ଫିଲ୍ମ Ramsetu ସେଟରେ Akshay Kumar ଙ୍କୁ କାନ୍ଦୁଥିବାର ଦେଖି ପତ୍ନୀ Twinkle ହେଲେ ଭାବୁକ, କହିଲେ କିଛି ଏମିତି…

ନମସ୍କାର ବନ୍ଧୁଗଣ ତେବେ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ରାମସେତୁ’ର ଡିଉରେ ସୁଟିଂ ଶେଷ ହୋଇଛି । ଏହାକୁ ନେଇ ଖୋଦ୍‌ ଅକ୍ଷୟ କୁମାର ଇନ୍‌ଷ୍ଟାଗ୍ରାମରେ ଷୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଅଭିଶେଷ ଶର୍ମା ଏହି ଫିଲ୍ମରେ ନିର୍ଦ୍ଦେଶକ ଦାୟିତ୍ବ ନେଇଛନ୍ତି । ଅଭିଶେଷ ପୂର୍ବରୁ ତେରେ ବିନ୍‌ ଲାଡେନ୍‌, ଦି ଜୋୟା ଫାକ୍ଟର ଓ ସୁରଜ ପେ ମଙ୍ଗଲ୍‌ ଭାରି ଭଳି ଫିଲ୍ମର ନିର୍ଦ୍ଦେଶକ ଦାୟିତ୍ବ ତୁଲାଇ ସାରିଛନ୍ତି ।

ଅକ୍ଷୟ କୁମାରଙ୍କ ସହ ଏହି ଫିଲ୍ମରେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଓ ନୁସରତ୍‌ ଭରୁଛାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଭେଟେରାନ ଅଭିନେତା ପଙ୍କଜ ତ୍ରିପାଠୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକାରେ ନଜର ଆସିବେ । ଅବ୍ୟୁଦନ୍ତିଆ ଏଣ୍ଟରଟେନମେଣ୍ଟ ଓ ଲାଇକା ପ୍ରଡକ୍ସନରେ ଏହି ଚଳଚ୍ଚିତ୍ର ନିର୍ମିତ ହେଉଛି । ଏହି ଚଳଚ୍ଚିତ୍ରରେ ଭାରତର ଐତିହ୍ୟ, କଳା, ସ୍ଥାପତ୍ୟ ଓ ସଂସ୍କୃତିକୁ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦେଖା ଯାଇଛି । ଡ୍ରାମା, ଆକ୍ସନ୍‌ ଓ ଆଡ୍‌ଭେଞ୍ଚରରେ ଭରପୁର ରହିଛି ଏହି ଫିଲ୍ମ ।

୨୦୨୨ ଦୀପାବଳିରେ ଏହି ଚଳଚ୍ଚିତ୍ର ରିଲିଜ କରିବା ନେଇ ଫିଲ୍ମ ମେକର୍ସ କହିଛନ୍ତି । ତେବେ ଅକ୍ଷୟ କୁମାର ଅଭିନୀତ ରାମସେତୁ ଫିଲ୍ମର ଅଧିକାଂଶ ଦୃଶ୍ୟ ଶ୍ରୀଲଙ୍କାରେ ଶୁଟିଂ ହେବାକୁ ଥିଲା । ମାତ୍ର ସେଠାରେ କଡା କରୋନା ପ୍ରୋଟୋକଲ ଯୋଗୁ ରାମସେତୁ ଟିମ ଏହାର ଶୁଟିଂ ଦମନରେ କରିବା ପାଇଁ ଚୂଡାନ୍ତ କରିଛନ୍ତି । ରାମାୟଣରେ ମହାପ୍ରଭୁ ଶ୍ରୀରାମ ଦେବୀ ସୀତାଙ୍କ ରାବଣ କବଳରୁ ଉଦ୍ଧାର କରିବା ପାଇଁ ଏହି ସେତୁ ନିର୍ମାଣ କରିଥିଲେ ।


ଏହା ସହିତ ଅନେକ ପୌରାଣିକ ଗାଥା ଜଡିତ । ସେହିପରି ଐତିହାସିକ ଓ ବୈଜ୍ଞାନିକମାନେମଧ୍ୟ ଭାରତ-ଶ୍ରୀଲଙ୍କାକୁ ଯୋଡୁଥିବା ଏହି ସେତୁର ରହସ୍ୟ ପାଇଁ ବିଭିନ୍ନ ତଥ୍ୟ ରଖିଛନ୍ତି । ଫିଲ୍ମରେ ଅକ୍ଷୟ କୁମାର ଜଣେ ଆର୍କିଓଲୋଜିଷ୍ଟ ଭୂମିକାରେ ଅବତୀର୍ଣ୍ଣ ହେବେ । ଫିଲ୍ମରେ ଅନେକ ଅଣ୍ଡର ୱାଟର ଶୁଟିଂ ମଧ୍ୟ ରହିଛି ।

ତେବେ ଏହି ସୁଟିଂ ସେଟ ରୁ ସେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେଉଁଥିରେ ସେ ବହୁତ ମନ ଦୁଃଖ ରେ ରହୁଥିବାର ଦେଖା ଯାଉଥିଲେ ତେବେ ସେଥିରେ ସେ କ୍ୟାପ୍ସନ ରେ ଲେଖିଥିଲେ କି ସେ ଆଜି ତାଙ୍କ ମାଆ ଙ୍କୁ ବହୁତ ମନ ପକାଉଛନ୍ତି ବହୁତ ଖୋଜୁଛନ୍ତି ତାଙ୍କୁ ।


ତେବେ ଅକ୍ଷୟ ଙ୍କ ମାଆଙ୍କ ର ମୃତ୍ୟୁ ତାଙ୍କ ଜନ୍ମଦିନ ର ଗୋଟିଏ ଦିନ ଆଗରୁ ହୋଇ ଯାଇଥିଲା ତେବେ ଏହିପରି ପୋଷ୍ଟ ରେ ଅକ୍ଷୟ ଙ୍କ ପତ୍ନୀ ଟ୍ଵିଙ୍କଲ ଖାନ୍ନା ଭାବୁକ ହୋଇ ଯାଇଥିଲେ ଏବଂ ସେ ସେହି ପୋଷ୍ଟ ର କମେଣ୍ଟ ରେ ଲେଖିଥିଲେ କି ମୁଁ ଜାଣିଛି ତୁମେ ବହୁତ ଦୁଃଖ ରେ ଅଛ, ଆମେ ତୁମ ସହ ସବୁବେଳେ ସବୁ ପରିସ୍ଥିତି ରେ ଅଛୁ ତୁମେ ଆମ ପାଇଁ ବହୁତ ଖାସ ଏବଂ ବହୁତ ଗୁରୁତ୍ୱ ମଧ୍ୟ । ତେବେ ଅକ୍ଷୟ ଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କୁ ସହାନୁଭୂତି ଜଣାଇଥିଲେ । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *