ରାସ୍ତାରେ ଝାଡୁ ଲଗାଉଥିଲେ ବୃଦ୍ଧ ମହିଳା, ହଠାତ ପହଞ୍ଚିଗଲା Collector ଙ୍କ କାଫିଲ, ଆଉ ତା’ପରେ ଯାହା ହେଲା ଦେଖି ସମସ୍ତଙ୍କ ହୋସ ଉଡିଗଲା

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ବହୁତ ଅଧିକ ଖୁସି ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଏହି ଖବରକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଏବେ ଏକ ଝାଡୁ ଲଗାଉ ଥିବା ମାଆର କାହାଣୀ ବହୁତ ଚର୍ଚ୍ଚାରେ ଅଛି ଏହି ମାଆର ରିଟାୟାଡ ହେବା ସମୟରେ ତାର ଅଫିସର ପୁଅ ମାନେ ପହଞ୍ଚି ଥିଲେ । କଥାରେ ଅଛି ଛୁଆକୁ ତା ମାଆ ଠାରୁ ଅଧିକ କେହି ବି ଭଲ ପାଇ ନଥାନ୍ତି । ମାଆ ନିଜ ଛୁଆ ପାଇଁ କିଛି ବି କରିପାରେ । ଏମିତି ଏକ ଉଦାହରଣ ପାଲଟିଛନ୍ତି ଝାଡ଼ଖଣ୍ଡର ରାମଗଡ ଜିଲ୍ଲାର ରଜରପାରେ ରହୁଥିବା ସୁମତ୍ରା ଦେବୀ ।

ସୁମିତ୍ରା 30 ବର୍ଷ ପର୍ଯ୍ୟନ୍ତ ଝାଡୁ ଲଗାଇ ନିଜ ପୁଅ ମାନଙ୍କୁ ଏପରି ଶୀର୍ଷରେ ପହଞ୍ଚାଇଲେ ଯାହାଫଳରେ ସେ ପୁରା ସମାଜ ପାଇଁ ଉଦାହରଣ ପାଲଟି ଗଲେ । ଝାଡ଼ଖଣ୍ଡରେ ରହୁଥିବା ସୁମିତ୍ରା ଦେବୀ ଝାଡୁ ଲଗେଇବା କାମ କରନ୍ତି । ସେ ନିଜ ତିନି ପୁଅଙ୍କୁ ପାଠ ପଢେଇଲେ ଆଉ ଆଜି ତାଙ୍କର ତିନୋଟି ପୁଅ ସମ୍ମାନିତ ପଦବୀରେ ଚାକିରି କରୁଛନ୍ତି । ସୁମିତ୍ରାଙ୍କର ଗୋଟେ ପୁଅ ମହେନ୍ଦ୍ର କୁମାର ବିହାରର ଶିବାଞ୍ଜ ଜିଲ୍ଲାର କଲେକ୍ଟର ଅଟନ୍ତି ।

ଦ୍ଵିତୀୟ ପୁଅ ବିରେନ୍ଦ୍ର କୁମାର ରେଲୱେରେ ଚିଫ ଇଞ୍ଜିନିୟର ଅଟନ୍ତି ଆଉ ତୃତୀୟ ପୁଅ ଦେବେନ୍ଦ୍ର କୁମାର ମେଡିକାଲ ଅଫିସର ଅଟନ୍ତି । ସୁମିତ୍ରାଙ୍କ ରିଟାୟାଡ ସମୟରେ ଫେରୱେଲ ପ୍ରୋଗ୍ରାମ ହୋଇଥିଲା ଆଉ ସେହି ପ୍ରୋଗ୍ରାମ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଗଲା । କାରଣ ତାଙ୍କ ଫେରୱେଲ ପ୍ରୋଗ୍ରାମରେ ତାଙ୍କ ତିନି ପୁଅ ବଡ ବଡ ଗାଡିରେ ପହଞ୍ଚିଲେ । ସୁମିତ୍ରା ନିଜ ଅଧିକାରୀ ମାନଙ୍କ ସହ ପୁଅ ମାନଙ୍କୁ ସାକ୍ଷାତ କରେଇଲେ ।

ସେ ଦୃଶ୍ୟ ଦେଖି ସମସ୍ତଙ୍କ ମନ ଖୁସି ହେଇଗଲା ଆଉ ସୁମିତ୍ରାଙ୍କର ସହକର୍ମୀ ମାନେ ଏହା ଦେଖି ଗର୍ବ ଅନୁଭବ କରିଲେ । ରିଟାୟାଡ ସମୟରେ ସୁମିତ୍ରା ନିଜର 30 ବର୍ଷର ଚାକିରି କଥା କହି ଭାବୁକ ହୋଇଯାଇଥିଲେ ।  ସେ କହିଥିଲେ ମୁଁ ଝାଡୁ ଲଗେଇବା ସମୟରେ ମୋ ପୁଅ ଅଫିସର ହେବାର ସ୍ଵପ୍ନ ଦେଖିଥିଲି । ଭଗବାନଙ୍କ କୃପାରେ ସେମାନେ ସଫଳ ହେଇଗଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *