ସମୁଦ୍ର ଉପରେ ତିଆରି ହୋଇଗଲା ବିଶାଳ ପୋଲ… ରାମଲଲାଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଲୋକାର୍ପିତ !

ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଶେଷ ହେଲା ସମୁଦ୍ର ପୋଲ ! ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସାରା ଦେଶବାସୀ ଚାହିଁ ରହିଛନ୍ତି । ସବୁଆଡେ ବର୍ତ୍ତମାନ ରାମମୟ ପରିବେଶ ହୋଇଯାଇଛି । ଏହି ଭବ୍ୟ ସମାହାରକୁଦେଖିବା ପାଇଁ ଶ୍ରଦ୍ଧାଳୁ ମାନେ ଆନନ୍ଦର ସହ ଚାହିଁ ରହିଛନ୍ତି । ଆଉ ମାତ୍ର କିଛି ଦିନର ଅନ୍ତରାଳରେ ଅର୍ଥାତ ଆସନ୍ତା ଜାନୁଆରୀ 22 ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ହେବା ପାଇଁ ଯାଉଛି । ତେବେ ତାହା ହେବା ପୂର୍ବରୁ ସମୁଦ୍ର ଉପରେ ପୋଲ ନିର୍ମାଣ କାର୍ଯ୍ୟ ସରିଯାଇଛି ।

ଏହି ଦୀର୍ଘତମ ପୋଲ ସର୍ବସାଧାରଣଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ ହୋଇଛି । ତେବେ ସୂଚନା ମୁତାବିକ ମୁମ୍ବାଇରେ ଅଟଳ ସେତୁର ଉଦ୍ଘାଟନ କରାଯାଇଛି । ତେବେ ଏହି ବିଶାଳ ପୋଲକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି । ଏହି ପୋଲଟି ୨୧.୮ କିଲୋମିଟର ଲମ୍ବା ହୋଇଥିବା ବେଳେ ସମୁଦ୍ର ଉପରେ ଏହା ୧୬.୫ କିଲୋମିଟର ଏହାର ବାକି ଅଂଶ ଅର୍ଥାତ ଭୂମୀ ଉପରେ ପାଞ୍ଚରୁ ସାଢେ ପାଞ୍ଚ କିଲୋମିଟର ରହିଛି ।

୨୦୧୬ ମସିହାରେ ଏହି ଦୀର୍ଘତମ ପୋଲ ପାଇଁ ଶିଳାନ୍ୟାସ କରାଯାଇଥିଲା । ଏହାକୁ ତିଆରି କରିବା ପାଇଁ ୧୮, ୦୦୦ କୋଟି ଟଙ୍କା ଖର୍ଚ ହୋଇଛି । ପୂର୍ବରୁ ମୁମ୍ବାଇ ଓ ନାଭୀ ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ଲାଗୁଥିବା ବେଳେ ଏହି ପୋଲ ନିର୍ମାଣ ଦ୍ଵାରା ଏବେ ୨୦ କିଲୋମିଟରକୁ ହ୍ରାସ ପାଇଛି । ଅଟଳ ସେତୁର ଉଦ୍ଘାଟନ ପରେ ଦକ୍ଷିଣ ମୁମ୍ବାଇରୁ ନଭୀ ମୁମ୍ବାଇରେ ପହଞ୍ଚିବାକୁ ମାତ୍ର ୨୦ ମିନିଟ ସମୟ ଲାଗିବ ।

ଶନିବାର ଠାରୁ ଏହି ପୋଲଟି ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ଏହି ପୋଲଟି ୬ ଲେନ ବିଶିଷ୍ଟ ହୋଇଥିବା ବେଳେ ସେତୁ ଉପରେ ଜାନ ଚଢିବା ଓ ବାହାରିବା ବେଳେ ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ରହିବ । ଯାତ୍ରୀବାହୀ କାର ଠାରୁ ଏହି ପୋଲ ଉପରେ ଥରେ ଯିବା ପାଇଁ ୨୫୦ ଟଙ୍କା ଟୋଲ ଫ୍ରୀ ଟାକ୍ସ ନିଆଯିବ । ଫେରିବା ପାଇଁ ଅଲଗା ଚାର୍ଜ ଲାଗିବ । ତେବେ ଦୈନିକ ଭାବେ ଏହି ପୋଲ ଉପରେ ଯାତ୍ରା କରୁଥିବା ଗାଡି ଗୁଡିକ ଉପରେ ଅଲଗା ଟୋଲ ଫ୍ରୀ ଆଦାୟ କରାଯିବ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *