ରାଜ୍ୟରେ ମଦ ବନ୍ଦ ନେଇ ଆସିଲା ଏଭଳି ଏକ ବଡ ଖବର ! ସୋସିଆଲ ମିଡିଆରେ ରାଜ୍ୟରେ ବନ୍ଦ ହେବା ନେଇ ଏକ କଥା ବହୁତ ଭାଇରାଲ ହେଉଥିଲା । ବିଜେପି ସରକାର ଓଡିଶାକୁ ଆସିଲା ଏଥର ଓଡିଶାରେ ପୂରାପୂରି ମଦ ମଧ୍ୟ ବନ୍ଦ ହୋଇଯିବ ବୋଲି ସୋସିଆଲ ମିଡିଆରେ ନିକଟରେ ଖୁବ ଚହଳ ସୃଷ୍ଟି କରୁଥିଲା । ଯେପରି ବିହାର, ଗୁଜୁରାଟ, ନାଗାଲାଣ୍ଡ, ମିଜୋରାମ ଓ ଲାକ୍ଷଦୀପ ରେ ମଦ ପୁରା ବନ୍ଦ ହୋଇଯାଇଛି ।
ସେମିତି ହିଁ ଠିକ ଓଡିଶାରେ ମଧ୍ୟ ମଦ ବନ୍ଦ ହେବାକୁ ଯାଉଛି ବୋଲି କିଛି ଗୁଜବ ସୋସିଆଲ ମିଡିଆରେ ବେଶ ପ୍ରଚାର ହେଉଥିଲା । ହେଲେ ଏହି ସୂଚନାକୁ ଫେକ ଖବର ବୋଲି ଦର୍ଶାଇଅଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ । ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଥିଲା । ଯେଉଁଥିରେ ନୂଆ ମୁଖ୍ୟମନ୍ତ୍ରୀଙ୍କର ଫୋଟ ଲଗାଯିବା ସହ ସେଥିରେ ଏଭଳି କିଛି ମଧ୍ୟ ଲେଖା ଥିଲା । ଯେ ଓଡିଶାଏ ଦେଶୀ ଓ ବିଦେଶୀ ମଦ ଏବେ ବନ୍ଦ ହେବାକୁ ଯାଉଛି ।
ସ୍ଵାଧୀନତା ଦିବସ ଠାରୁ ଓଡିଶାରେ ମଦ ବନ୍ଦ ହେବାକୁ ଯାଉଛି ବୋଲି ରାଜ୍ୟ ସରକାର ଖୁବ ଶୀଘ୍ର ଏଭଳି ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ତେବେ ଏହାକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ଵିଟ କରି ଲେଖି ଜଣାଇଛନ୍ତି । ଯେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହିଭଳି ଫେକ ନ୍ଯୁଜ ପ୍ରତି ସଚେୟାତନ ରୁହନ୍ତୁ । ସବୁବେଳେ ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ଵ ଦିଅନ୍ତୁ ।
ଏହିଭଳି ମିଥ୍ୟା ଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ । ଏହା ବେଆଇନ ଅଟେ । ତେବେ ଏହିଭଳି ମିଥ୍ୟା ଗୁଜବ ଖବରକୁ ଚଳାଇଲେ । ତାଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଚେତାଇ ଦିଆଯାଇଛି । କିଛି ଲୋକ ତଥା ଗଣ ମାଧ୍ୟମ ସଂସ୍ଥା ଏଭଳି ଏକ ମିଥ୍ୟା ଖବରକୁ ଅତିରଞ୍ଜିତ କରି ଦେଖାଇଅଥିଲେ । ଯାହାପରେ ସୂଚନା ଓ ଲୋକ ସମ୍ପର୍କିତ ବିଭାଗ ଏଭଳି କିଛି ଚେତାବନୀ ଦେଇଅଛି । ତେବେ ବିଭାଗର ଏଭଳି ଟ୍ବିଟ ଦେଖି ସ୍ପଷ୍ଠ ହୋଇଯାଇଛି । ଯେ ରାଜ୍ୟରୁ ମଦକୁ ବନ୍ଦ କରାଯିବ ନାହିଁ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।