Big Breaking: Rahul କୁ ଛୁଇଁଲେ ଉଦ୍ଧାରକାରୀ ଦଳ, ଖୁବଶୀଘ୍ର ବାହାରକୁ ଆସିବ ରାହୁଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଦୀର୍ଘ ଶହେ ଘଂଟାର ଅପରେସନ୍ ପରେ ବି ଜାରି ରହିଛି ୧୦ ବର୍ଷର ଭିନ୍ନକ୍ଷମ ବାଳକ ରାହୁଲଙ୍କ ଉଦ୍ଧାର କାର୍ଯ୍ୟ । ଦିନ ରାତି ଏକ କରି ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଉଦ୍ଧାର ହେବା କ୍ଷଣି ରାହୁଲ ଗ୍ରୀନ୍ କରିଡର କରି ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଛତିଶଗଡ଼ ପୋଲିସ ସହ ଭାରତୀୟ ସେନା, ଏନଡିଆରଏଫ ଓ ଛତିଶଗଡ ପୁଲିସର ସ୍ୱତନ୍ତ୍ର ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ସୁଡଙ୍ଗ ବାଟେ ରାହୁଲଙ୍କୁ ବାହାର କରିବାକୁ ବ୍ୟବସ୍ଥା କରାଯାଇଛି । ରାହୁଲକୁ ସୁରକ୍ଷିତ ଉଦ୍ଧାର ପାଇଁ ସେ ଫସିଥିବା ସ୍ଥାନଠାରୁ ଅଳ୍ପ କିଛି ଦୂରରେ ସୁଡଂଗ କରି ତା ନିକଟରେ ପହଁଚିବା ପାଇଁ ଉଦ୍ୟମ ଜାରତ ରହିଛି । ତେବେ ମାଟିକୁ କାଟି କାଟି ଉଦ୍ଧାର କାରୀ ଟିମ୍ ଆଗକୁ ବଢ଼ୁଥିବା ବେଳେ. ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ବିରାଟ ପଥର ଚଟାଣ । ସ୍ୱତନ୍ତ୍ର ମେସିନ ସହାୟତାରେ ପଥର କଟା ଯାଉଥିଲେ ବି ପଥର ଅତି ଶକ୍ତ ଥିବାରୁ କାଟିବା କଷ୍ଟକର ହେଉଛି ।

ପଥର କାଟିବା ବେଳେ ଯେମିତି ରାହୁଲର କୌଣସି କ୍ଷତି ନହୁଏ ଉଦ୍ଧାରକାରୀ ଟିମ୍ ପାଇଁ ବଡ ଚ୍ୟାଲେଞ୍ଜ ରହିଛି । ସୁଡଙ୍ଗ ଭିତରୁ ମାଟି ଓ ପଥର ଖଣ୍ଡ ଗୁଡିକୁ ଅତି ସତର୍କତାର ସହିତ ବାହାରକୁ କଢାଯାଉଛି । ଆଜି ସକାଳେ ଟିକେ ନିସ୍ତେଜ ହୋଇ ପଡିଥିବା ରାହୁଲ ଅପରାହ୍ଣରେ ପୁଣି ଥରେ ଇସାରା ଦେଇଥିଲା । ଖାଇବା ପାଇଁ ସଂକେତ ଦେବା ପରେ ତା ନିକଟରେ ଖାଦ୍ୟ ପହଁଚାଇ ଯାଇଥିଲା ।

ସ୍ୱତନ୍ତ୍ର ଜ୍ଞାନ କୌଶଳ ରୋବେଟିକ୍ ଇନକ୍ୟୁବେଟର ସହାୟତାରେ ତାର ଗତିବିଧି ଉପରେ ନଜର ରଖା ଯାଇଥିଲା । ତେବେ ବର୍ତ୍ତମାନ ସେମାନେ କହୁଛନ୍ତି କି ସେ ରାହୁଲ କୁ ଦେଖି ପାରୁଛନ୍ତି ତେବେ ଖୁବ କମ ସମୟ ଭିତରେ ସେମାନେ ରାହୁଲ କୁ ଉଦ୍ଧାର କରି ନେବେ । ତେବେ ସୂଚନାଯୋଗ୍ୟ ଯେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଖେଳୁ ଖେଳୁ ବୋର୍‌ୱେଲ୍ ପାଇଁ ବାପା ଖୋଳିଥିବା ଗାତରେ ଗଳିପଡ଼ିଲା ରାହୁଲ । ରାହୁଲ ଜଣେ ଅଟିଜିମ୍ ଶିଶୁ ।

ଭଲରେ ସେ କଥା କହିପାରେନି । ତେଣୁ କେବଳ ଯାହା ମୁଣ୍ଡ ହାତ ହଲାଇବା ଦେଖାଯାଉଛି କ୍ୟାମେରାରେ । କିନ୍ତୁ ସେ କୌଣସି ଇସାରା କରୁନି । ମଝିରେ ମଝିରେ ହାଲିଆ ହୋଇ ଘୁମେଇ ପଡୁଛି । ଏପରିକି ପାଇପ୍ ମାଧ୍ୟମରେ ରାହୁଲ ପାଖକୁ ଅମ୍ଳଜାନ ପଠା ଯାଉଛି ।

ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁର ରାହୁଲ ସାହୁକୁ ଉଦ୍ଧାର ପାଇଁ ଛତିଶଗଡ଼ ପୋଲିସ ସହ ୧୨୦ ଯବାନଙ୍କୁ ନିୟୋଜିତ କରା ଯାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟୁଇଟ୍ କରାଯାଇଛି । ଏହାବ୍ୟତୀତ ୩୨ ଏନ୍‌ଡିଆର୍‌ଏଫ୍, ୧୫ ଏସ୍‌ଡିଆର୍‌ଏଫ୍ ଏବଂ ସେନା ଯବାନ ମୁତୟନ ହୋଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *