ଶେଷ ଥର ପାଇଁ Late Rana Pratap ପତ୍ନୀଙ୍କୁ କହିଯାଇଥିଲେ କେଇ ପଦ କଥା, ଯାହା ଆଜି ସତ ହେଇଗଲା, ଶୁଣିଲେ ଆପଣ ବି କହିବେ ବାଃ ଆମ ବୀର ଯବାନ !

ବନ୍ଧୁଗଣ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ରାଣାପ୍ରତାପ ପୂର୍ବରୁ ପତ୍ନୀ ଶିବାଙ୍ଗି ସିଂହଙ୍କୁ କଣ କହିଥିଲେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶିବାଙ୍ଗି । ଶିବାଙ୍ଗିଙ୍କ ଏହି ସୂଚନା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି  ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ରାଣାପ୍ରତାପ କହିଥିବା ସମସ୍ତ କଥା ବିଷୟରେ ପତ୍ନୀ ଶିବାଙ୍ଗି କହିଛନ୍ତି । ଶିବାଙ୍ଗି କହିଛନ୍ତି, ରାଣାପ୍ରତାପ ସବୁବେଳେ କହୁଥିଲେ ସେ ସେନା ବାହିନୀରେ ଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିପାରେ । ଏଭଳି ପରିସ୍ଥିତିରେ ଧର୍ଯ୍ୟ ଓ ସାହାସ ଦେଖାଇବା ପାଇଁ କହିଥିଲେ ରାଣାପ୍ରତାପ । ଶିବାଙ୍ଗିଙ୍କ ଜୀବନରେ ଏଭଳି ଏକ ପରିସ୍ଥିତି ଦେଖା ଦେଇଛି ।

ଶିବାଙ୍ଗି ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି’ମୋତେ ସବୁବେଳେ ସେ ଗର୍ବ ଅନୁଭବ କରାଇ ଛନ୍ତି । ସେ ମୋତେ ବହୁତ ସାହାସରେ ରହିବା ପାଇଁ ଶିଖାଇ ଛନ୍ତି । ଯେହେତୁ ମୁ ଏୟାରଫୋର୍ସ ଅଫିସରଙ୍କ ପତ୍ନୀ ତେଣୁ ସେ ମୋତେ କହିଛନ୍ତି ଏଭଳି ପରିସ୍ଥିତି ଆସେ’ । ଜୁନିୟର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସ ସବୁବେଳେ ପତ୍ନୀ ଶିବାଙ୍ଗିଙ୍କୁ କହୁଥିଲେ ସେ ସେନା ବାହିନୀରେ ଅଛନ୍ତି, ଦେଶ ପାଇଁ ସେ ଲଢେଇ କରନ୍ତି ।

ପତ୍ନୀଙ୍କୁ ସେ ସବୁବେଳେ କୁହନ୍ତି ଯେତେବେଳେ କିଛି ଅଘଟଣ ଘଟିବ ସେତେବେଳେ ସେ ଅତି ଧର୍ଯ୍ୟ ଓ ସାହାସର ସହ ସାମ୍ନା କରିବେ । ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଦିନ ପୁଅ ସହ ଭିଡିଓ କଲ୍ ରେ ଅନେକ ସମୟ ଧରି କଥା ହୋଇଥିଲେ ରାଣାପ୍ରତାପ । ପୁଅ ସହ କଥା ହେବା ପରେ ସେ ପତ୍ନୀ ଶିବାଙ୍ଗିଙ୍କ ସହ ମଧ୍ୟ କଥା ହୋଇଥିଲେ ।

କଥା ହେବା ସମୟରେ ରାଣାପ୍ରତାପ ଥକି ଯାଇଥିବାର ଜଣା ପଡିଥିଲେ । ହେଲେ ବନ୍ଧୁଗଣ କିଏ ଜାଣିଥିଲା ରାଣାପ୍ରତାପ ନିଜ ପତ୍ନୀ ଓ ପୁଅଙ୍କ ସହ ଶେଷ ଥର ପାଇଁ ଭିଡିଓ କଲ୍ ରେ କଥା ହୋଇଛନ୍ତି । ମାତ୍ର କିଛି ଘଣ୍ଟା ମଧ୍ୟରେ ସବୁ କିଛି ବଦଳିଗଲା । ରାଣାପ୍ରତାପ ସହିଦ ହେବା ପରେ ତାଙ୍କ ପରିବାରକୁ କାନ୍ଧ ନେଇ ଆଗକୁ ବଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଶିବାଙ୍ଗି । କୁନ୍ନୁର ଯାଉଥିବା ଏମଆଇ 17 ହେଲିକପ୍ଟରରେ ରାଣାପ୍ରତାପ ଯାଉଥିବା ନେଇ ଶିବାଙ୍ଗିଙ୍କ ପାଖରେ କୌଣସି ସୂଚନା ନଥିଲା ।

ହେଲେ ଯେତେବେଳେ ଗଣମାଧ୍ୟମରେ ଖବର ଆସିଲା ବିପିନ ରାୱତ ଯାଉଥିବା ହେଲିକପ୍ଟର କ୍ରାଶ ହୋଇଯାଇଛି ସେତେବେଳେ ପତ୍ନୀ ଶିବାଙ୍ଗିଙ୍କ ମନରେ ଶଙ୍କା ପଶି ଥିଲା ଯେ ତାଙ୍କ ସ୍ଵାମୀ ବି ସେହି ହେଲିକପ୍ଟରରେ ଥାଇ ପାରନ୍ତି । ଏହା ପରେ ରାତିରେ ଶିବାଙ୍ଗିଙ୍କୁ ଫୋନ ଆସିଲା ଯେ ତାଙ୍କ ସ୍ଵାମୀ ଆଉ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *