ଦେଖନ୍ତୁ ଅଭିନେତା Raimohan ଙ୍କ ଘର ଓ ପରିବାର, କଳାକାର ଚାଲିଯିବା ପରେ ବି ଜୀବନ୍ତ ଅଛି ତାଙ୍କ ସମ୍ମାନ ଓ ସମ୍ବର୍ଦ୍ଧନା, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ସୂଚନାଯୋଗ୍ୟ ଆଜି ସେହି ମହାନ କଳାକାର ଆତ୍ମହତ୍ୟା କରି ଦେଇଛନ୍ତି । ଏହା ପଛରେ କଣ କାରଣ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । ତେବେ ରାଇମୋହନ ଖଳନାୟକ ଭାବରେ ବେଶ ପରିଚିତ । ତାଙ୍କ ଅଭିନୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି ଏବଂ ତାଙ୍କର ପ୍ରଶଂସା ମଧ୍ୟ କରନ୍ତି ।

ରାଇମୋହନ ଙ୍କ ଭଳି କଳାକାର ଅଦ୍ୱିତୀୟ ଅଟନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ରାଇମୋହନ ପରିଡ଼ା ଙ୍କ ପରିବାର ଏବଂ ତାଙ୍କର କିଛି ସ୍ମୃତି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ରାଇମୋହନ ଙ୍କ ଜନ୍ମ ୧୯୬୩ ମସିହା କେନ୍ଦୁଝର ରେ ହୋଇଥିଲା । ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପ୍ରଥମ ଥର ପାଇଁ ୧୯୮୫ ମସିହାରେ ପାଦ ରଖିଥିଲେ ।

ତାଙ୍କର ପ୍ରଥମ ଚଳଚ୍ଚିତ୍ର ରେ ବି ସେ ଖଳନାୟକ ଭୂମିକା ରେ ଅଭିନୟ କରିଥିଲେ । ତେବେ ତାଙ୍କ ପରିବାର ଙ୍କ ସମ୍ବନ୍ଧରେ ଯଦି କହିବା ସେ ତାଙ୍କ ଦୁଇ ଝିଅ ଓ ସ୍ତ୍ରୀ ଙ୍କ ସହିତ ରହୁଥିଲେ । ବର୍ତ୍ତମାନ ତାଙ୍କ ବଡ଼ ଝିଅ ର ବିବାହ ହୋଇ ସାରିଛି । ରାଇମୋହନ ଙ୍କ କିଛି ସ୍ମୃତି ଏବେବି ତାଙ୍କ ଘରେ ଅଛି ।

ମିଡିଆ ଯେତେବେଳେ ତାଙ୍କ ଘରେ ଯାଇ ପହଁଚି ଥିଲା ସେତେବେଳେ ଦେଖିବାକୁ ମିଳିଥିଲା ତାଙ୍କ ଟେବୁଲ ଉପରେ ତାଙ୍କ ଦ୍ୱାରା ବ୍ୟବହୃତ ଚଷମା ଥିଲା । ଯାହାକୁ ସେ ସବୁବେଳେ ପିନ୍ଧୁ ଥିଲେ । ଏହା ସହିତ ସେ ପ୍ରାପ୍ତ କରିଥିବା ମାନପତ୍ର ଏବଂ ପୁରସ୍କାର ମଧ୍ୟ ଥିଲା । ସେହି ମାନପତ୍ର କୁ ଦେଖିଲେ ହିଁ ଜଣା ପଡୁଅଛି ରାଇମୋହନ କେତେ ଉଚ୍ଚକୋଟୀର କଳାକାର ଅଟନ୍ତି ।

ସେଥିପାଇଁ କୁହାଯାଏ କଳାକାର ସିନା ଚାଲିଯାଏ କିନ୍ତୁ ତାଙ୍କର ଜୀବନ୍ତ ସମ୍ମାନ ଓ ସମ୍ବର୍ଦ୍ଧନା ଚିର ଦିନ ପାଇଁ ରହିଯାଏ । ଏଭଳି କଳାକାର କୁ ସିନେମା ଜଗତ ଭୁଲିବା ନିଶ୍ଚିତ ଭାବରେ ଅସମ୍ଭବ ଅଟେ । ଏଭଳି ମହାନ କଳାକାର ଙ୍କ ନିଧନ ରେ ଆମେ ମଧ୍ୟ ମର୍ମାହତ । ଆମ ତରଫରୁ ମଧ୍ୟ ସେହି ଉଚ୍ଚସ୍ତରୀୟ କଳାକାର ରାଇମୋହନ ପରିଡା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

Leave a Reply

Your email address will not be published. Required fields are marked *