ଇଣ୍ଡଷ୍ଟ୍ରିରେ Rai Mohan ଙ୍କ ଷ୍ଟ୍ରଗଲ ସମୟର ଦୁଃଖ କାହାଣୀ ବଖାଣିଲେ ଅଭିନେତା Braja Singh, ସେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜି ରାଇମୋହନ ପରିଡା ଆମ ମାନଙ୍କ ଗହଳରେ ନାହାନ୍ତି ଓ ଏଥିପାଇଁ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସେ ଓଡିଆ ଫିଲ୍ମ ଜଗତ ଓ ଓଡିଆ ଯାତ୍ରା ଜଗତରେ ଜଣେ ବରିଷ୍ଠ ଅଭିନେତା ଥିଲେ । ସେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ରାଇ ମୋହନଙ୍କ ଆତ୍ମହତୟଆ ପରେ ହଠାତ ସବୁ କିଛି ଯେମିତି ବଦଳି ଯାଇଛି ।

ରାଇମୋହନଙ୍କ ଆତ୍ମହତୟଆକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତାଙ୍କ ପ୍ରଶଂସକ ମାନେ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଆଉ ଅନ୍ୟ ପଟେ ତାଙ୍କ ଆତ୍ମହତୟଆ କରିବା ପଛର କାରଣ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଏହାରି ମଧ୍ୟରେ ଓଡିଆ ଅଭିନେତା ବ୍ରଜ ସିଂହ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ବ୍ରଜ ସିଂହଙ୍କ କହିବା ମୁତାବକ-‘ରାଇକୁ ମୁଁ ଯେତିକି ଚିହ୍ନିଛି ଯେତିକି ଜାଣିଛି ରାଇ ହେଉଛି ବହୁତ ସ୍ପର୍ଷ୍ଟବାଦି ଏବଂ ତା ଚେହେରା ଯେମିତି ତାର କଥା ସେମିତି । ଯେମିତି ମୁଁ ଷ୍ଟ୍ରେଟ କହିପାରୁଛି ସେ ବି ସେମିତି କଥା କୁହେ । କିନ୍ତୁ ଏତେ ସିଧା କଥା କହୁଥିବା ଲୋକ ଟା ଯେ ଆତ୍ମହତୟଆ କରିଦେବ ଏ ବିଶ୍ଵାସଟା ଆସିପାରୁ ନାହିଁ । ବହୁତ ବଢିଲା କଳାକାର କାରଣ ସେ ପ୍ରଥମ ସ୍ଟେଜରେ କମେଡି କରୁଥିଲା ଏବଂ ଯାଇକି କେଉଁଠି ପହଞ୍ଚିଲା ସେ ଭଗବାନଙ୍କ ଆଶୀର୍ବାଦରୁ ।

ମୁଁ ଭାବୁଛି ସେ କାହିଁକି ସୁ-ସା-ଇଡ କରିଲା ସେ ଭଗବାନଙ୍କ ଛଡା ଆଉ କେହି ବି ଜାଣି ନାହାନ୍ତି । ରାଇ ନିଜ ଜୀବନରେ ବହୁତ କଷ୍ଟ କରିଛି । କରଞ୍ଜିଆରୁ ଆସି ଭୁବନେଶ୍ବରରେ ରହି ନ ଖାଇ ନ ପିଇ ଆକଟିଂ କରେ ଆଉ ଆକଟିଂରେ ଯେଉଁ ପଇସା ମିଳେ ସେଇଟା ସମସ୍ତେ ଜାଣିଛନ୍ତି । ରାଇର ମୋର ଅନେକ ଫିଲ୍ମରେ ଏକା ସଙ୍ଗେ କାମ କରିଛୁ । ସେ ମୋର ଅତି ଆପଣାର ଥିଲା ।

ଆଉ ରାଇ ଯେଉଁ ଇମେଜ ସୃଷ୍ଟି କରିଛି ତା ଜାଗା କେହି ବି ନେଇପାରିବେ ନାହିଁ । ରାଇ ବହୁତ ଭଲ ମଣିଷ ଥିଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବ୍ରଜ ସିଂହ ନିଜର ମନର କଥା କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *