ରାକ୍ଷୀ ବାନ୍ଧିଥିଲି ରଖିଲେ ମାନ ! ଦେଖନ୍ତୁ Video

ବନ୍ଧୁଗଣ ବିଜେପି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛିବା ପରେ ଏବେ ଦ୍ରୌପଦୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଥର ପାଇଁ ବିଜେପି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛି ଛନ୍ତି । ଆଉ ଆମ ଓଡିଶାରୁ ମଧ୍ୟ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏହା ହେଉଛି ଆମ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର କଥା ।

ବନ୍ଧୁଗଣ ଅନ୍ୟ ପଟେ ସମସ୍ତ ଓଡିଶା ବାସୀ ଦ୍ରୌପଦୀଙ୍କ ପାଇଁ ବେସ ଖୁସି ଅଛନ୍ତି ଆଉ ଦ୍ରୌପଦୀଙ୍କୁ ସୁବେଚ୍ଚା ଜଣାଉଛନ୍ତି । ବନ୍ଧୁଗଣ ଅନ୍ୟ ପଟେ ଦ୍ରୌପଦୀ ଏବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀଗସ୍ତ କରିଛନ୍ତି । ତାଙ୍କୁ ଏୟାରପୋର୍ଟକୁ ଛାଡିବା ପାଇଁ ତାଙ୍କ ଝିଅ ଯାଇଥିଲେ । ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଫଟୋ ଏବେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏହି ଫଟୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧୁ ଛନ୍ତି ଦ୍ରୌପଦୀ ମୁର୍ମୁ ।

ଭାଇ ଭଳି ନବୀନଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ ଦ୍ରୌପଦୀ । ଦ୍ରୌପଦୀଙ୍କୁ ସମର୍ଥନ ଦେଇ ଭାଇର ଦାୟିତ୍ଵ ତୁଲାଇଲେ ନବୀନ । ଭଉଣୀର 22 ବର୍ଷର ଋଣ ସୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଏ ଜାଣିଥିଲା ଆଜି ଠାରୁ 22 ବର୍ଷ ତଳେ ଭାଇ ମାନି ନବୀନ ପଟ୍ଟନାୟକଙ୍କ ହାତରେ ବାନ୍ଧି ଥିବା ରାକ୍ଷୀର ଋଣ ଏମିତି ଢଙ୍ଗରେ ସୁଝିବେ ମୁଖ୍ୟମନ୍ତ୍ରୀ ।

ହୁଏତ ନିଜେ ଦ୍ରୌପଦୀ ମୁର୍ମୁ ମନେ ରଖିନଥିବେ ସେ ଦିନେ ନବୀନଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ । ହେଲେ ଭଉଣୀର ଆବଶ୍ୟକତା ସମୟରେ ଭାଇର ଦାୟିତ୍ଵ ତୁଲାଇ ଛନ୍ତି ନବୀନ ପଟ୍ଟନାୟକ । ଏନଡିଏରେ ନଥାଇ ବି ଏନଡିଏର ରାଷ୍ଟ୍ରପତି ପାର୍ଥୀଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି ନବୀନ ପଟ୍ଟନାୟକ ।

ଏମିତି କି ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ କହିଛନ୍ତି । ଏ ଚିତ୍ର ହେଉଛି 2000 ମସିହାର । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଫଟୋଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *