ରାଷ୍ଟ୍ର ହିତରେ ଏହି 4 ରାଷ୍ଟ୍ରପତି ନେଇଥିଲେ ବଡ ନିସ୍ପତି, ଜୀବନରେ ଆଦୌ ନେଇ ନାହାନ୍ତି ଦରମା…

ବନ୍ଧୁଗଣ ଆମ ଦେଶର ସର୍ବୋଛ ପଦ କଥା ଯଦି କହିବା ତା ହେଲେ ଆମ ସମସ୍ତଙ୍କ ମନରେ ରାଷ୍ଟ୍ରପତି ପଦ ଆଗେ ଆସିବ । ତେବେ ରାଷ୍ଟ୍ରପତି ହେଉଛନ୍ତି ଭାରତର ପ୍ରଥମ ନାଗରିକ ଆଉ ବର୍ତ୍ତମାନ ଆମ ଦେଶର ରାଷ୍ଟ୍ରପତି ଅଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ରାଷ୍ଟ୍ରପତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଦରମା ନେଇ ନାହାନ୍ତି ।

ଏହି ରାଷ୍ଟ୍ରପତି ମାନେ ସରକାରୀ ଖର୍ଚ୍ଚରେ ବିଦେଶ ଭ୍ରମଣ କରି ନାହାନ୍ତି କି ସରକାରୀ ଯାନ ବ୍ୟବହାର କରି ନାହାନ୍ତି । ଲୋକର ହିତରେ ତଥା ଦେଶର ବିକାଶ ପାଇଁ ରାଷ୍ଟ୍ରପତି ଦରମା ନେଇ ନାହାନ୍ତି । ଏମିତି ଚାରି ଜଣ ରାଷ୍ଟ୍ରପତି ରହିଛନ୍ତି ଯେଉଁ ମାନେ ନିଜ ଦରମାର କିଛି ପ୍ରତିସତ ବା ପୁରା ଦରମା ଜନସେବାରେ ନିୟୋଜିତ କରିଛନ୍ତି । ଏମିତି କି ସରକାରୀ ଖର୍ଚ୍ଚରେ ବିଦେଶ ଭ୍ରମଣ କରି ନାହାନ୍ତି କିମ୍ବା ବ୍ୟକ୍ତିଗତ କାମରେ ସରକାରୀ ଯାନ ବ୍ୟବହାର କରି ନାହାନ୍ତି ।

ଦର୍ଶକ ବନ୍ଧୁ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ନିଜ ଦରମାର ୩୦ ପ୍ରତିଶତ ନେଉଥିଲେ । ଅବଶିଷ୍ଟ ଅର୍ଥକୁ ସେ ସରକାରୀ ପାଣ୍ଠିରେ ଦେଉଥିଲେ ପରେ ସେ ନିଜ ବେତନରୁ ଅଧିକ କାଟିବା ଆରମ୍ଭ କଲେ ଏବଂ ନିଜ ରାସୀର ୨୫ ପ୍ରତିଶତ ନେବା ଆରମ୍ଭ କଲେ । ଭାରତର ଷଷ୍ଠ ରାଷ୍ଟ୍ରପତି ନିଲମ ସଂଜୀବା ରେଡ୍ଡୀ ତାଙ୍କ ବେତନର ମାତ୍ର ୩୦ ପ୍ରତିଶତ ନେଉଥିଲେ ।

ଅବଶିଷ୍ଟ ୭୦ ପ୍ରତିଶତ ସେ ଗରିବ ଲୋକଙ୍କୁ ସହଯୋଗ କରିବାକୁ ଦେଉଥିଲେ ।ନିର୍ବାଚିତ ହେବାର କିଛି ଦିନ ପରେ ସେ ରାଷ୍ଟ୍ରପତି ଭବନରେ ରହିବା ବନ୍ଦ କରି ଦେଇଥିଲେ । ସେ ଏକ ଧନୀ ଏବଂ ଜମିଦାର ପରିବାରର ଥିଲେ କିନ୍ତୁ ପରେ ସେ ତାଙ୍କ ୬୦ ଏକର ଜମି ସରକାରକୁ ଦେଇଥିଲେ । ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧା କ୍ରିଷ୍ନାନ୍ ନିଜ ବେତନର ମାତ୍ର ୨୫ ପ୍ରତିଶତ ନେଉଥିଲେ ।

ସେ ଅବଶିଷ୍ଟ ବେତନ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଉଥିଲେ ।ସେ ସରକାରୀ ଖର୍ଚ୍ଚରେ ବିଦେଶ ଭ୍ରମଣ କରୁ ନଥିଲେ କିମ୍ବା ବ୍ୟକ୍ତିଗତ କାମରେ ସରକାରୀ ଯାନ ବ୍ୟବହାର କରୁ ନଥିଲେ । ରାଧା କୃଷ୍ଣାନ ନିଜ ସରଳ ଜୀବନୀ ପାଇଁ ବି ପରିଚିତ । ସେ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ ବିଦେଶ ଗସ୍ତରେ ନେଉ ନଥିଲେ । ସରକାରୀ କାର ବଦଳରେ ସେ ନିଜ ବ୍ୟକ୍ତିଗତ କାର ବ୍ୟବହାର କରୁଥିଲେ ।

ଭାରତର ୧୧ ତମ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ନିଜର ସମସ୍ତ ଦରମା ସରକାରଙ୍କୁ ଦେଉଥିଲେ । ରୁରାଲ ଏରିଆର ବିକାଶ ତାଙ୍କର ସ୍ଵପ୍ନ ଥିଲା ଆଉ ଏହି ସ୍ଵପ୍ନକୁ ପୂରଣ କରିବା ପାଇଁ ସେ ନିଜର ସମସ୍ତ ବେତନ ଦେଉଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *