ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଯାତ୍ରା କୁଇନ ରାଣୀ ପଣ୍ଡାଙ୍କୁ ତ ନିଶ୍ଚୟ ଜାଣିଥିବେ । ତେବେ ସେ ନିଜ ନୃତ୍ୟ ଏବଂ ଅଭିନୟ ବଳ ରେ ଲୋକ ମାନଂକୁ ଖୁବ ମନୋରଞ୍ଜନ କରନ୍ତି ଏବଂ ଅସହାୟ ବ୍ୟକ୍ତି କୁ ସାହାର୍ଯ୍ୟ ମଧ୍ୟ କରନ୍ତି । ତେବେ ଭୋଜପୁରୀ ସିନେମା ରେ ମଧ୍ୟ ଅନେକ ସିନେମା ରେ ଆଇଟମ ସଙ୍ଗ ରେ ନୃତ୍ୟ କରିଛନ୍ତି । ଅଭିନେତ୍ରୀ ରାନୀ ପଣ୍ଡା କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ । ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି ।
ତେବେ ବାତ୍ୟା ହେଉ ଏହି କରୋନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି । ତେବେ ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି । ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି । ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି ।
ତେବେ ସେ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ଏହାଛଡ଼ା ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି । ତେବେ ଅଭିନେତ୍ରୀ ରାଣୀ ପଣ୍ଡା ସେହିପରି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ ।
ତେବେ ବର୍ତ୍ତମାନ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ମିଳିଲା ହତୟଆ ଧମକ । ଏହାକୁ ନେଇ ସେ ଖୋଦ୍ ଫେସ୍ବୁକ୍ରେ ସେୟାର କରିଛନ୍ତି । ସବୁବେଳେ ବିବାଦରେ ରହି ଆସୁଥିବା ଏହି ଯାତ୍ରା ଅଭିନେତ୍ରୀଙ୍କ ଏଭଳି ପୋଷ୍ଟ ପରେ ଏବେ ପୁଣି ଚର୍ଚ୍ଚାରେ । ରାଣୀ ପଣ୍ଡା ଫେସବୁକ୍ ପୋଷ୍ଟ କରି ଲେଖିଛନ୍ତି ଯେ, “ରାଣୀ ପଣ୍ଡାକୁ କୌଣସି ମୂହୁର୍ତ୍ତରେ ହତୟଆ କରାଯାଇ ପାରେ ।
କେଉଁ ବ୍ୟକ୍ତିଗତ କାରଣରୁ ମୋତେ ହତୟଆ କରିବାକୁ ଚେଷ୍ଟା କରାଯାଉଛି ତାହା ମୁଁ ଏକ ନୋଟ୍ରେ ଲେଖି ଦେଇଛି । ଏବେ କିଛି ଅଧିକ କହି ହେବ ନାହିଁ । ତେବେ ରାଜନୈତିକ ଲୋକେ ମୋତେ ହତୟଆ କରିବାକୁ ଚେଷ୍ଟା କରୁଛନ୍ତି । ମୁଁ କୌଣସି ମତେ ଖବର ପାଇଲି । ମୁଁ ସେମାନଙ୍କ ଠିକଣା ଦେବି । କୌଣସି ମୁହୂର୍ତ୍ତରେ ମୋ ଉପରକୁ ଫାୟରିଂ ହୋଇ ପାରେ ।
ମୁଁ ମଲା ପରେ ପୋଲିସ ତଦନ୍ତ ହେଲେ ସବୁକଥା ଜାଣି ପାରିବେ ରାଜ୍ୟବାସୀ । “ତେବେ ଫେସବୁକ ପୋଷ୍ଟର ଶେଷରେ ରାଣୀ ପଣ୍ଡା କହିଛନ୍ତି ଯେ, ସେ କିଛି ସାହାଯ୍ୟ ଆଣି ଫସି ଯାଇଛନ୍ତି । ଅତିଶୟ ହେଲେ ସେ ସୁରକ୍ଷା ମାଗିବେ । ତେବେ କିଏ ଓ କାହିଁକି ତାଙ୍କୁ ମାରିବାକୁ ଚାହୁଁଛି ତାହାକୁ ନେଇ କୌଣସି ତଥ୍ୟ ସେ ଦେଇ ନାହାନ୍ତି । ତେବେ ଏହା କେତେ ସତ କେତେ ମିଛ ତାହା କେବଳ ରାଣୀ ହିଁ ଜାଣନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।