ନମସ୍କାର ବନ୍ଧୁଗଣ ତେବେ ରାଣୀ ପଣ୍ଡା ସବୁବେଳେ ସମସ୍ତଙ୍କ ଦୁଃଖ ରେ ଠିଆ ହୋଇଥାନ୍ତି । ମଣିଷ ର ସୁଖରେ ଠିଆ ହୁଅନ୍ତୁ ନ ହୁଅନ୍ତୁ କିନ୍ତୁ ଦୁଃଖରେ ଠିଆ ହେବାଟା ସ୍ଵାଭାବିକ କଥା । ଅନେକ ଲୋକଙ୍କ ଦୁଃଖ ସମୟରେ ସେ ଠିଆ ହୋଇଛନ୍ତି । ବନ୍ୟା ବାତ୍ୟା ବିପର୍ଯ୍ୟୟ ଆସିଲେ ସେ ପ୍ରଥମେ ଆସି ପହଞ୍ଚି ଯାଆନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସବୁଠୁ ଚର୍ଚା ହୋଇଥିବା ଘଟଣା ହେଉଛି ସୌମ୍ୟ ଙ୍କ ମୃତ୍ୟୁ ମାମଲା ।
ତେବେ ରାଣୀ ପଣ୍ଡା କହିଥିଲେ କି ପ୍ରେମ ର ମହତ୍ତ୍ଵ ଆଜି କାଲି ର ଛୁଆ ମାନେ ବୁଝି ପାରୁ ନାହାଁନ୍ତି । ପ୍ରେମ କରିବ ମାନେ ବାମ୍ପ ନିଶ୍ଚିତ ନେବ । ମୁଁ ବି ନେଇଛି । ତେବେ ସେ ଏହି ଖବର ପାଇଁ ବହୁତ ଚର୍ଚ୍ଚା ରେ ଥିଲେ । ତେବେ ରାଣୀ ପଣ୍ଡା ବର୍ତ୍ତମାନ ନିଜ ସୋସିଆଲ ମିଡ଼ିଆ ରେ ଲାଇଭ ଆସି ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଥିଲେ । ତେବେ ସେ କାନ୍ଦି କାନ୍ଦି କିଛି ଏପରି କଥା କଗିଥିଲେ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ତେବେ ସେ କହିଥିଲେ କି ମୁଁ ପ୍ରାୟ ସମୟ ଏକୁଟିଆ ରହୁଛି ମୋ ମନରେ ବହୁତ କିଛି ଦୁଃଖ ରହୁଛି ବହୁତ କିଛି ଭାବୁଛି । ତେବେ ମୋର ଭୁଲ ହେଉଛି କି ମୁଁ ସହଜରେ ସମସ୍ତ ଙ୍କୁ ବିଶ୍ୱାସ କରି ନିଏ ଏବଂ ଲୋକମାନେ ଏହି ବିଶ୍ୱାସ ର ଫାଇଦା ଉଠାଇ ଥାଆନ୍ତି । ମୋ ବିଶ୍ୱାସ ରେ ବିଷ ଦେଇଛନ୍ତି ମୋତେ ହାରାସ୍ କରିଛନ୍ତି ମୋତେ ଧମକ ମଧ୍ୟ ଦେଇଛନ୍ତି । ତେବେ ଯଦି ମୋର କିଛି ଭୁଲ ହୋଇ ଯାଇଥିବ ତେବେ ମୋତେ କ୍ଷମା କରିଦେବେ ସମସ୍ତେ ।
ତେବେ ଯେ ପର୍ଯ୍ୟନ୍ତ ପାରିବି ଲଢ଼ିବି । ଅନ୍ୟ ପାଇଁ ଲଢ଼ୁଛି ନିଜ ପାଇଁ ମଧ୍ୟ ଲଢ଼ିବି କିନ୍ତୁ ଯେଉଁ ଦିନ ଥକି ଯିବି ହାରି ଯିବି ସେଇ ଦିନ ଲୋକ ହସା ହେବା କିମ୍ବା ନିଜର ଇଜ୍ଜତ କୁ ବଜାରରେ ପକାଇବା ଅପେକ୍ଷା ନିଜ ବାପା ମଆ ଙ୍କ ସମ୍ମାନ କୁ ତଳେ ପକାଇବା ଅପେକ୍ଷା ନିଜେ ଚୁପଚାପ ଏହି ଦୁନିଆ ଛାଡ଼ି ଚାଲିଯିବି ଏବଂ ଯିବା ପୂର୍ବରୁ କାରଣ ଏବଂ କାହା ଯୋଗୁଁ ମୁଁ ଏହିଭଳି ପଦକ୍ଷେପ ନେଲି ସବୁ ଲେଖିକି ଯିବି ।
ତେବେ ଏହା ପରେ ଏହି ଲାଇଭ ଭିଡିଓ ଟି ଭାଇରାଲ ହେଉଛି ଏବଂ ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ କାହା ଯୋଗୁଁ ରାଣୀ ପଣ୍ଡା ଆତ୍ମହତ୍ୟା କରିବା ବୋଲି କହୁଛନ୍ତି । ତେବେ ରାଣୀ ପଣ୍ଡା ଯିଏ ସବୁବେଳେ କଣ୍ଟ୍ରୋବସି ରେ ରହିଥାନ୍ତି କେତେବେଳେ ନିଜ ନୃତ୍ୟ ପାଇଁ ତ କେତେବେଳେ ନିଜର କିଛି ଅଜବ ବ୍ୟବହାର ପାଇଁ ।
ତେବେ କେତେବେଳେ ସେ ନିଜ ଲାଇଭ ଭିଡିଓ ରେ ଆସି କିଛି ଏଭଳି କଥା କୁହନ୍ତି ଯାହା ପାଇଁ ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ତେବେ ରାଣୀ ପଣ୍ଡା ସବୁବେଳେ ନିର୍ଭୀକ ଏବଂ ବୋଲଡ଼ ଅନ୍ଦାଜ ରେ ହିଁ ଦେଖା ଯାଆନ୍ତି । କିନ୍ତୁ ବର୍ତ୍ତମାନ ସେ କଣ ପାଇଁ ଆତ୍ମହତ୍ୟା କଥା କହିଛନ୍ତି ଏବଂ ଏହି ସବୁ ପାଇଁ କେଉଁ ବ୍ୟକ୍ତି ଦାୟୀ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଘୁରି ବୁଲିଛି ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।