South ର ବ୍ଲକବଷ୍ଟର ମୁଭି ‘Puspa’ ରେ ହିରୋଇନ ଭୂମିକାରେ ନଜର ଆସିଥିବା Rashmika Mandanna ଙ୍କର ଇଏ ହେଉଛି ରିଅଲ ଲାଇଫ Family

ବନ୍ଧୁଗଣ ସାଉଥର ସୁପର ହିଟ ବ୍ଲକ ବଷ୍ଟର ପୁଷ୍ପା ଫିଲ୍ମ ସମସ୍ତ ଫିଲ୍ମକୁ ପଛକୁ ଛାଡି ଦେଇଛି । ଏହି ଫିଲ୍ମଟି ବର୍ତ୍ତମାନ ସମସ୍ତଙ୍କୁ ମଦୁଆଲା କରିଛି । ଏହି ଫିଲ୍ମର କାହାଣୀଟି ବହୁତ ଭଲ ହେବା ସହିତ ଫିଲ୍ମରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ତେବେ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥର ଦିଗଜ ଅଭିନେତା ଅଲ୍ଲୁ ଅର୍ଜୁନ ନଜର ଆସିଛନ୍ତି ଓ ମୁଖ୍ୟ ଅଭିନେତ୍ରୀଙ୍କ ଭୂମିକାରେ ରଶ୍ମିକା ମନ୍ଦନା ନଜର ଆସିଛନ୍ତି ।

ଏହି ଫିଲ୍ମରେ ରଶ୍ମିକା ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ରଶ୍ମିକା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ରଶ୍ମିକାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା କର୍ଣ୍ଣାଟକର ଏକ ହିନ୍ଦୁ ପରିବାରରେ ଜନ୍ମ ନେଇଥିଲେ ।

ରଶ୍ମିକାଙ୍କୁ ମିଶାଇ ତାଙ୍କ ପରିବାରରେ ସମୁଦାୟ ୪ ଜଣ ସଦସ୍ୟ ଅଛନ୍ତି । ରଶ୍ମିକାଙ୍କ ପରିବାରରେ ତାଙ୍କ ମା, ବାପା ଓ ତାଙ୍କ ଭଉଣୀ ଅଛନ୍ତି । ରଶ୍ମିକାଙ୍କ ବାପାଙ୍କ ନାମ ହେଉଛି ମଦନ ମନ୍ଦନା । ମଦନ ଜଣେ ବିଜନେସ ମ୍ୟାନ ଅଟନ୍ତି ଓ ନିଜ କାରିୟରରେ ସଫଳ ହୋଇଛନ୍ତି । ରଶ୍ମିକା ଓ ତାଙ୍କ ବାପାଙ୍କ ମଧ୍ୟରେ ବହୁତ ଭଲ ବଣ୍ଡିଙ୍ଗ ଅଛି । ରଶ୍ମିକା ନିଜ ବାପାଙ୍କୁ ବହୁତ ଅଧିକ ଭଲ ପାନ୍ତି ।


ବନ୍ଧୁଗଣ ରଶ୍ମିକାଙ୍କ ମାଙ୍କ ନାମ ହେଉଛି ସୁମନ ମନ୍ଦନା । ସୁମନ ଜଣେ ହାଉସ ୱାଇଫ ଅଟନ୍ତି ଓ ସେ ଘର ସମ୍ଭାଳନ୍ତି । ରଶ୍ମିକା ଓ ତାଙ୍କ ମାଙ୍କ ମଧ୍ୟରେ ବହୁତ ଭଲ ବଣ୍ଡିଙ୍ଗ ଅଛି । ଉଭୟ ପରସ୍ପର ମଧ୍ୟରେ ସମସ୍ତ କଥା ସେୟାର କରନ୍ତି । ରଶ୍ମିକା ନିଜ ମାଙ୍କୁ ମଧ୍ୟ ବହୁତ ଅଧିକ ଭଲ ପାନ୍ତି । ବନ୍ଧୁଗଣ ରଶ୍ମିକାଙ୍କ ଭଉଣୀଙ୍କ ନାମ ହେଉଛି ସିମନ ମନ୍ଦନା । ସିମନ ଏବେ ବହୁତ ଅଧିକ ଛୋଟ ଅଛନ୍ତି ।

ସିମନ ଏବେ ସ୍କୁଲ ପାଠ ପଢା ପାଇଁ ବ୍ୟସ୍ତରେ ରହୁଛନ୍ତି । ରଶ୍ମିକା ଓ ସିମନଙ୍କ ମଧ୍ୟରେ ବି ବହୁତ ଭଲ ସମ୍ପର୍କ ଅଛି । ଉଭୟଙ୍କ କେତେକ ମସ୍ତି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ରଶ୍ମିକା ଇଣ୍ଡଷ୍ଟ୍ରିକୁ ଆସିବା ପରେ ତାଙ୍କ ନାମ ଅଭିନେତା ରକସିତ ସେଟିଙ୍କ ସହ ଯୋଡା ଯାଇଥିଲା । ଏହି ଦୁଇଜଣଙ୍କର ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା ହେଲେ କିଛି ମତଭେଦ ହେତୁ ଏହି ଦୁଇଜଣ ନିର୍ବନ୍ଧ ଭାଙ୍ଗି ଅଲଗା ହୋଇଯାଇଥିଲେ ।


ଏହା ପରେ ରଶ୍ମିକାଙ୍କ ନାମ ସାଉଥ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ଯୋଡା ଯାଇଥିଲା । ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି ହେଲେ ଏମାନେ କେବେବି ନିଜ ରିଲେସନସିପ ବିଷୟରେ କିଛି କହି ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *