ନମସ୍କାର ବନ୍ଧୁଗଣ ତେବେ ସାଉଥର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରିଥିବା ଅଭିନେତ୍ରୀ ରଶ୍ମିକା ଏବେ ଚର୍ଚ୍ଚାରେ । ବିଶେଷକରି ଫିଲ୍ମ ‘ପୁଷ୍ପା’ ହିଟ୍ ହେବା ପରେ ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ତାଙ୍କ ସୁନ୍ଦରତା, ଷ୍ଟାଇଲ୍ ଓ ଏକ୍ସପ୍ରେସନ୍ ପାଇଁ ଖୁବ୍ ଚର୍ଚ୍ଚାରେ ଥାନ୍ତି । କୁହାଯାଇଛି ଯେ ରଶ୍ମିକା ଖୁବ ଶୀଘ୍ର ତାଙ୍କର ପ୍ରଥମ ବଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ଫିଲ୍ମ ସହ ତାଙ୍କ ଲଭ ଲାଇଫ୍କୁ ନେଇ ମଧ୍ୟ ଆଲୋଚନାକୁ ଆସନ୍ତି । ତେବେ ରଶ୍ମିକା ଓ ବିଜୟ ଦେବରକୋଣ୍ଡାଙ୍କ ମଧ୍ୟରେ ରିଲେସନଶିପ୍ ଥିବା ନେଇ ଚର୍ଚ୍ଚା ଦୀର୍ଘ ଦିନ ଧରି ହୋଇଆସୁଛି । ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମଧ୍ୟ ମିଳେ । ଏହାବ୍ୟତୀତ ଦୁହେଁ ଛୁଟି ମନାଇବାକୁ ମଧ୍ୟ ଏକାଠି ଯାଆନ୍ତି । ହେଲେ ରଶ୍ମିକା ଓ ବିଜୟ କେବେବି ଏସବୁ ଖବରକୁ ନେଇ ପ୍ରତିକ୍ରିୟା ଦେଇ ନାହାନ୍ତି ।
ଏବେ ଦୁହିଁଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ଦୁହେଁ ଏ ସମ୍ବନ୍ଧରେ କିଛି ବି କହିନାହାନ୍ତି । ତେବେ ନିକଟରେ ଏକ ଗଣମାଧ୍ୟମ ସାକ୍ଷାତ କାରରେ ଯେତେବେଳେ ରଶ୍ମିକାଙ୍କୁ ତାଙ୍କ ପ୍ରେମ-ସମ୍ପର୍କ ଏବଂ ବିବାହ ବିଷୟରେ ପଚରା ଯାଇଥିଲା ସେତେବେଳେ ସେ ଅନେକ ଖୁଲାସା କରିଥିଲେ । ସେ କହିଥିଲେ ଯେ, “ମୋ ପାଇଁ ପ୍ରେମ ହେଉଛି ଯେତେବେଳେ ଦୁହେଁ ପରସ୍ପରକୁ ସମ୍ମାନ ଏବଂ ସମୟ ଦେବା ଉଚିତ୍ ।
ଯେତେବେଳେ ଦୁହେଁ ଦୁହିଁଙ୍କୁ ସୁରକ୍ଷିତ ଅନୁଭବ କରିଥାଉ । ପ୍ରେମ ବର୍ଣ୍ଣନା କରିବା କଷ୍ଟକର କାରଣ ଏହା ଭାବନା ଓ ଅନୁଭବ ବିଷୟରେ ଅଟେ । ପ୍ରେମ କେବଳ ସେତେବେଳେ ହୋଇଥାଏ ଯେତେବେଳେ ଉଭୟ ପାର୍ଶ୍ବରୁ ହୋଇଥାଏ । ପରେ ତାଙ୍କୁ ପଚରା ଯାଇଥିଲା କି କେବେ ବିବାହ କରିବେ କେବେ ଯୋଜନା ରହିଛି । ଏହାର ଉତ୍ତରରେ କହିଥିଲେ କି ଏ ବିଷୟରେ ମୋତେ କିଛି ଜଣା ନାହିଁ ।
ମୁଁ ସେ ବିଷୟରେ କିଛି ଭାବି ନାହିଁ , କାହିଁକି ନା ଏବେ ମୁଁ ଛୋଟ ଅଛି । ହଁ ସେହି ଭଳି ଭଲ ବ୍ୟକ୍ତି ବି ହେବା ଉଚିତ୍ । ଯିଏ ଏହାକୁ ଭଲ ଭାବରେ ବୁଝି ପାରୁଥିବ । ତେବେ ସେ କହିଥିଲେ କି ମୁଁ ତାମିଲ କଲଚର କୁ ବେଶ ପସନ୍ଦ କରେ ଖାସ କରି ତାଙ୍କ ଖାଦ୍ୟ କୁ ତେବେ ଯଦି ବି କେବେ ବିବାହ କରିବି ତେବେ ତାମିଲ ପୁଅ କୁ ହିଁ ବିବାହ କରିବି । ତେବେ ଏହା ବ୍ୟତୀତ ରଶ୍ମିକା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ତାଙ୍କ ସହିତ ଦୁଇଟି ବଲିଉଡ୍ ଫିଲ୍ମ ରହିଛି । ଯେଉଁଥିରେ ପ୍ରଥମଟି ହେଉଛି ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ‘ମିଶନ ମଜନୁ’ ଏବଂ ଦ୍ୱିତୀୟଟି ହେଉଛି ଅମିତାଭ ବଚ୍ଚନଙ୍କ ସହିତ ‘ଗୂଡ଼ ବାୟ’ ଭଳି ଏକ ବ୍ଲକବଷ୍ଟର ଫିଲ୍ମ ରହିଛି । ଏହା ଚଳିତ ବର୍ଷ ରିଲିଜ୍ ହେବ ବୋଲି କୁହା ଯାଉଛି । ତେବେ ସେହିପରି ବିଜୟ ‘ଲାଇଗର୍’ ଜରିଆରେ ବଲିଉଡରେ ଏଣ୍ଟ୍ରୀ ମାରିବେ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।