ରାସ୍ତା ଭୁଲି ଗଲା Jogi Adityanath ଙ୍କ ହେଲିକପ୍ଟର, ପୂର୍ବ-ଚମ୍ପାରନ ବଦଳରେ ପଶ୍ଚିମ-ଚମ୍ପାରନରେ ପହଞ୍ଚିଲେ

ଓଡିଶାରୁ ଫେରୁଥିଲେ ଯୋଗୀ, ମଝି ଆକାଶରେ ରାସ୍ତା ଭୁଲିଗଲା ପାଇଲଟ ! ତେବେ ସୂଚନା ମୁତାବିକ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଓଡିଶାରୁ ଫେରୁଥିଲେ । ତେବେ ସଭା କରିବା ପାଇଁ ତାଙ୍କୁ ପୂର୍ବ ଚମ୍ପାରନ ଯିବାର ଥିଲା । ହେଲେ ହଟାତ ଏମିତି କିଛି ଘଟିଯାଇଥିଲା । ଯେ ପୂର୍ବ ଚମ୍ପାରନ ବଦଳରେ ପଶ୍ଚିମ ଚମ୍ପାରନରେ ଯୋଗୀ ଆଦିତ୍ୟନାଥ ପହଞ୍ଚି ଯାଇଥିଲେ । ତେବେ ଗତ ମେ’ 23 ତାରିଖରେ ଓଡିଶା ଗସ୍ତରେ ନିର୍ନାଚନ ପ୍ରଚାର ପାଇଁ ଆସିଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ।

ତେବେ ଓଡିଶାକୁ ଗୁଣ୍ଡା, ମାଫିଆ ମାନଙ୍କୁ ଟାର୍ଗେଟ କରିଥିଲେ ଯୋଗୀ ଆଦିତ୍ୟନାଥ । ଓଡିଶାରେ ପ୍ରଚାର କାର୍ଯ୍ୟ ସାରି ଯୋଗୀ ଆଦିତ୍ୟନାଥ ଓଡିଶାରୁ ଫେରୁଥିଲେ । ତେବେ ଏହାରି ଭିତରେ ମଝି ଆକାଶରେ କିଛି ଏଭଳି ଘଟିଯାଇଥିଲା । ଯେ ଯୋଗୀ ଜି ବସିଥିବା ହେଲିକପ୍ଟରର ପାଇଲଟ ଜଣଙ୍କ ରାସ୍ତା ଭୁଲିଯାଇଥିଲେ । ସେଥିପାଇଁ ଯୋଗୀ ଜି ଙ୍କର ଯେଉଁ ଗନ୍ତବ୍ୟସ୍ତଳକୁ ଯିବାର ଥିଲା । ସେଠାକୁ ଯୋଗୀ ଯିବା ବଦଳରେ ଅନ୍ୟତ୍ର ଚାଲି ଯାଇଥିଲେ ।

ତେବେ ଓଡିଶାରୁ ପ୍ରଚାର କାମ ସାରି ବିହାରର ପୂର୍ବ ଚମ୍ପାରନକୁ ସଭା ପାଇଁ ଯିବାର ଥିଲା । ହେଲେ ପାଇଲଟ ଜଣଙ୍କ ରାସ୍ତା ଭୁଲିଯାଇଥିବାରୁ ସେ ପୂର୍ବ ଚମ୍ପାରନ ଯିବା ବଦଳରେ ପଶ୍ଚିମ ଚମ୍ପାରନ ଯାଇ ପହଞ୍ଚି ଯାଇଥିଲେ । ତାପରେ କିଛି ସମୟ ପାଇଁ ହେଲିକପ୍ଟର ମଝି ଆକାଶରେ ଉଡି ବୁଲୁଥିଲା । ତାପରେ ପୁଣି ଥରେ ଠିକଣା ସ୍ତଳରେ ଯାଇ ପହଞ୍ଚିଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହଁ ଆଜ୍ଞା ଗତ ଗୁରୁବାରରେ ବିହାରର ପୂର୍ବ ଚମ୍ପାରନରେ ନିର୍ବାଚନ ସଭାରେ ସମ୍ବୋଧିତ କରିବାକୁ ଯାଉଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ।

ମାତ୍ର ସଭାସ୍ତଳରେ ପହଞ୍ଚିବା ପୂର୍ବରୁ ହଟାତ ହେଲିକପ୍ଟର ଚଲାଉଥିବା ପାଇଲଟ ଜଣଙ୍କ ରାସ୍ତା ଭୁଲିଯାଇଥିଲେ । ଯାହା ଫଳରେ ପୂର୍ବ ଚମ୍ପାରନ ବଦଳରେ ପଶ୍ଚିମ ଚମ୍ପାରନରେ ପହଞ୍ଚିଯାଇଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ ଏ ନେଇ ଉତ୍ତରପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଯେ ପୂର୍ବ ଚମ୍ପାରନରେ ତାଙ୍କର ପହଞ୍ଚିବାର ଯୋଜନା ପୂର୍ବରୁ ହୋଇଥିବା ବେଳେ ହେଲିକପ୍ଟର ପାଇଲଟ ରାସ୍ତା ଭୁଲିଯିବା କାରଣରୁ ସେ ଅନ୍ୟ ଏକ ସଭାସ୍ତଳୀରେ ଯାଇ ପହଞ୍ଚିଯାଇଥିଲେ । ପରେ ପୁଣି ସେ ପୂର୍ବ ଚମ୍ପାରନରେ ପହଞ୍ଚି ସଭା କରିଥିଲେ । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ।

Leave a Reply

Your email address will not be published. Required fields are marked *