ନମସ୍କାର ବନ୍ଧୁଗଣ ତେବେ ଓଡ଼ିଆ ଟେଲି ଜଗତର ଜଣେ ଜଣାଶୁଣା ଖଳ ଅଭିନେତ୍ରୀ ହେଉଛନ୍ତି ରାଜେଶ୍ୱରୀ ରାୟ ମହାପାତ୍ର । ଗାଁଠାରୁ ଆରମ୍ଭ କରି ସହର ଯାଏଁ ସମସ୍ତ ସିରିଏଲ ପ୍ରେମୀଙ୍କ ନିକଟରେ ସେ ଖୁବ୍ ପରିଚିତ । ଟିଭି ପରଦାରେ ନିଜ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ କେତେବେଳେ ସେ ହସାଇଛନ୍ତି ତ ଆଉ କେତେବେଳେ କନ୍ଦାଇଛନ୍ତି । ଏବେ ସେ କ୍ୟାନସର ଭଳି ଏକ ମାରାତ୍ମକ ରୋଗ ସହ ଲଢ଼ି ନୂଆ ଜୀବନ ପାଇଛନ୍ତି ।
ମୁଁ ଛୁଆବେଳୁ ସତ୍ୟକୁ ଗ୍ରହଣ କରିବା ଶିଖିଛି । ଯେତେବେଳେ ମୁଁ ଜାଣିଲି ମତେ କ୍ୟାନ୍ସର ହୋଇଛି ମୁଁ କିଛି ସେକେଣ୍ଡ ପାଇଁ ସ୍ତବ୍ଧ ହୋଇଯାଇଥିଲି ସତ ହେଲେ ପରେ ଏହି ସତ୍ୟକୁ ଗ୍ରହଣ କରି ନେଇଥିଲି । କ୍ୟାନସର ହୋଇଛି ଯଦି ଟ୍ରିଟ୍ମେଣ୍ଟ ବି କରିବି ଉତ୍ସାହର ସହ ଓଡ଼ିଶା ଲାଇଭ୍କୁ କହିଛନ୍ତି ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର ।
ତେବେ ସେ ଆହୁରି ମଧ୍ୟ କହିଛନ୍ତି ଚତୁର୍ଥ ଷ୍ଟେଜରେ କ୍ୟାନ୍ସର ହୋଇଛି ବୋଲି ମୁଁ ଜାଣିବାକୁ ପାଇଲି । ଏ କଥା ଶୁଣି ମୋ ପରିବାର କାଳେ ଦୁଃଖରେ ଭାଙ୍ଗିଯିବ ସେଥିପାଇଁ ମୁଁ ମୋ ସ୍ୱାମୀ ଓ ପରିବାରକୁ ଆଗ କହିଲି । ମତେ କିଏ ସାନ୍ତ୍ୱନା ଦେବା ଆଗରୁ ମୁଁ ସମସ୍ତଙ୍କୁ ସାନ୍ତ୍ୱନା ଦେଲି ଯେ ବ୍ୟସ୍ତ ହୁଅନି । ତା’ପରେ ମୁଁ ବମ୍ବେ ଯାଇ ଚିକିତ୍ସା କଲି । କଷ୍ଟ ଆସିଛି ତାକୁ ଦୃଢ଼ତାର ସହ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଥିଲି ।
ରାଜେଶ୍ୱରୀ ଲୋକପ୍ରିୟ ସିରିଏଲ ଉଆଁସୀ କନ୍ୟା ରେ ଖଳନାୟିକା ଅଳକା ଭୂମିକା ନିଭାଇଥିଲେ । ସେହିପରି ଅନ୍ୟ ଏକ ଲୋକପ୍ରିୟ ସିରିଏଲ ‘ତୋ ପାଇଁ ମୁଁ’ ସିରିଏଲ୍ରେ ତାରା ପଟ୍ଟନାୟକ ଚରିତ୍ରରେ ଅଭିନୟ କରି ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ବାଲେଶ୍ୱରରେ ଜନ୍ମିତ ରାଜେଶ୍ୱରୀ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆକୁ ପ୍ରବେଶ କରିଥିଲେ । କିନ୍ତୁ ଲେଡି ଭିଲେନ୍ ଭାବେ ସେ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି ।
ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଛି । ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ସତ୍ୟମେବ ଜୟତେ’ । ତା’ପରେ ସେ ‘ଆରେ ସାଥୀ ଆ’, ‘ବ୍ଲାକ୍ମେଲ୍’ ଭଳି ଫିଲ୍ମରେ ବି ସେ ନଜର ଆସିଛନ୍ତି । ତାଙ୍କର ଉଲ୍ଲେଖନୀୟ ଧାରାବାହିକ ଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍କୁମ୍’ । ତେବେ ୨୦୧୯ରେ ରାଜେଶ୍ୱରୀ ଫେସ୍ବୁକ୍ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଥିଲେ ଯେ ସେ ମସ୍ତିଷ୍କ ଓ ଫୁସ୍ଫୁସ୍ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି ।
ସେତେବେଳେକୁ ସେ କ୍ୟାନ୍ସରର ଚତୁର୍ଥ ଷ୍ଟେଜ୍ରେ ଥିଲେ । ତେବେ ସେ ଓଡ଼ିଶାଲାଇଭ୍କୁ ଆହୁରି ମଧ୍ୟ କହିଛନ୍ତି, ‘‘ନିଜ ପାଇଁ ନ ହେଉ ନିଜ ପରିବାର ଓ ସ୍ୱାମୀ ପାଇଁ ମତେ ବଞ୍ଚିବାର ଥିଲା । ଜୀବନ ମରଣ ଆମ ହାତରେ ନାହିଁ ଏବଂ ମୁଁ କେବେ ଭାବିନି ବି ମୁଁ କେତେ ଦିନ ବଞ୍ଚିବି । ହେଲେ ଯେତିକି ଦିନ ବଞ୍ଚିବି ଖୁସିରେ ବଞ୍ଚିବି । ’’ କ୍ୟାନ୍ସର ହେବା ପୂର୍ବର ଜୀବନଶୈଳୀ ଓ କ୍ୟାନ୍ସର ହେବା ପରର ଜୀବନ ଶୈଳୀ ରାଜେଶ୍ୱରୀଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ରହିଛି ।
କ୍ୟାନ୍ସର ପୂର୍ବରୁ ସୁଟିଂର ବ୍ୟସ୍ତତା ଭିତରେ ଓ ଖାଦ୍ୟପେୟର ଅନିୟମିତତା, ଶୋଇବାର ସମୟସୀମାରେ ବହୁତ ଫରକ ଥିଲା । ହେଲେ ବର୍ତ୍ତମାନ ଖାଦ୍ୟପେୟ ଉପରେ ବେଶି ଧ୍ୟାନ ଠିକ୍ ସମୟରେ ଶୋଇବା ଓ ଉଠିବା ଉପରେ ସେ ବିଶେଷ ଧ୍ୟାନ ଦେଉଛନ୍ତି । ରାଜେଶ୍ୱରୀଙ୍କ ସ୍ୱାମୀ ସଞ୍ଜୟ ମହାପାତ୍ର ବିଦେଶରେ ଚାକିରି କରୁଥିଲେ । ସ୍ତ୍ରୀ ଅସୁସ୍ଥତା ଜାଣି ସେ ଓଡ଼ିଶା ଫେରି ଆସିଥିଲେ । ଖାଲି ସେତିକି ନୁହେଁ, ଆଜି ରାଜେଶ୍ୱରୀଙ୍କ ଭିତରେ ଯେଉଁ ଦୃଢ଼ତା ଦେଖିବାକୁ ମିଳିଛି ତାହା ତାଙ୍କ ସ୍ୱାମୀଙ୍କ ପାଇଁ ସମ୍ଭବ ହୋଇ ପାରିଛି ।
ଜଣେ ରୋଗୀ ଶାରୀରିକ ଭାବେ ଦୁର୍ବଳ ଥାଏ । ସେହି ସମୟରେ ତାକୁ ମାନସିକ ଭାବେ ଦୃଢ଼ ହେବା ଦରକାର । ଏ ଦାୟିତ୍ୱ ତା ପରିବାରର । ତେଣୁ କୌଣସି ରୋଗୀକୁ ବି ଏକା ଛାଡ଼ି ଦିଅନ୍ତୁ ନାହିଁ । ସେମାନଙ୍କ ସହିତ ରହନ୍ତୁ । ସେମାନଙ୍କୁ ପ୍ରେରଣା ଯୋଗାଇ ଦେବା ଦରକାର କହିଛନ୍ତି ରାଜେଶ୍ୱରୀ ରାୟ ମହାପାତ୍ର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।