ନମସ୍କାର ବନ୍ଧୁଗଣ, ଭଗବାନ ଯାହାର ସାହା ହୋଇଥାନ୍ତି ତାକୁ ମୃତ୍ୟୁ ମଧ୍ୟ କେବେ ଛୁଇଁ ପାରିନଥାଏ । ଏହି କଥା ଆପଣ ଶୁଣିଥିବେ ନିଶ୍ଚୟ କିନ୍ତୁ କେବେ ବାସ୍ତବରେ ଆପଣଙ୍କ ଆଖପାଖରେ ହେବାର ଖବର ପାଇଛନ୍ତି କି ! କିନ୍ତୁ ଆମେ ଆଜି ଏମିତି ଜଣେ ଝିଅଙ୍କ ସମ୍ପର୍କରେ କହିବାକୁ ଯାଉଛୁ ଯାହାଙ୍କୁ ମୃତ୍ୟୁ ନିଜ କୋଳକୁ ନେବା ପରେ ମଧ୍ୟ ଛାଡିଦେଇଛି । ତେବେ ଏଭଳି ଏକ ଘଟଣା କେଉଁଠାରେ ଘଟିଛି ଏବଂ ଘଟଣା ସମ୍ପର୍କିତ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।
ମୟୂଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ Mdr 70 ରାସ୍ତାରେ କୁଳ ଡିହ ନିକଟସ୍ଥ ଛକରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ସୂଚନା ଅନୁଯାୟୀ ପଦ୍ମପୁର ଗ୍ରାମର ଶରତ ଚନ୍ଦ୍ର ରାଉତଙ୍କ ଝିଅ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ସକାଳ ସମୟରେ କୋଚିଙ୍ଗ ସାରି ସାଇକେଲରେ ଘରକୁ ଫେରୁଥିଲେ । ସେହି ସମୟରେ ତାଙ୍କ ଅପରପାର୍ଶ୍ଵରୁ ଆସୁଥିବା ଏକ ଟ୍ରାକ୍ଟର ଛାତ୍ରୀଙ୍କୁ ଧକା ଦେବା ସହ ସାଇକେଲ ଉପରେ ଚଢିଯାଇଥିଲା ।
ଧକା ହେବା ପରେ ଛାତ୍ରୀ ଜଣଙ୍କ ରାସ୍ତା କଡକୁ ଛିଟିକି ପଡିଥିଲେ ଆଉ ଏହାପରେ ତାଙ୍କ ସାଇକେଲରେ ଚଢିଯାଇଥିଲା ଟ୍ରାକ୍ଟର । ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଛାତ୍ରୀଙ୍କୁ ଉଦ୍ଧାର କରି ବୈଶିଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀ ଜଣଙ୍କ ଘରକୁ ଯାଇଥିଲେ । ଖବର ପାଇବା ପରେ ବୈଶିଙ୍ଗା ଥାନାର ପୋଲିସ ସେଠାରେ ପହଞ୍ଚି ଟ୍ରାକ୍ଟର ସହ ଡ୍ରାଇଭରକୁ ଅଟକ ରଖିଛି ।
ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା କି ଆପଣ ଦେଖିଲେ ଆଖି ବୁଜିଦେବେ । କିନ୍ତୁ ଭଗବାନ ସେହି ଝିଅଟି ଉପରେ ଆଶୀର୍ବାଦ ରଖିଥିଲେ ବୋଧ ହୁଏ । ସେଥିପାଇଁ ତ ଏତେ ବଡ ଏକ ଦୁର୍ଘଟଣା ଘଟିବା ପରେ ମଧ୍ୟ ତାଙ୍କର ସାମାନ୍ୟ କିଛି ହୋଇଥିଲା । କୌଣସି ବଡ ଧରଣର ଆଘାତ ତାଙ୍କୁ ଲାଗିନଥିଲା ।
ଏହି ଘଟଣାଟି ସାମ୍ନାରେ ଦେଖିଥିବା ଲୋକେ ନିଜ ଆଖି ଉପରେ ବିଶ୍ଵାସ ମଧ୍ୟ କରି ପାରୁନାହାନ୍ତି କି ଝିଅଟିର କିଛି ହୋଇନି ବୋଲି । ଘଟଣା ଏତେବ ସାଂଘାତିକ ଥିଲା କି କାହାର ଆଶା ନଥିଲା ଝିଅଟି ସୁରକ୍ଷିତ ଅବସ୍ତାରେ ଥିବ । କିନ୍ତୁ ଭଗବାନଙ୍କ କରୁଣା ଆଗରେ ଯମ ମଧ୍ୟ ହାର ମାନିଛି ଆଉ ଏହି କଥାର ପ୍ରମାଣ ଏହି ଦୁର୍ଘଟଣା ଦେଉଛି । ଏହା ସମ୍ପର୍କରେ ଆପଣ ମାନଙ୍କର ମତାମତ କଣ ରହିବ ତାହା କମେଣ୍ଟରେ ନିହାତି ଭାବରେ ଜଣାନ୍ତୁ ।