ଦିନେ ଯାତ୍ରା ମଞ୍ଚରେ Rani Panda ଙ୍କ ଅଶ୍ଳୀଳ ନାଚ ପ୍ରଦର୍ଶନକୁ ନେଇ କିଛି ଏମିତି କହିଥିଲେ ଅଭିନେତା Rai Mohan, ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଲଡକୁ ଗ୍ରାସିଛି ଅକାଳ । ରାଇମୋହନ ପରିଡାଙ୍କ ମୃତୁ୍ୟ ପରେ ଓଡ଼ିଉଡ ଜଗତରେ ଦେଖାଦେଇଛି ଖଳନାୟକ  ସଙ୍କଟ । ଗତ କିଛି ବର୍ଷ ମଧ୍ୟରେ ଅନେକ ନାମୀଦାଦୀ ଖଳନାୟକ ଓଲିଉଡକୁ ଛାଡି ଅକାଳରେ ଇହଧାମ ଛାଡି ଚାଲିଯାଇଛନ୍ତି । ଯାହା ଚଳଚିତ୍ର ଜଗତପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ଦୁଃଖୀରାମ ସ୍ୱାଇଁ, ବିଜୟ ମହାନ୍ତିଙ୍କ ପରେ ମୀନକେତନ, ହର ପଟ୍ଟନାୟକ ଓ ରାଇମୋହନଙ୍କ ପରଲୋକ ଓଡ଼ିଆ ଫିଲ୍ମ ଜଗତ ପାଇଁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ପୂରଣ ହେବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।

ଏପେଟ ରାଇମୋହନଙ୍କ ମୃତୁ୍ୟକୁ ୩୬ ଘଂଟା ପୁରିଥିବା ବେଳେ ମୃତୁ୍ୟର କାରଣ ଏବେବି ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ରାଇମୋହନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେମାନଙ୍କ କଥାରୁ ପରିବାର ଭିତରେ  ସବୁକିଛି ଠିକ୍ ଥିବା ପୋଲିସ ଜାଣିବାକୁ ପାଇଛି । ଏପରି ସ୍ଥଳେ କାହିଁକି ଆତ୍ମହତ୍ୟା କଲେ ରାଇମୋହନ ତାକୁ ନେଇ ଅଧିକ ଉତକଣ୍ଠ ପ୍ରକାଶ ପାଇଛି ।

ତେବେ ଶନିବାର  ଭୁବନେଶ୍ୱର ପ୍ରାଚୀବିହାର ସ୍ଥିତ ରାଇମୋହନଙ୍କ ବାସଭବନରେ ପହଂଚି ତଦନ୍ତ କରିଛି ମଂଚେଶ୍ୱର ଥାନା ପୁଲିସ । ସବୁ ସମ୍ଭାବ୍ୟ ଦିଗକୁ ଆଖିରେ ରଖି ପୁଲିସ ତଦନ୍ତ ଚଲାଇଛି । ପରିବାର ସଦସ୍ୟଙ୍କୁ ପ୍ରାୟ ଦୁଇ ଘଂଟା ଧରି ତଦନ୍ତକାରୀ ଟିମ୍ ପଚରା ଉଚରା କରିଛି । ରାଇମୋହନଙ୍କ ଘରେ ତାଙ୍କ ସ୍ତ୍ରୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛି ।

ତେବେ ରାଇମୋହନ ଙ୍କ ର ବର୍ତ୍ତମାନ ଏକ ପୁରୁଣା ଇନ୍ଟର୍ଭିୟୁ ଭାଇରାଲ ହେଉଛି ଯେଉଁଥିରେ ସେ ଯାତ୍ରା କୁଇନ ରାଣୀ ପଣ୍ଡା ଙ୍କ ବିଷୟରେ କହିଛନ୍ତି । ତେବେ ତାଙ୍କୁ ଇନ୍ଟର୍ଭିୟୁ ରେ ପଚରା ଯାଇଥିଲା ରାଣୀ ପଣ୍ଡାଙ୍କ ଅଶ୍ଳୀଳ ନୃତ୍ୟ ବିଷୟରେ ଏବଂ ରାଣୀ ପଣ୍ଡା ଙ୍କ ବୟାନ ବିଷୟରେ । ତେବେ ରାଇମୋହନ କହିଥିଲେ ପ୍ରଥମରେ ସେ ହୁଏତ ଅଧିକ ଆତ୍ମବିଶ୍ଵାସୀ ଥିବେ ଏବଂ ହୁଏତ ସେ ଠିକ କହୁଥିବେ ତେବେ ତାଙ୍କ ଉପରେ ମୋର କୌଣସି କମେଣ୍ଟ ନାହିଁ ସେ ନିଜ କାମ କରୁଛନ୍ତି ମୁଁ ମୋ କାମ କରୁଛି ।

ତେବେ ସେ କହିଥିଲେ କି ଯେଉଁଠାରେ ସେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ମୋତେ ବି ଯାତ୍ରା ପାଣ୍ଡେଲରେ ଏପରି ଅଶ୍ଳୀଳ ନୃତ୍ୟ ପରିବେଷଣ ହେବା ମୋଟେ ପସନ୍ଦ ନୁହେଁ । ଏଥିପାଇଁ ଉଭୟ ମାଲିକ ଏବଂ ଅନୁଷ୍ଠାନ ର ଅନ୍ୟ ମାନଙ୍କ ସହ ଦର୍ଶକ ମାନଙ୍କ ମଧ୍ୟରେ ଗୋଟିଏ ସମନ୍ଵୟ ରହିବା ଆବଶ୍ୟକ ।

ହେଲେ ଅନେକ ଦର୍ଶକ ଏପରି ନୃତ୍ୟକୁ ପସନ୍ଦ କରୁଥିବାରୁ ଏହା ପରିବେଷଣ ହେଉଛି । ତେବେ କିନ୍ତୁ ମୁଁ ଯେଉଁଠି କାମ କରିବି ସେଠାରେ ଅଶ୍ଳୀଳତା ହେଲେ ମୁଁ ଷ୍ଟେଜ ରେ ରହିବି ନାହିଁ । ତେବେ ମୁଁ କଳା କୁ ବହୁତ ସମ୍ମାନ କରେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *