ଟେଲି ଅଭିନେତ୍ରୀ Rashmirekha ଙ୍କ ମୃତ୍ୟୁ ଉପରୁ ଉଠିଲା ପରଦା, ଶୁଣନ୍ତୁ ଏ ନେଇ କ’ଣ କହୁଛନ୍ତି ଡାକ୍ତର…ଦେଖନ୍ତୁ Video

ବନ୍ଧୁଗଣ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତୟଆ କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତୟଆ ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି । ତେଣୁ ବନ୍ଧୁଗଣ ଏବେ ସନ୍ତୋଷ ନାମକ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ହେଉଛି ।

ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ରାଜା ନାମକ ପୁରୁଷ ସହ ମିଳାମିଶା କରିବା ନେଇ ସନ୍ତୋଷ ଏହାକୁ ସହ୍ୟ କରିପାରି ନଥିଲା । ଏଥିପାଇଁ ଉଭୟ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ପରେ ମାରପିଟ ମଧ୍ୟ ହୋଇଥିଲା । ଆଉ ଏହା ପରେ ରଶ୍ମିରେଖାଙ୍କ ମୃତ ଖବର ସାମନାକୁ ଆସିଲା ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ଗତ କାଲି ପୋଷ୍ଟ ମଟମ ରିପୋର୍ଟ ଆସିଥିଲା ଯେ ରଶ୍ମିରେଖା 3 ମାସର ଗର୍ଭବତୀ ଥିଲେ । ଏହି କଥା ଜାଣିବା ପରେ ସାରା ଓଡିଶା ବାସୀ ଆଶ୍ଚର୍ଯ୍ୟ ହୋଇଥିଲେ । ହେଲେ ବନ୍ଧୁଗଣ ଏହି କଥାକୁ ସ୍ପର୍ଷ୍ଟ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଗଣମାଧ୍ୟମ ସାମ୍ନାରେ ବୟାନ ଦେଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କ କହିବା ମୁତାବକ-‘ଆମର ଯିଏ ପୋଷ୍ଟ ମଟମ ଡାକ୍ତର ମୁଁ ତାଙ୍କ ସହ କଥାବାର୍ତ୍ତା ହୋଇଛି । ସେ କହିଛନ୍ତି ରଶ୍ମିରେଖା ଗର୍ଭବତୀ ନଥିଲେ । ଏହା ହେଉଛି ଏକ ଆତ୍ମହତୟଆ । ସେ ଶ୍ଵାସରୁଦ୍ଧରେ ମୃତ୍ୟୁ ବରଣ କରିଛନ୍ତି । ଖବର ଆସିଥିଲା ସେ ତିନି ମାସର ଗର୍ଭବତୀ ଥିଲେ ହେଲେ ଏଇଟା ମିଛ ରିପୋର୍ଟରେ ସେମିତି କିଛି ବି ନାହିଁ ।

ରିପୋର୍ଟ ବର୍ତ୍ତମାନ ପୋଲିସକୁ ଦିଆ ହେଇଛି ନା ନାହିଁ ମୁଁ ଜାଣିନି ହେଲେ ସେ ମୋତେ ଯେତିକି ସୂଚନା ଦେଇଛନ୍ତି ମୁଁ ଆପଣଙ୍କୁ କହିଦେଲି’ । ତା ହେଲେ ବନ୍ଧୁଗଣ ଯେଉଁ ଖବରଟି ଗତ କିଛି ସମୟ ହେବ ଆସୁଥିଲା ଯେ ରଶ୍ମିରେଖା ଗର୍ଭବତୀ ଥିଲେ ତାହା ମିଥ୍ୟା ଅଟେ । ଏହି କଥାକୁ ଖଣ୍ଡନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *