କହୁ କହୁ କହିଦେଲେ… ନିଜ ଜୀବନର କିଛି ଅକୁହା କଥା ! Actress Rani Panda

ରାଣୀ ପଣ୍ଡାଙ୍କ ଅକୁହା କଥା ! ଯାତ୍ରା ଜଗତର ଜଣେ ସୁପରିଚିତ ଅଭିନେତ୍ରୀ ରାଣୀ ପଣ୍ଡା ଜିଏକି ନିଜର ପର୍ସୋନାଲ ବା ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚାରେ ରହିଥାନ୍ତି । ତେବେ ନ୍ଯୁଜ ରୁମ୍ ଇଣ୍ଟରଭିୟୁର ଏକ ସାକ୍ଷାତକାରରେ ଅଭିନେତ୍ରୀ ରାଣୀ ପଣ୍ଡା ନିଜର ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ରାଣୀ ପଣ୍ଡା ଓଡିଶାର ଜଣେ ଜଣାଶୁଣା ଅଭିନେତ୍ରୀ, ଡ୍ୟାନ୍ସର ଆଙ୍କର ଏବଂ ସିଙ୍ଗର । ଜିଏକି କଳା ଜଗତରେ ନିଜର କଳା ପଦର୍ଶନ କରି ଲୋକଙ୍କର ଅନେକ ଲୋକପ୍ରିୟତା ପାଇପାରିଛନ୍ତି ।

ତେବେ ରାଣୀଙ୍କ କହିବା ଆଧାରରେ ମୁଁ ଜୀବନରେ ଏମିତି କିଛି ବି ଭୁଲ ନିଜ ଆଡୁ କରିନାହିଁ । ଯେମିତିକି ଲୋକ ମୋତେ ଖରାପ କହିବେ । ହେଲେ ଯଦି ଯେଉଁ ଠାରେ ମୋର ଭୁଲ ନଥାଇ ମଧ୍ୟ କିଛି ଲୋକ ମାନେ ମୋତେ ଖରାପ କହିଥାନ୍ତି । ସେତେବେଳେ ମୋ ମନରେ ଥିବା ତାଙ୍କ ପ୍ରତି ରାଗ ମୁଁ ଭାଷା ମାଧ୍ୟମରେ ସେହି ନିର୍ଦ୍ଧିଷ୍ଟ ଲୋକଙ୍କୁ ହିଁ କୁହେ । ମୁଁ ଲାଇଭ ଆସି ଭାଷା କହିଲେ ବି ରାଗିଥିବା କୌଣସି ନିର୍ଦ୍ଧିଷ୍ଟ ଲୋକଙ୍କୁ ହିଁ ଭାଷା କହେ, ହେଲେ ସମସ୍ତଙ୍କୁ ଭାଷା କୁହେ ନାହିଁ ।

ମୋ ଜୀବନରେ ମୁଁ ବହୁତ କଷ୍ଟ କରିଛି । ଏମିତିକି ମୋତେ ଗଣ ଦୁଷ୍କର୍ମ ମଧ୍ୟ କରାଯାଇଛି । ତଥାପି ବି ମୁଁ ଜୀବନ ଯୁଦ୍ଧରେ ହାରି ନଯାଇ ଆଗକୁ ଯିବା ପାଇଁ ଚେଷ୍ଟା କରିଛି । ଖଣ୍ଡଗିରିରେ ବିଗତ କିଛି ବର୍ଷ ତଳେ ଯେଉଁ ଘଟଣା ପାଇଁ ସେଠାରେ ମୋତେ ବ୍ୟାନ କରାଯାଇଥିଲା । ସେଇଟା ମୁଁ ଜାଣିଶୁଣି କରିନଥିଲି । ବ୍ଳାଉଜ ଖୋଲା ଠାରୁ ଆରମ୍ଭ କରି କାନ କାମୁଡା ପର୍ଯ୍ୟନ୍ତ ଯାହା ସବୁ ମିସଟେକରେ ଘଟିଥିଲା ।

ପ୍ରକୃତରେ ସେଇଟା ହେବା ପଛର ମୂଳ କାରଣ ନଜାଣି ଲୋକେ ମୋତେ ଖରାପ କହିଲେ । ମୋତେ ବ୍ୟାନ କରିଦେଲେ । ହେଲେ ତାପରେ ମୁଁ ଅଧିକ ଲୋକଲୋଚନକୁ ଆସିଗଲି । ହେଲେ ଏବେ ଧୀରେ ଧୀରେ ଲୋକମାନେ ମୋ ବିଷୟରେ ପ୍ରକୃତ କଥା ସବୁ ଜାଣିପାରୁଛନ୍ତି । ପ୍ରକୃତରେ ରାଣୀ ପଣ୍ଡା କଣ ଲୋକେ ଜାଣିଗଲା ପରେ ତାଙ୍କ ମନରେ ମୋ ପ୍ରତି ଥିବା  ଥିବା ଖରାପ ଭାବନା ଭଲ ଭାବନାରେ ପରିଣତ ହେବାକୁ ଲାଗିଛି । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଟିଏ କରନ୍ତୁ ।

Leave a Reply

Your email address will not be published. Required fields are marked *