ଅଭିନେତା Rai Mohan ଙ୍କ ଘନିଷ୍ଠ ବନ୍ଧୁ କଲେ ବଡ ଖୁଲାସା ! କହିଲେ ‘ଏହି ସବୁ କଥାକୁ ନେଇ ଚିନ୍ତିତ ଥିଲେ ରାଇ ମୋହନ…’ ଶୁଣନ୍ତୁ ସେ କ’ଣ କହୁଛନ୍ତି…ଦେଖନ୍ତୁ Video

ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଘଟଣାକୁ ଦୁଇ ଦିନ ବୀତି ଲାଣି । ହେଲେ ଏବେ ବି ତାଙ୍କ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ତାଙ୍କର ପ୍ରିୟ ରାଇମୋହନ ପରିଡା ଆତ୍ମହତ୍ୟା କରିଲେ କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଇଗଲେ । ଆଉ ଏହାକୁ ସହଜରେ ବିଶ୍ଵାସ କରିପାରୁ ନାହାନ୍ତି ରାଇମୋହନଙ୍କୁ ଭଲ ପାଉଥିବା ଲୋକ ମାନେ । ଏନେଇ ମଞ୍ଚେଶ୍ଵର ଥାନା ପୋଲିସର ଚାରି ଜଣିଆ ମହିଳା ପୋଲିସ ଟିମ ରାଇମୋହନଙ୍କ ପ୍ରାଚୀ ବିହାର ସ୍ଥିତ ଘରକୁ ଯାଇ ତାଙ୍କ ଦୁଇ ଝିଅ, ପତ୍ନୀ ଓ ଜ୍ଵାଇଁଙ୍କ ସହ ପଚରା ଉଚରା କରିଛନ୍ତି ।

4 ଘଣ୍ଟା କାଳ ପଚରା ଉଚରା କରି ପୋଲିସ ଅନେକ ତଥ୍ୟ ପାଇଛି । ଆଉ ଏହା ସହ ପୋଲିସ ସ୍ପର୍ଷ୍ଟ କରିଛି ଯେ, ତାଙ୍କର କୌଣସି ଆର୍ଥିକ ସମସ୍ୟା ନଥିଲା । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଇମୋହନଙ୍କର ଜଣେ ସମ୍ପର୍କୀୟ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।

ସମ୍ପର୍କୀୟଙ୍କ କହିବା ମୁତାବକ-‘ଭାଉଜଙ୍କର ତାଙ୍କର ବହୁତ ଭଲ ସମ୍ପର୍କ । କଣ ଏମିତି ହେଇଛି ଆଉ କାହିଁକି ଏମିତି ହେଲା ମୁଁ ଶୁଣିକି ବିଶ୍ଵାସ କରିପାରିଲିନି । ସେ ବହୁତ ଭଲ ବନ୍ଧୁ ମୋର ସେ ପ୍ରତ୍ୟକ କଥା ମୋ ସହ ସେୟାର କରନ୍ତି । ଏହି ଘଟଣା ଘଟିବାର ପହଡଦିନ ତଳେ ଆମେ ଏକା ସଙ୍ଗେ ବସି ଚାହା ପିକି ଆସିଲୁ ।

କୌଣସି କିଛି କଥା ନଥିଲା ହେଲେ ହଠାତ ସେ ଏମିତି କାହିଁକି କରିଲେ ମୁଁ କିଛି ବୁଝି ପାରୁନି । ମାନସିକ ଚାପ ତ ନଥିଲା । ସେ ମୋତେ କହିଲେ ନୀଳରେ କଣ କରିବା ଆଉ କାମ ଦାମ କମି ଗଲାଣି ସିନେମା କମି ଗଲାଣି ସିରିଏଲ ବି କମି ଗଲାଣି କୁଆଡେ କଣ କରିବା ଯାତ୍ରା କରିବି ନା ନାହିଁ ତୁ କାହା । ନୀଳ ମୋତେ ଭଲ ଲାଗୁନି ମୁଁ କହିଲି କିଛି ନାହିଁ ଚିନ୍ତା କରନି କାମ ଆସିବ ତମ ଭଳିଆ କଳାକାର କଣ ବସିବେ ।

ସେ କହିଲେ ନାହିଁରେ ତୁ ତ ମୋ ସାଙ୍ଗରେ ଅଛୁ 1985 ମସିହାରୁ । ମୁଁ ତାଙ୍କୁ ବି ବୁଝେଇଲି । କୌଣସି ଚିନ୍ତା ନଥିଲା ମୁଁ ରକ୍ତ ପରୀକ୍ଷା କରିବାକୁ ହସ୍ପିଟାଲ ଯାଇଥିଲି ଏ ଖବର ଶୁଣି ଧାଇଁ ଆସିଲି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *