‘ମୋ ଭାଇ ଗୋଟିଏରେ କୋଟିଏ, କହି ଯାଇଥିଲା…’ ଭାଇକୁ ମନେ ପକେଇ କୋହଭରା କଣ୍ଠରେ କିଛି ଏମିତି କହିଲେ Rana Pratap ଙ୍କ ଭଉଣୀ, ପୁରା Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯବାନ ରାଣା ପ୍ରତାପ ଦାସ ସହିଦ ହୋଇଛନ୍ତି । ଭାରତୀୟ ବାୟୁ ସେନାରେ ସେ ଜୁନିୟର ୱାରଣ୍ଟ ଅଫିସର ରୂପରେ ସେ କାର୍ଯ୍ୟ କରୁଥିଲେ । ତାଙ୍କର ଘର ଅନୁଗୁଳୁ ଜିଲ୍ଲା କୃଷ୍ଣ ଚନ୍ଦ୍ରପୁରରେ । ତିନି ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଓ ତାଙ୍କର ଗୋଟିଏ ପୁଅ ବି ଅଛି । କହିଦେଉଛୁ କି ରାଣା ପ୍ରତାପ ଦାସଙ୍କ ସହିଦ ଖବର ତାଙ୍କ ଘରେ ପହଞ୍ଚିବା ପରେ ତାଙ୍କର ପତ୍ନୀ, ମା ଓ ଭଉଣୀ ସମସ୍ତେ ଭାଙ୍ଗି ଯାଇ ଥିଲେ ।

ସମସ୍ତଙ୍କ କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇ ଯାଇଛି । ଏହା ମଧ୍ୟରେ ରାଣା ପ୍ରତାପ ଦାସଙ୍କ ଭଉଣୀ ମିଡିଆ ସହ କଥାବାର୍ତ୍ତା କରି ନିଜ ଭାଇ ବିଷୟରେ କହିଲେ । ସେ ନିଜ ଭାଇ ବିଷୟରେ କହୁ କହୁ କାନ୍ଦି ପକାଇଲେ । ରାଣା ପ୍ରତାପ ଦାସଙ୍କ ଭଉଣୀ ମିଡିଆ ସହ କଥାବାର୍ତ୍ତା କରି କହିଲେ କି ମୋ ଭାଇ କୋଟିଏରେ ଗୋଟିଏ ଥିଲା । ପିଲାଦିନୁ ଆମେ ଦୁଇ ଜଣ ସାଙ୍ଗ ହୋଇ ପଢିଛୁ ।

କିନ୍ତୁ କାମ କରିବା ପରେ ଆମେ ଅଲଗା ହୋଇଗଲୁ । ସେ ଛୁଟିରେ ଆସିବ ମାନେ ସେ ମୋ ପାଖକୁ ଯିବ ନ ହେଲେ ମୁଁ ତା ପାଖକୁ ଯିବି । ଗତ ଦଶହରାରେ ସେ ଆସିଥିଲା ଆମେ ଏକାଠି ହୋଇଥିଲୁ । ଜାନୁୟାରୀ ମାସରେ ଆସି ମୋ ପାଖକୁ ଯିବ ବୋଲି ସେ କହିଥିଲା । ଏହା ମଝିରେ ମୁଁ ତା ସହିତ ୨ ଥର କଥା ବି ହେଇଛି ।

ତାର ଟ୍ରେନିଙ୍ଗ ଚାଲି ଥିଲା । ଟ୍ରେନିଙ୍ଗ ବିଷୟରେ ବି ମୋତେ କହୁଥିଲା ଓ ଟ୍ରେନିଙ୍ଗ ଚାଲିଥିଲା ବୋଲି ମୁଁ ତା ସହିତ ଅଧିକ କଥାବାର୍ତ୍ତା ହୋଇ ପାରୁ ନ ଥିଲି । କେତେବେଳେ ସମୟ ମିଳିଲେ ସେ ମୋତେ ଫୋନ କରୁଥିଲା ଓ କହୁଥିଲା କି ଅପା ଟ୍ରେନିଙ୍ଗ ଚାଲିଛି, ସେଥିପାଇଁ ସେମାନେ ମୋବାଇଲ ଦଉ ନାହାନ୍ତି । କଥାବାର୍ତ୍ତା କରିବା ପାଇଁ ବି ଦଉ ନାହାନ୍ତି । ସେଥିପାଇଁ ମୁଁ ଆଉ ଅଧିକ ସମୟ ପର୍ଯ୍ୟନ୍ତ ତା ସହ କଥାବାର୍ତ୍ତା ହୋଇ ପାରେ ନାହିଁ ।

ସେ ବି କେବେ ବିଶ୍ଵାସ କରି ନ ଥିବ କି ତା ସହିତ ଏହିଭଳି କିଛି ଘଟଣା ଘଟିବ । କାରଣ ତାର ବହୁତ ସ୍ଵପ୍ନ ଥିଲା ଓ ସମସ୍ତଙ୍କୁ ନେଇ ସେ ବହୁତ ପ୍ଲାନିଂ ବି କରିଥିଲା । ମୋ ମା ମାନସିକ ରୂପରେ ଅସୁସ୍ଥ ଅଛନ୍ତି । ସେଥିପାଇଁ ସେ ମୋତେ ବାରମ୍ବାର କହୁଥିଲା ଅପା ମନ ଦୁଃଖ କରନି, ମୁଁ ଅଛି । ଯାହା ବି କରିବା ଆମେ ମିଶି କରିବା । ନନା ଅଛନ୍ତି ଓ ମୁଁ ବି ଅଛି । ଯାହା ବି କରିବା ମିଶି କରିବା । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *