ରକ୍ତହୀନତା ଦୂର ପାଇଁ ଖାଆନ୍ତୁ ଏହି ଖାଦ୍ୟ ? Dr Sunita Sahoo

ବନ୍ଧୁଗଣ ଆନିମିଆ ତଥା ରକ୍ତହୀନତାକୁ ଆମେ ସାଇଲେଣ୍ଟ ପ୍ରୋବ୍ଲେମ କହିଥାଉ କାରଣ ଲୋକ ଜାଣି ପାରନ୍ତି ନାହିଁ ଯେ, ତାଙ୍କ ଦେହରେ ହିମୋଗ୍ଲୋବିନ ଲେବୁଲ କମ ଅଛି ବା ସେମାନେ ରକ୍ତହୀନତାର ଶିକାର ହେଉଛନ୍ତି । ପୁରୁଷ ମାନଙ୍କ ମଧ୍ୟରେ ହିମୋଗ୍ଲୋବିନ ଲେବୁଲ ୧୩.୫-୧୭.୫ ଭିତରେ ରହିବା ଦରକାର । ଯଦି ପୁରୁଷ ମାନଙ୍କ ମଧ୍ୟରେ ହିମୋବ୍ଲୋବିନ ଲେବୁଲ ୧୩ ତଳକୁ ଅଛି ତା ହେଲେ ଆମେ ତାକୁ ରକ୍ତହୀନତା ବୋଲି କହିଥାଉ ।

ମହିଳା ମାନଙ୍କ ମଧ୍ୟରେ ହିମୋଗ୍ଲୋବିନ ଲେବୁଲ ୧୨-୧୫ ଭିତରେ ରହିବା ଜରୁରୀ । ଯଦି ୧୨ ତଳକୁ ହିମୋଗ୍ଲୋବିନ ଲେବୁଲ ଅଛି ତା ହେଲେ ମହିଳା ମାନେ ରକ୍ତହୀନତାର ଶିକାର ହୋଇଥାନ୍ତି । ହିମୋଗ୍ଲୋବିନ କମ ହେବାର ବହୁତ ଗୁଡିଏ କାରଣ ଅଛି । ବନ୍ଧୁଗଣ ପ୍ରଥମେ ହେଉଛି ଯଦି ଆପଣ ଆଇରନ ଯୁକ୍ତ ଖାଦ୍ୟ କମ ଖାଉଛନ୍ତି ବା ଯେଉଁ ଖାଦ୍ୟର ଆଇରନ କମ ଅଛି ଓ ଆପଣ ଖାଉଛନ୍ତି ତା ହେଲେ ଆପଣଙ୍କ ଦେହରେ ରକ୍ତହୀନତା ଦେଖା ଯାଇପାରେ ।

ଦ୍ଵିତୀୟରେ ହେଉଛି ଆପଣଙ୍କ ଦେହରେ ଯଦି ଭିଟାମିନ B୧୨ କିମ୍ବା ଫଲିକ ଏସିଡ ଯୁକ୍ତ ଖାଦ୍ୟ ଆପଣଙ୍କ ଖାଦ୍ୟରେ କମ ଅଛି ତା ହେଲେ ମଧ୍ୟ ରକ୍ତହୀନତା ଦେଖାଯାଇପାରେ । ବନ୍ଧୁଗଣ ଅଲଗା ମଧ୍ୟ କେତେକ ମେଡିକାଲ କଣ୍ଡିସନ ଅଛି ପ୍ରାୟତଃ ଜଣା ପଡେ ନାହିଁ । ଯଦି ପେଟରେ କୌଣସି ଅଲସର ଅଛି ସେଥିରେ ବି ଆପଣଙ୍କ ବ୍ଲଡ଼ ଲସ୍ ହୋଇଥାଏ ଓ ଜଣା ପଡେ ନାହିଁ ଧୀରେ ଧୀରେ ଆପଣଙ୍କୁ ରକ୍ତହୀନତା ଦେଖା ଦେଇଥାଏ ।

ମହିଳା ମାନଙ୍କ କ୍ଷେତ୍ରରେ ସାଧାରଣତଃ ଋତୁସ୍ରାବ ବେଳେ ବହୁତ ଅଧିକ ଯଦି ଆପଣଙ୍କର ରକ୍ତସ୍ରାବ ହେଉଛି ତା ହେଲେ ଆପଣଙ୍କର ରକ୍ତହୀନତା ଦେଖା ଦେଇପାରେ । ମହିଳା ମାନଙ୍କର ଗର୍ଭାବସ୍ଥା ସମୟରେ ମଧ୍ୟ ତାଙ୍କ ଶରୀରରେ ହିମୋଗ୍ଲୋବିନ ଲେବୁଲ ବହୁତ ଅଧିକ କମ ହୋଇଯାଇଥାଏ ସେମାନେ ରକ୍ତହୀନତାର ଶିକାର ହୋଇଥାନ୍ତି ।

ବନ୍ଧୁଗଣ ଅଧିକାଂଶ ଲୋକ ହିମୋଗ୍ଲୋବିନ ଟେଷ୍ଟ କରେଇ ନଥାନ୍ତି ତ ସେମାନେ ଜାଣି ପରି ନଥାନ୍ତି ଯେ, ସେମାନଙ୍କୁ ରକ୍ତହୀନତା ବା ଆନିମିଆ ହୋଇଛି ବୋଲି । ଯଦି ବାରମ୍ବାର କିଛି କାରଣ ନଥାଇ ଆପଣଙ୍କୁ ଦୁର୍ବଳ ଲାଗୁଛି, ମୁଣ୍ଡ ବୁଲାଉଛି, କୌଣସି କାମରେ ଧ୍ୟାନ ଦେଇ ପାରୁ ନାହାନ୍ତି, ଆଖି ତଳ ଧଳା ହୋଇଯିବା ଓ ମୁହଁ ଶୁଖିଗଲେ ଆପଣଙ୍କୁ ହିମୋଗ୍ଲୋବିନ ଟେଷ୍ଟ କରେଇବା ଦରକାର ।

ଯଦି ଆପଣଙ୍କୁ ରକ୍ତହୀନତା ଦେଖାଇଲା ତା ହେଲେ ଆପଣଙ୍କୁ ଆଇରନ ଯୁକ୍ତ ଖାଦ୍ୟ ଖାଇବାକୁ ପଡିବ । ଲୌହ ସାର ବା ଆଇରନ ବହୁତ ଗୁଡିଏ ଖାଦ୍ୟରେ ଥାଏ । ନାଲି ଛୁଆ, ନାଲି ଚାଉଳ, ମାଣ୍ଡିଆ, ରେଡ ମିଟ ତଥା କଲିଜା, ଚିଙ୍ଗୁଡି, ସମୁଦ୍ର ମାଛ, ଡାଳିମ୍ବ, ଆପେଲ, ପାଳଙ୍ଗ ଶାଗ, ସଜନା ଶାଗ, ଗଜା ମୁଗ, କିସମିସ ଓ ଖଜୁରୀ ଆଦି ଖାଦ୍ୟରେ ଆଇରନର ମାତ୍ରା ଅଧିକ ଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ପ୍ରତ୍ୟକ ଦିନ ଏହି ସବୁ ଖାଦ୍ୟ ନିଶ୍ଚୟ ଖାନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *