ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ତିଥିର ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ ଦାନ କର୍ମକୁ ବହୁତ ପୂଣ୍ୟ କର୍ମ ବୋଲି କୁହାଯାଇଥାଏ । ବନ୍ଧୁଗଣ ଏହି ଦିନରେ କିଛି ଏପରି ଜିନିଷ ଅଛି ଯାହା ଘରକୁ ଆଣିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ । ଆଜି ଆମେ ଆପଣଙ୍କ ରାଶି ଅନୁସାରେ ସେହି ଗୋଟିଏ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରକୁ ଆଣିବା ଦ୍ଵାରା ଶୁଭ ହୋଇଥାଏ ।
ମେଷ ରାଶି- ମେଷ ରାଶିର ବ୍ୟକ୍ତି ବିଶେଷ ମାନେ ଏହି ଦିନରେ ମସୁର ଡାଲି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ସମସ୍ତ କ୍ଷେତ୍ରରେ ଆପଣ ଜୟଯୁକ୍ତ ହେବେ । ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରାଇବ ।
ବୃଷ ରାଶି- ଏହି ଦିନ ଆପଣ ମାନେ ଚାଉଳ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ।
ମିଥୁନ ରାଶି- ବନ୍ଧୁଗଣ ଏହି ଦିନରେ ଆପଣ ମାନେ ସବୁଜ ମୁଗ କିଣନ୍ତୁ । ଏହା ସହିତ ଆପଣ ଧନିଆ କିମ୍ବା କପଡା ବି କିଣି ପାରିବେ । ଯେଉଁ ଜିନିଷ ବି ଘରକୁ ଆଣିବେ ତା ପରଦିନ ନିଶ୍ଚୟ ତାକୁ ଖାଇଦେବେ ।
କର୍କଟ ରାଶି- ବନ୍ଧୁଗଣ ଏହି ଦିନରେ ଆପଣ ମାନେ ଚାଉଳ ଓ କ୍ଷୀର ଅବଶ୍ୟ କିଣନ୍ତୁ । ଆପଣଙ୍କ ଘରେ ମା ଲକ୍ଷ୍ମୀ ବିରାଜମାନ ହେବେ । କ୍ଷୀର ଚାଉଳରେ ଖିରୀ ବନେଇ ଆପଣ ଖାଇ ପାରିବେ ।
ସିଂହ ରାଶି- ବନ୍ଧୁଗଣ ଆପଣ ମାନେ ଏହି ଦିନରେ ନାଲି ରଙ୍ଗର ଫଳ କିଣନ୍ତୁ । ନାଲି ରଙ୍ଗର ଫଳ ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ବ୍ଯତୀତ ତମ୍ବା ଜିନିଷ ମଧ୍ୟ କିଣି ପାରିବେ ।
କନ୍ୟା ରାଶି- ଆପଣ ମାନେ ଏହି ଦିନରେ ମୁଗ ଡାଲି ନିଶ୍ଚୟ କିଣନ୍ତୁ । ମୁଗ ଡାଲି ଘରକୁ ଆଣିବା ଦ୍ଵାରା ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।
ତୁଳା ରାଶି- ଏହି ଦିନରେ ଆପଣ ମାନେ ଚାଉଳ ଓ ଚିନୀ ନିଶ୍ଚୟ କିଣନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ ଓ ଧନର ବୃଦ୍ଧି ହେବ ।
ବିଛା ରାଶି- ବନ୍ଧୁଗଣ ଆପଣ ମାନେ ଏହି ଦିନରେ ଗୁଡ ଓ ପାଣି ଅବଶ୍ୟ କିଣନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡିବ ।
ଧନୁ ରାଶି- ବନ୍ଧୁଗଣ ଆପଣ ମାନେ ଏହି ଦିନରେ କଦଳୀ କିମ୍ବା ହଳଦୀଆ ଚାଉଳ ଅବଶ୍ୟ କିଣନ୍ତୁ । ଜୀବନରେ ଆସୁଥିବା ସମସ୍ତ ଦୁଃଖ ଦୂର ହୋଇଯିବ ।
ମକର ରାଶି- ବନ୍ଧୁଗଣ ମକର ରାଶିର ବ୍ୟକ୍ତି ମାନେ ଏହି ଦିନରେ କଳା ରଙ୍ଗର ଡାଲି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ଚାହିଁଲେ ଦହି କିଣି ପାରିବେ ।
କୁମ୍ଭ ରାଶି- ଆପଣ ମାନେ ଏହି ଦିନରେ କଳା ତିଳ ଆଣି ପୂଜାରେ ବ୍ୟବହାର କରନ୍ତୁ । ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ ।
ମୀନ ରାଶି- ବନ୍ଧୁଗଣ ଆପଣ ମାନେ ଏହି ଦିନରେ ହଳଦୀ କିମ୍ବା ଚଣା ଡାଲି କିଣନ୍ତୁ । ଏହି ଦିନରେ ହଳଦୀ କିମ୍ବା ଚଣା ଡାଲି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।