ଅଭିନେତା Rai Mohan ଙ୍କ ମୃତ୍ୟୁର 5 ଦିନ ପରେ କିପରି ଅଛନ୍ତି ପରିବାର ଲୋକ…ଦେଖନ୍ତୁ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜବରଦସ୍ତ ଅଭିନେତା ରାଇମୋହନ ପରିଡ଼ା ଙ୍କ ମୃତ୍ୟୁ କୁ ବର୍ତ୍ତମାନ ସମୟରେ ୫ ଦିନ ବିତି ଯାଇଛି । ତେବେ ଏତେ ଦିନ ପରେ ରାଇ ମୋହନ ଙ୍କ ପରିବାର ଲୋକମାନେ କିପରି ଅଛନ୍ତି ତାହା ଆଜି ଆମେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଆପଣ ମାନେ ଜାଣିଥିବେ ଯେ, ଓଲିଉଡ଼ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଖଳନାୟକ ରାଇମୋହନ ଙ୍କ ପରିବାର ରେ ତାଙ୍କର ଦୁଇ ଝିଅ, ଜ୍ୟୋଇଁ, ପୁତୁରା ଏବଂ ତାଙ୍କ ସ୍ତ୍ରୀ ରୁହନ୍ତି ।

ତେବେ ରାଇମୋହନ ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଏକବାରେ ଦୁଃଖ ରେ ଭାଙ୍ଗି ପଡ଼ି ଥିବାର ନଜର ଆସିଛନ୍ତି । ଅନ୍ୟ ପକ୍ଷ ରେ ସୋସିଆଲ ମିଡିଆ ରେ ରାଇମୋହନ ଙ୍କ ପରିବାର ସଦସ୍ୟ ଙ୍କୁ ରାଇମୋହନ ଙ୍କ ଆତ୍ମହତ୍ୟା କରିବାର ଅସଲ ଦୋଷୀ ବୋଲି କୁହାଯାଉଛି । ଏହି କାରଣରୁ ସୋସିଆଲ ମିଡିଆ ରେ ସେମାନେ ଟ୍ରୋଲ ହେଉଥିବାର ନଜର ଆସିଛନ୍ତି ।

ଯେଉଁଥି ପାଇଁ ପରିବାର ଲୋକମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ଆପଣ ମାନେ ଜାଣିଥିବେ ଯେ, ରାଇମୋହନ ତାଙ୍କ ବଡ଼ ଝିଅ ଙ୍କୁ ସବୁଠାରୁ ଅଧିକ ଭଲ ପାଆନ୍ତି । କିନ୍ତୁ ତାଙ୍କ ବଡ଼ ଝିଅ ପ୍ରେମ ବିବାହ କରିଥିଲେ ଯାହା ରାଇମୋହନ ଙ୍କୁ ପସନ୍ଦ ନଥିଲା । ସେ ସବୁବେଳେ ନିଜ ବଡ଼ ଝିଅ ଙ୍କ ପାଇଁ ଚିନ୍ତିତ ରହୁଥିଲେ ।

ମୃତ୍ୟୁ ପୂର୍ବ ରୁ ନିଜ ବଡ଼ ଝିଅ ଙ୍କୁ ସେ ବାଏ ବୋଲି ଲେଖିଥିଲେ ଏବଂ ଶେଷ ବିଦାୟ ଜଣାଇଥିଲେ । ନିଜ ବାପା ଙ୍କ ଏହି ମେସେଜ ର ଅର୍ଥ କୁ ସେ ବୁଝି ପାରି ନଥିଲେ ଏବଂ ତାଙ୍କୁ ସବୁଦିନ ପାଇଁ ହରାଇ ଦେଲେ । ରାଇମୋହନ ଙ୍କ ଆତ୍ମହତ୍ୟା ପଛରେ ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ବର୍ତ୍ତମାନ ସମୟରେ ରାଇମୋହନ ଙ୍କ ପରିବାର କୁ ବିଭିନ୍ନ ସମୟରେ ପଚରା ଉଚରା ଜାରି ରଖିଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଆତ୍ମହତ୍ୟା କରିବାର ପ୍ରକୃତ କାରଣ ସାମ୍ନା କୁ ଆସିନାହିଁ । ସୋସିଆଲ ମିଡିଆ ରେ ପରିବାର କଳହ ଯୋଗୁଁ ରାଇମୋହନ ଆତ୍ମହତ୍ୟା କରିଛନ୍ତି ବୋଲି ଲୋକମାନେ କହୁଛନ୍ତି । ତେବେ ଏହି କଥା ର କେତେ ମାତ୍ରାରେ ସତ୍ୟତା ରହିଛି ତାହା ପୋଲିସ ର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଜଣା ପଡ଼ିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *