ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ Jogi Adityanath ଙ୍କୁ ମିଳିଲା ହତ୍ୟା ଧମକ, Ram temple

ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ୟୁପିର ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଧମକ ! ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଯାହାକୁ ନେଇ ପୁରା ଚଳଚଞ୍ଚଳ ଅଯୋଧ୍ୟା । ଏହାରି ଭିତରେ ଏପରି ଏକ ବଡ ଖବର ସାମ୍ନାକୁ ଆସିଛି । ଯେଉଁ କାରଣରୁ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥାକୁ ପୂରାପୂରି କଡାକଡି କରାଯାଇଛି । କାରଣ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯଙ୍କୁ ହତ୍ୟା ଧମକ ମିଳିଛି । ଯେଉଁ ଧମକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟଙ୍କୁ ଗୁରପତୱନ୍ତ ପନ୍ଥ ଦେଇଛି ।

ତେବେ ପନୁ ଧମକ ଦେଇ କହିଛି । ଯେତେବେଳେ ରାମ ପୂଜା ପାଉଥିବେ । ଯେତେବେଳେ ଭବ୍ୟ ଆଡମ୍ବରରେ ରାମ ମନ୍ଦିରକୁ ପ୍ରତିଷ୍ଠା କରାଯାଉଥିବ । ସେତେବେଳେ ଆମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବୁ । ଏପରି କିଛି କହି ଏକ ଅଡିଓ ମେସେଜ ପନୁ ପଠାଇଛି । ତେବେ ପନୁର ଏହା ପ୍ରଥମ ଧମକ ନୁହେଁ । ବଂର ଏପରି ଧମକ ସେ ଅନେକ ଥର ଦେଓସାରିଛି । ତେବେ ଏଭଳି କିଛି କଥା ଶୁଣାଯିବା ପରେ ଅଯୋଧ୍ୟାରେ ସୁରକ୍ଷା ବଳୟକୁ ଆହୁରି କଡାକଡି କରି ଦିଆଯାଇଛି।

ତେବେ ଗତ 2 ଦିନ ତଳେ ଅଯୋଧ୍ୟାରେ 3 ଜଣ ସନ୍ଦିଗ୍ଧକୁ ସନ୍ଦେହ କରି ସେମାନଙ୍କୁ ଅଟକ ରଖାଯାଇଥିଲା । ତେବେ ପନୁର କହିବା ଅନୁଯାଇ ସେହି ଯୁବକ ମାନଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ସେମାନଙ୍କ ନାମରେ ମିଛ ମାମଲା କରାଯାଇ ସେମାନଙ୍କୁ ଫସାଯାଇଛି । ହେଲେ ସେହି 3 ଜଣ ସନ୍ଦିଗ୍ଧ କାହିଁକି ଅଯୋଧ୍ୟାକୁ ଆସିଥିଲେ ତାହା ଏ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଠ ହୋଇପାରିନାହିଁ । ହେଲେ ପନୁର ଏଭଳି ଧମକ ଶୁଣି ସମସ୍ତେ କହୁଛନ୍ତି ସେ କିଛି ବି କରିପାରିବ ନାହିଁ ।

ତେବେ ଯେତେବେଳେ ଅଯୋଧ୍ୟା ଭୂମୀରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହାରି ଭିତରେ ପନୁ ଏଭଳି କିଛି ମରଣାତ୍ମକ ଧମକ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟଙ୍କୁ ଦେଇଛି । ହେଲେ ଅଯୋଧ୍ୟାରେ ଏଭଳି ଭାବେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେ ପନୁ କାହାର ବି କିଛି କ୍ଷତି କରିପାରିବ ନାହିଁ ବୋଲି ଚର୍ଚା ଜୋର ଧରିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *