South ଇଣ୍ଡଷ୍ଟ୍ରି ର ଫେମସ ଆକ୍ଟର Ram Pothineni ଙ୍କ ରିଅଲ ଲାଇଫ Family

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ସାଉଥ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ସାଉଥ ର ସୁପରଷ୍ଟାର ରାମ ପୋଥିନେନି ଙ୍କ ବିଷୟ ରେ ଆଲୋଚନା କରି ନେବା ।

ତେବେ ରାମ ନିଜର ସୁନ୍ଦର ଅଭିନୟ ଏବଂ ଆକ୍ସନ ରେ ଲୋକ ମାନଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ରାମ ହାଇଦ୍ରାବାଦ ତେଲେଙ୍ଗାନା ରେ ଜନ୍ମ କରିଥିଲେ ୧୯୮୮ ମସିହା ୧୫ ମେ ରେ ସେ ଜନ୍ମ ଗ୍ରହଣ କରିଥିଲେ । ତେବେ ତାଙ୍କ ବାପାଙ୍କ ନାମ ହେଉଛି ମୁରଲୀ ପୋଥିନେନି ଏବଂ ମାତାଙ୍କ ନାମ ହେଉଛି ପଦ୍ମଶ୍ରୀ ପୋଥିନେନି ।
ରାମ ଙ୍କ ପିତା ମୁରଲୀ ନିଜେ ଜଣେ ସାଉଥ ରେ ସିନେମା ନିର୍ମାତା ଭାବରେ କାର୍ଯ୍ୟ କରିଥାନ୍ତି ଏବଂ ତାଙ୍କ ମାଆ ଜଣେ ଗୃହିଣୀ ।

ତେବେ ରାମ ଙ୍କ ଭାଇ ଭଉଣୀ ବିଷୟ ରେ ଆଲୋଚନା କଲେ ତାଙ୍କର ଜଣେ ବଡ ଭାଇ ଅଛନ୍ତି ଯାହାଙ୍କ ନାମ ହେଉଛି କ୍ରିଷ୍ଣା ଚୈତନ୍ୟ ପୋଥିନେନି ଏବଂ ସେ ବର୍ତ୍ତମାନ ଏକ ସିନେମା ନିର୍ମାତା ଭାବରେ କାର୍ଯ୍ୟ କରିଛନ୍ତି । ରାମ ଙ୍କ ର ଜଣେ ବଡ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ମଧୁସ୍ମିତା । ତେବେ ସେ ଜଣେ ପ୍ରକୃତି ଫୋଟୋଗ୍ରାଫର ।

ତେବେ ରାମ ବର୍ତ୍ତମାନ ଅବିବାହିତ ଏବଂ ତାଙ୍କର କୌଣସି ପ୍ରେମିକା ମଧ୍ୟ ନାହାନ୍ତି କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ସେ ଅଭିନେତ୍ରୀ ଇଲିଆନା ଡ଼ି କ୍ରୁଜ ଙ୍କ ସହ ପ୍ରେମ ସମ୍ପର୍କ ରେ ଥିଲେ । ତେବେ କିନ୍ତୁ ଦୁହେଁ ପରେ ଅଲଗା ମଧ୍ୟ ହୋଇ ଯାଇଥିଲେ । ତେବେ ରାମ ପୋଥିନେନି ବହୁତ ସାଉଥ ସିନେମା ରେ କାମ କରିଛନ୍ତି ଯେପରି ହାଇପର, ଦେଵଦାସୁ, ରେଡି, ସୁପର ଖିଲାଡି ୩, ଇସ୍ମାଟ ଶଙ୍କର ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *