ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀ ରଚିଲା କରାଳ ତାଣ୍ଡବ ! ସମୟ ୪ ଟା ବାଜି ବେଳକୁ ହଟାତ ଦ୍ରୁତ ବେଗରେ ଧୁଳିପବନ ବହିବା ସହ ଆକାଶ କଳା ବାଦଲରେ ଆଚ୍ଛାଦିତ ହୋଇଯାଇଥିଲା । ଆଉ ରାଜଧାନୀରେ ସବୁଆଡେ ଅନ୍ଧକାରମୟ ପରିବେଶ ହୋଯାଇଥିଲା । ମୁହଁକୁ ମୁହଁ ମଧ୍ୟ ଧୁଳିଝଡ ପ୍ରଭାବରୁ କାହାକୁ କିଛି ଦେଖା ଯାଉନଥିଲା । ତାପରେ ହଟାତ ବିଜୁଳୀ ଘଡଘଡି ସହ ତୁହାକୁ ତୁହା ବର୍ଷା ଢାଳି ଥିଲା ।
ଭୁବନେଶ୍ବରର ପଟିଆ, ପ୍ରଶାନ୍ତି ବିହାର, ଶିଖରଚଣ୍ଡୀ, ରଘୁନାଥପୁର ସମେତ ଅନେକ ସ୍ଥାନରେ କାଳବୈଶାଖୀ ପ୍ରବଳ ବେଗରେ ତାଣ୍ଡବ ରଚିଛି । କଳା ମେଘ ବର୍ଷା ସାରା ନୀଳ ଆକାଶଟିକୁ କଳା ରଙ୍ଗରେ ଆଛାଦିତ କରି ରଖିଥିଲା । ତେବେ ଏହି କାଳବୈଶାଖୀର ପ୍ରକୋପ କାରଣରୁ ଅନେକ ଗଛ ମୂଳରୁ ଉପୁଡି ରାସ୍ତାରେ ଗଦା ଗଦା ହୋଇ ପଡି ରହିଥିଲା । ଯେଉଁ କାରଣରୁ କିଛି ଘଣ୍ଟା କାଳ ପାଇଁ ମଧ୍ୟ ବିଦ୍ୟୁତ ସରବରାହରୁ ସାଧାରଣ ଜନତା ବିଚ୍ଛିନ୍ନ ହୋଇଯାଇଥିଲେ ।
ଅନେକ ଘରର କାନ୍ଥ ମଧ୍ୟ ଭୁଷୁଡି ପଡିଛି । ତେବେ କାଳବୈଶାଖୀର ଏପରି କରାଳ ରୂପକୁ ଦେଖି ଭୁବନେଶ୍ବର ବାସିନ୍ଦା ମଧ୍ୟ ବହୁ ଭାବେ ଭୟଭୀତ ହୋଇପଡିଛନ୍ତି । ତେବେ ଏହି କାଳବୈଶାଖୀକୁ ନେଇ ଓଡିଶା ଆଞ୍ଚଳିକ ପାଣିପାଗ ବିଭାଗ ୧୬ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରୀ କରିଛି । ତେବେ ସେହି ଜିଲ୍ଲା ଗୁଡିକ ହେଉଛି ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରପଡା, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳ ଆଦି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କତା ଜାରୀ କରିଥିଲା ।
ତେବେ ଗତକାଲି କିନ୍ତୁ କାଳବୈଶାଖୀର ପ୍ରଭାବରେ ସାରା ରାଜଧାନୀ ଭୁବନେଶ୍ବର ବାସିନ୍ଦା ସଂପୂର୍ଣ୍ଣ ଭାବେ ବେହାଲ ହୋଇ ପଡିଥିଲେ । ଧୁଳି, ଝଡ ସହ ବିଜୁଳୀ ଓ ଘଡଘଡି ଓ ତାହା ସହ ତୁହାକୁ ତୁହା ବର୍ଷା ଗର୍ଜି ନାଛି ପକାଇଥିଲା । ତେବେ ହୁଏତ ଅସହ୍ୟ ତାତୀ ଗରମରୁ କିଛି ମାତ୍ରକେ ଏହି ବର୍ଷା, ପବନ ଆଶ୍ବସ୍ଥି ଦେଉଛି ।
ହେଲେ ଏହି କାଳ ବୈଶାଖୀର ପ୍ରକୋପ ଯେଉଁ ଦିନ ଅଧିକ ମାତ୍ରାରେ ରହୁଛି । ସେହି ଦିନ ସବୁକିଛି ଓଲଟପାଲଟ କରିଦେଉଛି । ଏହା ସହ ସବୁକିଛି ଛିନଭିନ ମଧ୍ୟ କରିଦେଉଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ