କନ୍ୟା ବେଶରେ ପୁଣି ଭାଇରାଲ ହେଲେ Ranu Mandala, ଗାଇଲେ ଭାଇଆରାଲ ସଙ୍ଗ ‘କାଚ୍ଚା ବାଦାମ’ ଶୁଣିଲେ ହସି ହସି ଗଡିଯିବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ । ଦିନେ ଯିଏ ରେଳ ଷ୍ଟେସନରେ ବସି ଗୀତ ଗାଇ ଇଣ୍ଟରନେଟରେ ଲୋକପ୍ରିୟ ହୋଇଥିଲେ । ସେ ପୁଣି ଆଜି ଚର୍ଚ୍ଚାକୁ ଆସିଛନ୍ତି । ନିଜର ଅଲଗା ସ୍ୱର ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହୋଇଥିବା ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ ପୁଣି ଥରେ ଭାଇରାଲ ହୋଇଛନ୍ତି । ତେବେ ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବଧୂ ବେଶ‌ରେ ସଜେଇ ହୋଇଥିବା ନଜର ଆସିଛନ୍ତି ।

ଫେସବୁକ ଏବଂ ୟୁଟ୍ୟୁବରେ ଭାଇରାଲ ହେଉଥିବା ଏକ ଭିଡିଓରେ ରାନୁ ମଣ୍ଡଳଙ୍କୁ ଏକ ଲାଲ୍ ଶାଢ଼ି ଏବଂ ଅଳଙ୍କାର ପିନ୍ଧି ବଙ୍ଗୀୟ ବଧୂ ଭାବେ ସଜେଇ ହୋଇଥିବା ଦେଖିବାକୁ ମିଳୁଛି । ଏହି ଭିଡିଓରେ ସେ ଭାଇରାଲ ବଙ୍ଗାଳୀ ଗୀତ କାଚା ବାଦାମ ଗାଇଥିବାର ବି ଶୁଣିବାକୁ ମିଳୁଛି । ତେବେ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବାଦ୍ୟକାରଙ୍କ ଏହି ଗୀତ କିଛି ଦିନ ପୂର୍ବରୁ ଅନଲାଇନରେ ଟ୍ରେଣ୍ଡ କରିଥିଲା ।

ତେବେ ଭାଇରାଲ ହୋଇଥିବା ଏହି ଭିଡିଓକୁ କିଏ ରେକର୍ଡ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପ୍ରତ୍ୟେକ ଥର ପରି ରାନୁ ମଣ୍ଡଳଙ୍କ ଏହି ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । କିଛିଲୋକ ରାନୁଙ୍କ ଏହି ଭିଡିଓକୁ ନେଇ ଟ୍ରୋଲ ବି କରିଛନ୍ତି । ତେବେ ରାନୁ ମଣ୍ଡଳ ହେଉଛନ୍ତି ସେହି ମହିଳା ଯିଏକି ୨୦୧୯ ଅଗଷ୍ଟ ମାସରେ ୧୯୭୨ର ଗୀତ ‘ଏକ ପ୍ୟାର କା ନାଗମା ହୈ’ ଗାଇ ରାତାରାତି ଷ୍ଟାର ପାଲଟି ଥିଲେ ।

ତାଙ୍କୁ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଜଣେ ଯୁବ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ଦେଖିବା ପରେ ରାନୁଙ୍କ ଗୀତ ଗାଇବା ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା । ରାନୁ  ହଠାତ୍ ଲୋକପ୍ରିୟ ହୋଇ ହିମେଶ ରେଶମିଆଙ୍କ ଫିଲ୍ମ ପାଇଁ କିଛି ଗୀତ ଗାଇବାର ସୁଯୋଗ ବି ପାଇଥିଲେ ।

ତେବେ ଏହା ପୂର୍ବରୁ ରାନୁ ବହୁତ ଥର ଟ୍ରୋଲ ହୋଇଛନ୍ତି ଯେପରି ଏକ ଭିଡିଓରେ ରାନୁ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ଫ୍ୟାସନର ଗୀତରେ ରାମ୍ପ ଖୋରାକ୍ କରିବାର ନଜର ଆସିଛନ୍ତି । ଏହି ରାମ୍ପ ୱାକ୍ ସମୟରେ ରାନୁ ଖୁବ ଖୁସି ଥିବାର ଦେଖିବାକୁ ମିଳିଛି । ରାମ୍ପ ୱାକରେ ତାଙ୍କ ମେକ-ଅପ ଆର୍ଟିଷ୍ଟ ତାଙ୍କ ସହ ନଜର ଆସିଛନ୍ତି । ଫିକା ଗୋଲାପୀ ରଙ୍ଗର ଲେହେଙ୍ଗା ସହ ତାଙ୍କ ଅତିରଞ୍ଜିତ ମେକଅପ୍ ଯୋଗୁଁ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି ।

ପୂର୍ବରୁ ସୋସିଆଲ୍ ମିଡିଆରେ ରାନୁଙ୍କ ମେକ-ଅପ ଫଟୋ ଭାଇରାଲ୍ ହୋଇଥିଲା ହେଲେ ବର୍ତ୍ତମାନ ଏହାର ଭିଡିଓ ମଧ୍ୟ ଦର୍ଶକଙ୍କ ମଜାର ଖୋରାଖ ସାଜିଛି । ଏହା ପୂର୍ବରୁ ମଧ୍ୟ ରାନୁଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ରାନୁଙ୍କ ଫ୍ୟାନ୍ ତାଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ । ଏବଂ ସେ ସମୟରେ ତାଙ୍କୁ ଛୁଇଁବାକୁ ଚେଷ୍ଟା କରିବାରୁ ରାନୁ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *