ରାଜନୀତି କରିବେ ରଚନା ! ହଁ ଆଜ୍ଞା ରାଜନୀତିରେ ପାଦ ଥାପିବା ପାଇଁ ଯାଉଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ। ତେବେ ଖବର ଅନୁଯାଇ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଆଗାମୀ ନିର୍ବାଚନରେ ପ୍ରାଥୀ ହେବା ପାଇଁ ଯାଉଛନ୍ତି । ଓଡିଆ ଓ ବଙ୍ଗଳା ଉଭୟ ଇଣ୍ଡଷ୍ଟ୍ରିରେ ନିଜର ଦମଦାର ଅଭିନୟକୁ ନେଇ ଚର୍ଚାରେ ରହିଆସିଥିବା ରଚନା ବାନାର୍ଜୀ ଏବେ ରାଜନୀତି ଦୁନିଆରେ ପାଦ ଥାପିବା ପାଇଁ ଯାଉଛନ୍ତି ।
ଓଡିଆର ଅନେକ ଫିଲ୍ମରେ ନାୟିକା ସାଜିଥିବା ରଚନାଙ୍କୁ ଲୋକେ ରାଜନୀତିରେ ଆଗାମୀ ସମୟରେ ଦେଖିବାକୁ ଯାଉଛନ୍ତି । ତେବେ ଓଡିଶାରେ ଓଡିଆ ଫିଲ୍ମ ଅନେକ ସାରା କରିଥିବା କାରଣରୁ ରଚନା ବାନାର୍ଜୀ ଓଡିଶାର ଲୋକଙ୍କ ହୃଦୟରେ ଦୀର୍ଘ ବର୍ଷ ଧରି ମଧ୍ୟ ରାଜ କରିଛନ୍ତି । ଲୋକସଭା ପ୍ରାଥୀ ଭାବେ ନିର୍ବାଚନରେ ସାମିଲ ଭାବେ । ଗତ କିଛି ବର୍ଷ ଧରି ରଚନା ବାନାର୍ଜୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ।
ହେଲେ ଛୋଟ ପରଦାରେ ଏବେ ବି ରଚନା ଏକ ସୋ’ ରେ ହୋଷ୍ଟ ଭାବେ କାମ କରୁଛନ୍ତି । ତେବେ ଅଭିନୟ ଦୁନିଆରେ ଏତେ ସାରା ଲୋକପ୍ରିୟତା ପାଇପାରିଥିବା ରଚନା ଏବେ ରାଜନୀତି ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ଗତ କିଛି ଦିନ ତଳେ ରଚନା ହୋଷ୍ଟ କରୁଥିବା ଦିଦି ନମ୍ବର 1 ଟିଭି ସୋ’ ରେ ଅତିଥି ହୋଇଥିଲେ TMC ସୁପ୍ରିମୋ ମମତା ବାନାର୍ଜୀ । ସେହି ସୋ’ ରେ ମମତା ବାନାର୍ଜୀଙ୍କ ସହ ରଚନା ବାନାର୍ଜୀଙ୍କର ଘନିଷ୍ଠ ବନ୍ଧୁତା ରହିଛି ବୋଲି ଜଣା ପଡିଥିଲା ।
ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ରଚନା ନିର୍ବାଚନ ଲଢିବାକୁ ଯାଉଛନ୍ତି । ମମତା ବାନାର୍ଜୀଙ୍କ ଦଳ ତୃଣ ମୂଳ କଙ୍ଗ୍ରେଶ ରଚନାଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାଥୀ କରିଛନ୍ତି । ହୁଗୁଳି ଆସନରୁ ନିଜେପି ପକ୍ଷରୁ ପ୍ରାଥୀ ହୋଇଥିବା ଅଭିନେତ୍ରୀ ଲକେଟ ଚାଟାର୍ଜୀଙ୍କ ବିପକ୍ଷରେ ପ୍ରତିଦ୍ଵନ୍ଦିତା କରିବାକୁ ଯାଉଛନ୍ତି ରଚନା ବାନାର୍ଜୀ। କଲିକତାର ଜନ ଗର୍ଜନ ସଭାରେ ପଶ୍ଚିମବଙ୍ଗର ସମସ୍ତ 42 ଜଣ ଲୋକସଭା ଆସନ ପାଇଁ ପ୍ରାଥୀ ଘୋଷଣା କରିଛନ୍ତି ମମତା ବାନାର୍ଜୀ ।
ଏହି ପ୍ରାଥୀ ତାଲିକାରେ ଅନେକ ଚର୍ଚିତ ଚେହେରା ସବୁ ରହିଛି । ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଏବଂ ପୂର୍ବତନ କ୍ରିକେଟର ୟୁସୁଫ ପଠାନ ମଧ୍ୟ TMC ପକ୍ଷରୁ ପ୍ରାଥୀ ହୋଇଛନ୍ତି । ଅଭିନେତ୍ରୀ ରଚନାଙ୍କ ବ୍ୟତୀତ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।