ବନ୍ଧୁଗଣ, ରାନୀ ପଣ୍ଡା ଯାତ୍ରା ଜଗତରେ ଯେଉଁ ଯାତ୍ରା ଚାଲିଛି ତାହାଠାରୁ ଅଧିକ ଚର୍ଚ୍ଚିତ କାହିଁକି ? ଆସନ୍ତୁ ସେ ନେଇ ଜାଣିବା ସଂପୂର୍ଣ୍ଣ ବିବରଣୀ । ରାନୀ କହିଛନ୍ତି ଯେ ୧୯ ବର୍ଷ କ୍ୟାରିୟର ରେ ସେ ଏତେ ଷ୍ଟ୍ରଗଲ କରିଛନ୍ତି ଯେ ଏତେ ପବ୍ଲିସିଟି ସେ ପାଇ ନଥିଲେ ଯାହା ଆଜି ତାଙ୍କୁ ମିଳୁଛି । ମାତ୍ର ଯେଉଁ ଜିନିଷ ପାଇଁ ଏତେ ବିବାଦ ଚାଲିଛି ସେଥିରେ ମତେ କାହିଁକି ଧରୁଛନ୍ତି ? ଯେଉଁ ଜାଗାରେ ପୋଗ୍ରାମ ହେଉଛି ତାଙ୍କଠାରୁ ପର୍ମିଶନ ଆଣନ୍ତୁ ।
ରାନୀ କହିଛନ୍ତି ଯେ ଯେହେତୁ ମୁଁ ଗୋଟିଏ ଆଇଟମ ଡ୍ୟାନ୍ସର, ତେଣୁ କଷ୍ଟୟୁମ ପିନ୍ଧିବା ସ୍ଵଭାବିକ । ମାତ୍ର ମୁଁ ଟିକିଏ ସମସ୍ତଙ୍କ ସାମ୍ନାରେ ଖୁଲମଖୁଲା ଏଣୁ ଚର୍ଚ୍ଚିତ । ମାତ୍ର ବର୍ତ୍ତମାନ ଓଡିଶା ରେ ଯାହା ଚାଲିଛି ଦିନ ଥିଲା ଛତିଶଗଡ ରେ ଏହିଭଳି ରାନୀ ଙ୍କ ନାମରେ ହଙ୍ଗାମା ହୋଇଥିଲା ବୋଲି ସେ କହିଛନ୍ତି । ଦର୍ଶକ ମତେ ଚାହୁଁଛନ୍ତି ଏବଂ ଗୀତ ଅନୁଯାୟୀ କଷ୍ଟୟୁମ ମୁଁ ପସନ୍ଦ କରିଥାଏ ।
ମାତ୍ର ଯାତ୍ରା ରେ ଯେଉଁ ଭଦ୍ର ଦର୍ଶକ ମାନେ ଆସୁଛନ୍ତି ସେମାନଙ୍କୁ ଯଦି ଭଲ ଲାଗୁନି ତେବେ ସେମାନେ ଦେଖୁଛନ୍ତି କାହିଁକି ? ମାତ୍ର ମଞ୍ଚ ଉପରେ ସିନା ମୁଁ ଖୋଲିଦେଲି ବୋଲି ମତେ ବ୍ଲେମ କରାଗଲା । କିନ୍ତୁ ଯେଉଁମାନେ ମତେ ବ୍ଲେମ କରିଛନ୍ତି ସେମାନେ ଟିକେ ମୋ ଘର ଦୁଆର ମୁହଁ ମାଡନ୍ତୁ ଜାଣି ପାରିବେ ମୁଁ କେଉଁଭଳି ନାରୀ । ପରଦା ରେ ମୁଁ ଯାହା ହୋଇଥାଇପାରେ କିନ୍ତୁ ଘରେ ମର୍ଯ୍ୟାଦା, ସଂସ୍କୃତି କ’ଣ ସେଟା ମୁଁ ଜାଣିଛି ।
ମୋ ଜୀବନରେ ଲୁଚାଛପା ଜିନିଷ କିଛି ନାହିଁ । ମାତ୍ର ମୋ ଷ୍ଟାଇଲ ମୋ ଫଣ୍ଡା ଭଗବାନ ମତେ ଏହିଭଳି ଜନ୍ମ ଦେଇଛନ୍ତି ତେବେ ମୁଁ କ’ଣ କରିବି ? ମତେ ଓଡିଶା ରେ କାମ ନ ମିଳିବାରୁ ମୁଁ ବର୍ତ୍ତମାନ ପଇସା ଖର୍ଚ୍ଚ କରି ବଲିଉଡ କୁ ଯାଉଛି । ମାତ୍ର ଯାହା ଓଡିଶା ରେ ହବା କଥା ହଉଛି, ଏବଂ ଆଗକୁ ଦେଖନ୍ତୁ ବଲିଉଡ ରେ ମୁଁ କ’ଣ କରିବି ।
ବର୍ତ୍ତମାନ ମତେ ଓଡିଶା ରେ ବ୍ୟାନ କରୁଛ କର ମାତ୍ର ମୁଁ ବଲିଉଡ କୁ ଏଣ୍ଟ୍ରି କରିବି ରାକ୍ଷୀ ସାୱନ୍ତ, ସନୀ ଲିଓନି, ଏବଂ ବିଦ୍ୟା ବାଲନ କୁ ମୁ ଟକ୍କର ଦେବି । ମାତ୍ର ମୁଁ ଗୋଟିଏ ଡ୍ୟାନ୍ସର ମୁଁ କେବେ କାହାକୁ ଖରାପ କହି ପାରିବି ନାହିଁ । ଦୁନିଆରେ ବହୁତ ଲୋକ ବହୁତ ଖରାପ କଥା କହିବେ, ସମସ୍ତେ ନିଜ ନିଜ ପ୍ରଫେସନ ରେ କାମ କରନ୍ତୁ ।
ମାତ୍ର କାହା କଥା ଶୁଣି ନିଜକୁ ତଳକୁ ଖସାଇବାର ନାହିଁ । ଆପଣ ମାନେ ଜାଣିଛନ୍ତି ଯେ ଆପଣ ଠିକ ଅଛନ୍ତି ତେବେ ଆଗକୁ ମାଡି ଚାଲନ୍ତୁ । ଏହା ହେଉଛି ମୋ ଫଣ୍ଡା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।