‘ତୋର ଓ ରାଜାର କଣ ଚାଲିଛି, ସେ ତତେ କାହିଁକି…’ ଟେଲି ଅଭିନେତ୍ରୀ Rashmirekha ଙ୍କର ପ୍ରେମୀକ ସନ୍ତୋଷଙ୍କ ସହ ଶେଷ ଫୋନ୍ କଲ, ଶୁଣନ୍ତୁ…

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ଜଣେ ଓଡିଆ ଟେଲି ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଓଡିଆ ଟେଲିଭଜନ ଅଭିନେତ୍ରୀ ଜଣକ ହେଉଛନ୍ତି ରଶ୍ମିରେଖା । ରଶ୍ମିରେଖାଙ୍କ ମୃତ ଦେହ ପାଖରୁ ତାଙ୍କର ସୁସାଇଡ ନୋଟ ଜବତ ହେଇଛି । ସୁସାଇଡ ନୋଟରେ ଲେଖା ଯାଇଛି ମିସ ୟୁ ବାବା ମୁଁ ଉପରେ ଥାଇ ତୁମକୁ ମିସ କରିବି । ମୁଁ ଗୋଟେ ଖରାପ ଝିଅ ବୋଲି ଲେଖିଛନ୍ତି ରଶ୍ମିରେଖା । ନିକଟରେ କେମିତି କହିବି କହ ସିରିଏଲରେ ଅଭିନୟ କରିଥିଲେ ନୟାପଲ୍ଲୀ ଗଣ ସାହିରେ ଭଡା ନେଇ ଥିଲେ ଓ ସେଠାରେ ରହୁଥିଲେ ରଶ୍ମିରେଖା ।

ଗତକାଲି ତାଙ୍କ ରୁମରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଜବତ କରିଛି ନୟାପଲ୍ଲୀ ପୋଲିସ । ତେବେ ବନ୍ଧୁଗଣ ସନ୍ତୋଷ ପାତ୍ର ନାମକ ଯୁବକଙ୍କ ସହ ରଶ୍ମିରେଖା ପ୍ରେମ ସମ୍ପର୍କରେ ଥିଲେ । ଆଉ ରଶ୍ମିରେଖାଙ୍କ ମୃତ୍ୟୁ ପଛରେ ସନ୍ତୋଷଙ୍କ ହାତ ଅଛି ବୋଲି ରଶ୍ମୀଙ୍କ ବାପା ଅଭିଯୋଗ କରିଛନ୍ତି ।

ଆଉ ଏହାରି ମଧ୍ୟରେ ରଶ୍ମିରେଖା ଆଉ ସନ୍ତୋଷଙ୍କର ଏକ ଅଡିଓ କଲ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଡିଆ ରିପୋର୍ଟସ ଅନୁସାରେ ଶେଷ ଥର ପାଇଁ ସନ୍ତୋଷ ଆଉ ରଶ୍ମୀ ଏହି ଅଡିଓ କଲ୍ ରେ କଥା ହୋଇଥିଲେ । ସନ୍ତୋଷ ଏହି ଅଡିଓ କଲ୍ ରେ ରଶ୍ମୀଙ୍କୁ ପଚାରୁଛନ୍ତି, ତୋର ଆଉ ରାଜାର କଣ ଚାଲିଛି ତମ ମାନଙ୍କର ? ରଶ୍ମୀ କହୁଛନ୍ତି କିଛି ବି ଚାଲିନି ।

ବିଶ୍ଵାସ କର ତୋ ଉପରେ ମୋର ଏତେ ରାଗ ଚିଡୁଛି ମୁଁ କଣ କହିବି ତୋତେ ମୁଁ ବୁଝି ପାରୁନି ଏହା ପରେ ସନ୍ତୋଷ କହୁଛନ୍ତି ରାଜା ମୋତେ ବ୍ଲକ କରି ଦେଇଛି । ରଶ୍ମୀ କହୁଛନ୍ତି ତାଡି ହେଇଗଲା ବ୍ଲକ କରିଲେ ତୁ କାହିଁକି ତାକୁ କଲ୍ କରୁଛୁ । ସନ୍ତୋଷ କହୁଛି ମୁଁ ଥରେ ତାକୁ କଲ୍ କରି କିଛି କହିବି ଆଉ ମୁଁ ଯାହା କହିବି ତୋର କଣ ଗଲା । ମୁଁ ତା ସହ କଲ୍ ରେ ଯାହା ବି କଥା ହେବି ରେକର୍ଡ କରି ତତେ ଦେଇଦେବି ।

ରଶ୍ମୀ କହୁଛନ୍ତି କେୟାର ଫୁଲ ସେ ଲୋକକୁ କଲ୍ କରିବା ଦରକାର ନାହିଁ ସେ ଲୋକ ଭଲ ନୁହେଁ ସେ ସାଇକୋ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସନ୍ତୋଷ ଆଉ ରଶ୍ମିରେଖା କଥା ବାର୍ତ୍ତା ହୋଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *