ବନ୍ଧୁଗଣ, ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ନ ମିଳିଥିଲେ ମଧ୍ୟ ମୁକାବିଲା ନିମନ୍ତେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ରହିବାକୁ ୧୮ ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦିଆଯାଇଅଛି । ବିପଦ ଆଶଙ୍କା ଥିବା ଅଞ୍ଚଳରେ ରହୁଥିବା ଲୋକ ଙ୍କୁ ନିରାପଦ ସ୍ଥାନ ଅଥବା ବାତ୍ୟା ଆଶ୍ରୟ ସ୍ଥଳ କୁ ପ୍ରାଥମିକତା ଭିତ୍ତି ରେ ସ୍ଥାନାନ୍ତର କରିବାକୁ ନିର୍ଦ୍ଧେଶ ଦିଆଯାଇଅଛି ।
କଚ୍ଚା ଘର ତଳି ଅଞ୍ଚଳ, ସମୁଦ୍ରକୂଳିଆ ଅଞ୍ଚଳର ଲୋକ ସମେତ ବୃଦ୍ଧ ବୃଦ୍ଧା, ମହିଳା ଏବଂ ଶିଶୁ ଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ନିମନ୍ତେ ଚିଠି ରେ ଉଲ୍ଲେଖ କରାଯାଇଅଛି । ପାନୀୟ ଜଳ ଯୋଗାଣ, ଶୌଚଳୟ, ଜେନେରେଟର, ଟାୱାର ଲାଇଟ, ମେକାନିକାଲ କଟର ର ବ୍ୟବସ୍ଥା କରିବେ । ଏହା ସହିତ ବିକଳ୍ପ ବିଦ୍ୟୁତ ସରୋବରାହ ର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି । ଏହି ସବୁ କାର୍ଯ୍ୟ କୁ ୬ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଧେଶ ଦିଆଯାଇଅଛି ।
ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ର ଗତି ପଥ ଆଦୌ ସ୍ପଷ୍ଟ ହୋଇନାହିଁ । ମାତ୍ର ବାତ୍ୟା ଆସିଲେ ଏହାକୁ କିଭଳି ଭାବରେ ମୁକାବିଲା କରାଯିବ ଏହି ସମ୍ପର୍କ ରେ ରାଜ୍ୟ ସରକାର ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି । ବାତ୍ୟା ସମୟରେ ଲାଇନ ତଥା ବିଦ୍ୟୁତ କମିଥାଏ । ଏଣୁ ଏହି ଦୃଷ୍ଟି ରୁ ସେଠି ପୂର୍ବରୁ ଆରେଜମେଣ୍ଟ କରିବାକୁ ନିର୍ଦ୍ଧେଶ ଦିଆଯାଇଅଛି । ସଂପୂର୍ଣ୍ଣ କାର୍ଯ୍ୟ କୁ ସଠିକ ଭାବରେ କରି ୧୮ ଜିଲ୍ଲାପାଳ ଜଣାଇବେ ବୋଲି ନିର୍ଦ୍ଧେଶ ଦିଆଯାଇଅଛି ।
ବନ୍ଧୁଗଣ ସଭାବ୍ୟ ବାତ୍ୟାକୁ ନେଇ SRC ଯେଉଁ 18ଟି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସେହି ସବୁ ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହ ପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ । ବିଗତ ୩ ରୁ ୪ ବର୍ଷ ହେବ ଆମ୍ଭେ ଏବେ ପ୍ରିମନସୁନ ସାଇକ୍ଳୋନ ସହିତ ଲଢୁଛେ ।
ଏହି କଥା ପ୍ରତ୍ୟକ୍ଷ ଭାବରେ କୁହାଯାଇପାରେ ଯେ ଓଡିଶା ନିମନ୍ତେ ଏହା ଦେହଶୁଆ ହୋଇ ଗଲାଣି ସାଇକ୍ଳୋନ ସହିତ ଲଢିବା । ଯେ ହେତୁ ପୂର୍ବ ରୁ ବାତ୍ୟା ନେଇ ଅଭିଜ୍ଞତା ରହିଛି, ସେଥିପାଇଁ ବର୍ତ୍ତମାନ ରାଜ୍ୟସରକାର ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ଏହା ସହିତ ସମସ୍ତଙ୍କୁ ସାବଧାନ ରହିବାକୁ କୁହାଯାଇଛି । ମତ୍ସ୍ୟଜୀବି ମାନଙ୍କୁ ବିଶେଷ ଭାବରେ ସମୁଦ୍ର କୁ ଯିବାକୁ ମନା କରାଯାଇଅଛି । ତେବେ ଆପଣ ମାନେ ନିଶ୍ଚିତ ଭାବରେ ସତର୍କ ରୁହନ୍ତୁ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।