Rashmi ଙ୍କ ସହ ଅଭିନେତା ଡ୍ୟାନିଙ୍କ ବଡ ଖୁଲାସା, କହିଲେ ‘ରାଜା ସହ ରଶ୍ମିଙ୍କ ଏନଗେଜମେଣ୍ଟ ସରିଥିଲା ..ଖୁବଶୀଘ୍ର ବାହାଘର ହେବାର ଥିଲା’ ଆଉ କଣ କହିଲେ ଶୁଣନ୍ତୁ ଏହି Audio Recording

ନମସ୍କାର ବନ୍ଧୁଗଣ ତେବେ ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଆତ୍ମହତ୍ୟା । ନୟାପଲ୍ଲୀ ଥାନା ଗଡ଼ସାହିରେ ରଶ୍ମି ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ନୟାପଲ୍ଲୀ ଥାନା ପୁଲିସ ଏକ ସୁଇସାଇଡିଆଲ ନୋଟ ଜବତ କରିଛି । ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି । ଗତକାଲି ରାତି ପ୍ରାୟ ୧୦ଟାରେ ରଶ୍ମି ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଶବ ଜବତ କରିଥିଲା । ମୃତଦେହ ନିକଟରୁ ନୟାପଲ୍ଲୀ ଥାନା ପୁଲିସ ଏକ ସୁଇସାଇଡାଲ ନୋଟ ଜବତ କରିଛି ।


ଯେଉଁଥିରେ ଲେଖାଅଛି ମିସ ୟୁ ବାବା, ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି । ମୁଁ ଗୋଟେ ଖରାପ ଝିଅ । ଏଭଳି କିଛି ସୁଇସାଇଡ଼ ନୋଟରେ ଲେଖିଛନ୍ତି ଅଭିନେତ୍ରୀ । ଏଥି ସହିତ ବାପା ଓ ପରିବାର ଲୋକଙ୍କୁ କାହାରିକୁ ଦାୟୀ କରିବାକୁ ଚିଠିରେ ମନା କରିଛନ୍ତି ରଶ୍ମିରେଖା । ତେବେ କୌଣସି ଅଘଟଣ କିମ୍ବା ମାନସିକ ଚାପକୁ ନେଇ ରଶ୍ମି ଏଭଳି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି ।

ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢାଯିବ ବୋଲି ପୁଲିସ ସୂଚନା ଦେଇଛି । ଓଡ଼ିଆ ଟେଲି ଧାରାବାହିକ କେମିତି କହିବି କହରେ ଅଭିନୟ କରିଥିଲେ ରଶ୍ମିରେଖା । ତେବେ ବର୍ତ୍ତମାନ ସେହି ଧାରାବାହିକ ର ଜଣେ ସହ କଳାକାର ଡ୍ୟାନି ମିଡ଼ିଆ ଆଗରେ ନିଜର କଥା ରଖିଛନ୍ତି ।

ତେବେ ସେ ପ୍ରଥମେ କହିଲେ କି ସେ ଯେତେବେଳେ ଶୁଣିବାକୁ ପାଇଲେ କି ରଶ୍ମି ଆତ୍ମହତ୍ୟା କରି ନେଇଛନ୍ତି ମୁଁ ପ୍ରଥମେ ବିଶ୍ୱାସ କଲି ନାହିଁ । ତେବେ ପରେ ଆଉ ଅନ୍ୟ ସହ କଳାକାର ମାନେ ଯେତେବେଳେ ମୋତେ କହିଲେ ତେବେ ଯାଇ ମୋର ବିଶ୍ୱାସ ହୋଇଥିଲା ।


ତେବେ ରଶ୍ମି କେମିତି କହିବି କହ ଧାରାବାହିକ କୁ ଅଧା ରୁ ଛାଡି ଦେଇଥିଲେ ତେବେ ସେ କହିଥିଲେ କି ମୋର ରାଜା ବୋଲି ଜଣେ ଯୁବକଙ୍କ ସହ ବାହାଘର ଠିକ ହୋଇ ଯାଇଛି ଆମ ଘରେ ସବୁ ରାଜି ଅଛନ୍ତି ଏବଂ ତାର ମୋର ଏଙ୍ଗେଜମେଣ୍ଟ ମଧ୍ୟ ହୋଇ ସାରିଛି । ତେବେ ତାଙ୍କୁ ମୋର ଅଭିନୟ କରିବା ପସନ୍ଦ ନୁହେଁ ସେଥିପାଇଁ ମୁଁ ସିରିୟଲ ଛାଡି ଦେଉଛି ।
ତେବେ ବର୍ତ୍ତମାନ ଏଭଳି ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଛିମ ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *