Rajkumar ଙ୍କ ଝିଅଙ୍କ ଠାରୁ ଚିଡି ଯାଇ Sahid Kapoor ପୋଲିସରେ ଦେଇଥିଲେ FIR, ଟପି ଯାଇଥିଲେ ସବୁ ସୀମା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାର ରାଜକୁମାରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରାଜକୁମାର ନିଜର ଜବରଦସ୍ତ ଅଭିନୟ ଓ ନିଜ ଦମଦାର ଡାଇଲଗ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ରାଜକୁମାର ନିଜ ଫିଲ୍ମ କାରିୟରରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ସେ ଆଜି ଆମ ମାନଙ୍କ ମଧ୍ୟରେ ନଥିଲେ ମଧ୍ୟ ଲୋକ ମାନେ ତାଙ୍କ ଅଭିନୟକୁ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ରାଜକୁମାର ମୁମ୍ବାଇ ପୋଲିସରେ ସବ ଇନ୍ସଫେକଟ ଥିଲେ । ରାଜକୁମାରଙ୍କ ପ୍ରକୃତ ନାମ ଥିଲା କୁଳ ଭୂଷଣ ପଣ୍ଡିତ ହେଲେ ସେ ଫିଲ୍ମ ଦୁନିଆରେ ରାଜକୁମାର ନାମରେ ପରିଚିତ ଥିଲେ । ଯେଉଁ ଭଳି ଭାବରେ ରାଜକୁମାର ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ସେହି ଭଳି ତାଙ୍କ ଛୁଆ ମାନେ ସଫଳତା ପାଇ ପାରିଲେ ନାହିଁ ।ରାଜକୁମାର ଜେନିଫର ନାମକ ଏକ ଏୟାର ହଷ୍ଟେଜ ଲେଡିଙ୍କ ସହ ବିବାହ କରିଥିଲେ ।

ରାଜକୁମାରଙ୍କ ସହ ବିବାହ କରିବା ପାଇଁ ଜେନିଫର ନିଜ ନାମ ପରିବର୍ତ୍ତନ କରି ଗାୟତ୍ରୀ ରଖିଥିଲେ । ବିବାହ ପରେ ରାଜକୁମାରଙ୍କ ଘରେ ତିନୋଟି ଛୁଆ ଜନ୍ମ ନେଇଥିଲେ । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କର ଝିଅର ନାମ ହେଉଛି ବାସ୍ତବିକତା ରାଜ କୁମାର । ବାସ୍ତବିକତା ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ଖାସ ସଫଳତା ପାଇ ପାରିଲେ ନାହିଁ । ହେଲେ ବାସ୍ତବିକତା ବଲିଉଡ ଅଭିନେତା ସାହିଦ କପୁରଙ୍କ ପାଇଁ ପ୍ରେମରେ ପାଗଳ ହୋଇଯାଇଥିଲେ ।


ବାସ୍ତବିକତା ସାହିଦଙ୍କର ବହୁତ ବଡ ଫ୍ୟାନ ଥିଲେ ସେ ସାହିଦଙ୍କୁ ସବୁବେଳେ ଫଲୋ କରୁଥିଲେ । ରାସ୍ତାରେ ସାହିଦ ଗଲା ବେଳେ ମଧ୍ୟ ବାସ୍ତବିକତା ତାଙ୍କୁ ଅଟକାଉ ଥିଲେ ଓ କହୁଥିଲେ ସେ ହେଉଛନ୍ତି ତାଙ୍କର ବହୁତ ବଡ ଫ୍ୟାନ । ସେ ସାହିଦଙ୍କ ସମସ୍ତ ହରକତ ଉପରେ ନଜର ରଖୁଥିଲେ ଏମିତି କି ସେ ସାହିଦଙ୍କ ଘର ପାଖରେ ଏକ ଫ୍ଲାଟ କିଣି ଦେଲେ । ବାସ୍ତବିକତା ସମସ୍ତଙ୍କୁ ସାହିଦଙ୍କ ପତ୍ନୀ ବୋଲି କହୁଥିଲେ ।

ବେଳେବେଳେ ସେ ସାହିଦଙ୍କ ଘରକୁ ଯାଇ ତାଙ୍କ କବାଟ ପାଖରେ ଛିଡା ହେଉଥିଲେ । ଗୋଟେ ସମୟରେ ସାହିଦ ବାସ୍ତବିକତାଙ୍କ ପାଇଁ ବହୁତ ଚିନ୍ତାରେ ପଡିଗଲେ ଯାହାଫଳରେ ସେ ପୋଲିସ ଷ୍ଟେସନ ଯାଇ ବାସ୍ତବିକତାଙ୍କ ବିରୋଧରେ କେସ କରିଥିଲେ । କେସ କରିବା ପରେ ବାସ୍ତବିକତା ସାହିଦ କପୁରଙ୍କ ଠାରୁ ସବୁଦିନ ପାଇଁ ଦୂରେଇ ଗଲେ ଏବେ ସେ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ତାହା ବିଷୟରେ କୌଣସି ସୂଚନା ନାହିଁ ।

ଅନ୍ୟ ପକ୍ଷରେ ସାହିଦ କପୁର ବିବାହ କରି ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବାସ୍ତବିକତା ଓ ସାହିଦଙ୍କ ପ୍ରେମ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *