା ଥିଲା ଭାରତୀୟ ସେନାରେ ଯିବା ପାଇଁ ଆଉ ସେ ତାଙ୍କ ସ୍ଵପ୍ନକୁ ଆଜି ପୂରଣ କରି ଦେଖେଇ ଛନ୍ତି ।

ସେକ୍ରେଟ ହାର୍ଟ ମଣ୍ଟେଶ୍ଵରୀ ସ୍କୁଲରେ ନର୍ସରୀ କ୍ଳାସ ସରିବା ପରେ ବାପାଙ୍କର ଟ୍ରାନ୍ସଫର ହେବା କାରଣରୁ ଅଭିନାଶ ସିଧା ସଳଖ ଡିଆଇଭି ପବ୍ଲିକ ସ୍କୁଲରେ ପାଠ ପଢୀଥିଲେ । ବାପାଙ୍କର ବାରମ୍ବାର ବଦଳି ହେବା କାରଣରୁ ସେ ବିଭିନ୍ନ ସ୍କୁଲରେ ରହି ପାଠ ପଢିଛନ୍ତି । ବାୟୁସେନାରେ ଯୋଗ ଦେବା ପାଇଁ ସେ ପ୍ରଥମରୁ ଇଛୁକ ଥିଲେ ଆଉ ପରେ ଯେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢିଲେ ସେତେବେଳେ ସେ ତାଙ୍କ ମନ ପରିବର୍ତ୍ତନ କରିଥିଲେ ।

ଏହା ପରେ ସେ ଏନଡିଏ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ବକସିଙ୍ଗ ଆଉ ଫାୟାରିଙ୍ଗରେ ସ୍ଵର୍ଣ୍ଣ ପଦକ ହାସକ କରିଥିଲେ । ବନ୍ଧୁଗଣ ଅଭିନାଶ ଏବେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ଵରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କର ଏହି ସବୁ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *