Sumit ଓ Tapaswini ଙ୍କ ବିବାହ ବିବାଦ ମାମଲାରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ଆସିଲା ରାଜଭବନରୁ ଚିଠି, ତୁରନ୍ତ ଏହି କାମ କରିବାକୁ ଚିଠିରେ ଦିଆ ଯାଇଛି ଆଦେଶ

ବନ୍ଧୁଗଣ, ମାନ୍ୟବର କୋର୍ଟ ଙ୍କ ନିର୍ଦ୍ଧେଶ ପରେ ମଧ୍ୟ ବିବାଦ ତୁଟିବାର ନା ଧରୁନାହିଁ । ଏପଟେ ଡାକ୍ତର ସୁମିତ ଙ୍କ ଘର ଆଗରେ, ତପସ୍ଵିନୀ ଙ୍କ ଧାରଣ କୁ ମାସେ ପୁରିଛି । ତେବେ ନ୍ୟାୟ ପାଇଁ ଗତମାସ ୨୦ ତାରିଖରେ ରାଜ୍ୟପାଳଙ୍କ ନିକଟକୁ ଏକ ଚିଠି ଲେଖିଥିଲେ, ତପସ୍ଵିନୀ । ଏହି ମାମଲାରେ ତଦନ୍ତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିକଟକୁ ରାଜ୍ୟ ଭାବନରୁ ଏକ ଚିଠି ଜାରି କରାଯାଇଛି । ଘରଣାର ତଦନ୍ତ କରି ଆବେଦନକାରୀ ଙ୍କ ସହିତ ରାଜଭବନ କୁ ଜଣାଇବା ନିମନ୍ତେ ନିର୍ଦ୍ଧେଶ ରହିଛି ।

ଉଭୟଙ୍କୁ ବସାଇ କାଉନ୍ସିଲିଙ୍ଗ କରାଯିବା ଦରକାର ବୋଲି କହିଛନ୍ତି ଜିଲ୍ଲାପାଳ । ଏହା ମଧ୍ୟରେ ତପସ୍ଵିନୀ ଙ୍କ ଓକିଲ ବ୍ରହ୍ମପୁର ଙ୍କ ଏଚଡିମଙ୍କ ରାୟ କୁ କ୍ୟାଲେଞ୍ଜ କରି ଜିଲ୍ଲା ଜର୍ଜ କୋର୍ଟ ରେ ଏକ ପିଟିସନ କରିଛନ୍ତି । ଆସନ୍ତା ୨୭ ତାରିଖରେ ଏହି ଆବେଦନ ର ଶୁଣାଣି ହେବ । ସେପଟେ ସୁରକ୍ଷା ଦୃଷ୍ଟିରୁ ସୁମିତ ଙ୍କ ଘର ଆଗରେ ୧୪୪ ଧାରା ଜାରି କରାଯାଇଛି । ତପସ୍ଵିନୀ କହିଛନ୍ତି ଯେ ମୋ ସହିତ ଯାହା ଯାହା ମଧ୍ୟ ଘଟିଥିଲା, ସତ୍ୟ ଘଟଣା ସବୁ ଲେଖି ରାଜ୍ୟ ପାଳଙ୍କୁ ଦେଇଥିଲି ।

ମୁଁ ବହୁତ ବହୁତ ଧନ୍ୟବାଦ ଦେବୀ ସାର ଙ୍କୁ ଯେ, ସାର ମୋର ଲେଟର ପାଇ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଆଦେଶ ଦେଇଛନ୍ତି । ଏହା ସହିତ କଲେକ୍ଟର ଏବଂ ଏସ୍ପି ସାର ଙ୍କୁ ମୁଁ ଏତିକି ରିକ୍ଵେଷ୍ଟ କରିବି ଯେ, ଆପଣ ଦୟାକରି ମତେ ଏହି ଦିଗରେ ସାହାର୍ଯ୍ୟ କରନ୍ତୁ । ସାହାର୍ଯ୍ୟ କରିଲେ ମଧ୍ୟ ମତେ ଗୋଟେ ପ୍ରକାର ନ୍ୟାୟ ମିଳିପାରିବ ।

ଯେ ହେତୁ ଆମ୍ଭେ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ବାଛିଥିଲୁ, ଆମ ଦୁଇ ଜଣଙ୍କୁ ବସାଇ ଯଦି ଠିକ ବୁଝାମଣା ହୁଆନ୍ତା, ତଥା ଯଦି ଠିକ ଗୋଟେ କାଉନ୍ସିଲିଙ୍ଗ ହୁଅନ୍ତା ତେବେ ଏହାର ଠିକ ଏକ ପରିଣାମ ବାହାରନ୍ତା । ସମାଜସେବୀ ପ୍ରମିଳା ତ୍ରିପାଠୀ ଏହି ବାବଦରେ କହିଛନ୍ତି ଯେ, ବର୍ତ୍ତମାନ ଯଦି ଉଭୟ ପରିବାରକୁ ଡାକି ଉଚିତ ନିସ୍ପତି ନେବାକୁ କୁହନ୍ତୁ ଏବଂ ସଠିକ ବୁଝାସୁଝା ହେଲେ ସେମାନଙ୍କ ପରିବାର ଶାନ୍ତି ତଥା ଆନନ୍ଦ ରେ ଜୀବନ ଜାପନ କରି ପାରିବେ ।

ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *