କିଛି ଏମିତି ଥିଲା ଅଭିନେତା Raimohan ଙ୍କ ନିଆରା ପ୍ରେମ କାହାଣୀ, ଯୁଗ ଯୁଗ ପାଇଁ ପ୍ରେମ ଫର୍ଦ୍ଦରେ ଲିପିବଦ୍ଧ ହୋଇ ରହିବ ‘ରାଇମୋହନ-ରଞ୍ଜିତା’ଙ୍କ ନାମ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର । ଓଅଲିଉଡ ର ଲୋକପ୍ରିୟ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ଆପଣ ମାନେ ସମସ୍ତେ ରାଇମୋହନଙ୍କ ଜବରଦସ୍ତ ଅଭିନୟ ବେସ ଭଲ ଭାବରେ ଦେଖିଥିବେ । ରାଇମୋହନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ରାଇମୋହନ ଫିଲ୍ମ ସହିତ ଅନେକ ଯାତ୍ରାରେ ମଧ୍ୟ କାମ କରିଛନ୍ତି ।

ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ହେଲେ ବନ୍ଧୁଗଣ ଗତ କିଛି ସମୟ ତଳେ ରାଇମୋହନ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି । ତେବେ ପରଦାରେ ଖଳନାୟକ ଭୂମିକାରେ ସମସ୍ତଙ୍କୁ ଡରାଉଥିବା ଏହି କଳାକାରଙ୍କର ରହିଛି ଏକ ସୁନ୍ଦର ପ୍ରେମ କାହାଣୀ ।

ଉତ୍କଳ ସଂଗୀତ ମହାବିଦ୍ୟାଳରେ ପଢିବା ବେଳେ ପତ୍ନୀ ରଞ୍ଜିତା ପରିଡାଙ୍କ ସହ ପ୍ରଥମ ଭେଟ ହୋଇଥିଲା ରାଈ ମୋହନଙ୍କର । ସେତେବେଳେ ସେ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ରାଇମୋହନ ଥିଲେ ତାଙ୍କ ସିନିୟର । ଏମିତି ଦିନେ କଥା ହେଉଥିବା ସମୟରେ ରାଇଙ୍କାର ଗୋଟେ କଥାକୁ ମାନି ନଥିଲେ ରଞ୍ଜିତା । ସେ କଲେଜରେ ଏକ ଟେବୁଲ ଉପରେ ବସିଥିଲେ ଓ ରାଈ କହିଥିଲେ ‘ଓ ମ୍ୟାଡମ ଟେବୁଲଟା ପଢିବା ପାଇଁ ହେଇଛି ବସିବା ପାଇଁ ନୁହେଁ’ । ସେ କହିଲେ ତମର କଣ ଗଲା ।

ଏ କଥା ଶୁଣି ରାଇଙ୍କୁ ଟିକେ କଷ୍ଟ ହେଲା ବାଧିଲା । ସେ ଟିକେ ଜୋରରେ ପାଟି କରି କହିଦେଲେ ସେ କାନ୍ଦିକି ପଳେଇଲେ । କଲେଜ ଆସିଲେନି , ଏହା ପରେ ରାଇ ତାଙ୍କୁ ଖୋଜି ଖୋଜି ତାଙ୍କ ଘରକୁ ଗଲେ । ସେ ତାଙ୍କୁ ଭୁଲ ମାଗିଲେ ଭୁଲ ମାଗି ଆସିବା ପରେ ଆସ୍ତେ ଆସ୍ତେ କଥାବାର୍ତ୍ତା ଆରମ୍ଭ ହେଲା । ରାଇଙ୍କୁ ବଦମାସ ବୋଲି କଲେଜରେ ସମସ୍ତେ ଜାଣିଥିଲେ ।

କିଛି ଦିନ ପରେ ରାଇ ରଞ୍ଜିତାଙ୍କୁ ପ୍ରପୋଜ କରିଥିଲେ । ତା ପରେ ସେ ଟିକେ ଟାଇମ ନେଲେ ଧୀରେ ଧୀରେ ଭଲ ପାଇବା ଆରମ୍ଭ ହେଲା । ଏହା ପରେ ସେମାନଙ୍କ ବିବାହ ହୋଇଥିଲା । ତା ହେଲେ ବନ୍ଧୁଗଣ କିଛି ଏମିତି ଥିଲା ରାଇମୋହନ ଓ ରଞ୍ଜିତାଙ୍କ ପ୍ରେମ କାହାଣୀ । ତେବେ ଏହା ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *