ପୋଲିସର ତଦନ୍ତରେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ ! ଅଭିନେତା Rai Mohan ଙ୍କର ନ ଥିଲା କୌଣସି ଆର୍ଥିକ ସମସ୍ୟା କିନ୍ତୁ ସେ.. ଦେଖନ୍ତୁ ଏହି Video

ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଘଟଣାକୁ ଦୁଇ ଦିନ ବୀତି ଲାଣି । ହେଲେ ଏବେ ବି ତାଙ୍କ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ତାଙ୍କର ପ୍ରିୟ ରାଇମୋହନ ପରିଡା ଆତ୍ମହତୟଆ କରିଲେ କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଇଗଲେ । ଆଉ ଏହାକୁ ସହଜରେ ବିଶ୍ଵାସ କରିପାରୁ ନାହାନ୍ତି ରାଇମୋହନଙ୍କୁ ଭଲ ପାଉଥିବା ଲୋକ ମାନେ । ଏନେଇ ମଞ୍ଚେଶ୍ଵର ଥାନା ପୋଲିସର ଚାରି ଜଣିଆ ମହିଳା ପୋଲିସ ଟିମ ରାଇମୋହନଙ୍କ ପ୍ରାଚୀ ବିହାର ସ୍ଥିତ ଘରକୁ ଯାଇ ତାଙ୍କ ଦୁଇ ଝିଅ, ପତ୍ନୀ ଓ ଜ୍ଵାଇଁଙ୍କ ସହ ପଚରା ଉଚରା କରିଛନ୍ତି ।

4 ଘଣ୍ଟା କାଳ ପଚରା ଉଚରା କରି ପୋଲିସ ଅନେକ ତଥ୍ୟ ପାଇଛି । ଆଉ ଏହା ସହ ପୋଲିସ ସ୍ପର୍ଷ୍ଟ କରିଛି ଯେ, ତାଙ୍କର କୌଣସି ଆର୍ଥିକ ସମସ୍ୟା ନଥିଲା । ଆର୍ଥିକ ସମସ୍ୟା ପାଇଁ ସେ କୌଣସି ମାନସିକ ଚିନ୍ତାରେ ନଥିଲେ । ଆଉ ଏହା ମଧ୍ୟ ସ୍ପର୍ଷ୍ଟ ହୋଇଛି ଯେ, ସେ ଦୀର୍ଘ ଦିନ ଧରି ପାରିବାରିକ ବିବାଦକୁ ନେଇ ଅଶାନ୍ତି ରହୁଥିଲେ ।

ଆଉ ଏଇଥି ପାଇଁ ସେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବାର ଚର୍ଚ୍ଚା ହେଉଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ଦୁଇ ଝିଅ ଓ ପତ୍ନୀ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି ଆଉ ସେମାନଙ୍କୁ ପରେ ପଚରା ଉଚରା କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଅନ୍ୟ ପକ୍ଷରେ ପୋଲିସ ଜାଣିବାକୁ ପାଇଛି ଯେ, ରାଇମୋହନ ପରିଡା ଅନେକ ଲୋକଙ୍କୁ ଅନେକ ଟଙ୍କା ଧାର ଦେଇଛନ୍ତି । ଏହା ସହିତ କିଛି ଲୋକଙ୍କ ପାଖରେ ଟଙ୍କା ନିବେଶ ମଧ୍ୟ କରିଛନ୍ତି । ଏସବୁ ମଧ୍ୟରୁ ଅଳ୍ପ କିଛିର ହିସାବ ପରିବାର ଲୋକଙ୍କ ପାଖରେ ରହିଛି । ଅନ୍ୟ ପଟେ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ବ୍ୟକ୍ତି ମାନେ ଏବେ ଟଙ୍କା ଫେରସ୍ତ କରିବେ କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

ତେବେ ରାଇମୋହନଙ୍କୁ ଜାଣିଥିବା ଓ ଭଲ ପାଉଥିବା ସମସ୍ତ ବ୍ୟକ୍ତି ସେହିଦିନକୁ ଅପେକ୍ଷା କରିଛନ୍ତି ଯେ କେଉଁଥି ପାଇଁ ରାଇମୋହନ ଏଭଳି ଏକ ଚରମ ନିଷ୍ପତ୍ତି ନେଲେ । ବନ୍ଧୁଗଣ ରାଇମୋହନ ନିଜ ଜୀବନରେ ଏତେ ବଡ ସଫଳତା ପାଇ ମଧ୍ୟ କେମିତି ଆତ୍ମହତୟଆ କରିପାରିଲେ । ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଲୋକେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *