ନମସ୍କାର ବନ୍ଧୁଗଣ ତେବେ ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ୧୦୪ ଘଣ୍ଟାର ଅପରେସନ ଭିତରେ ଲୁଚିଛି ଲୋମଟାଙ୍କୁରା କାହାଣୀ । ଅପରେସନର ଶେଷ ପର୍ଯ୍ୟାୟରେ ନିଆ ଯାଇଥିଲା ଦେଶୀ ଯୁଗାଡ଼ର ସାହାଯ୍ୟ । କେମିତି ଆଇଡିଆ କାମ ଦେଲା ଜାଞ୍ଜଗିରି-ଚାମ୍ପା ଜିଲ୍ଲାପାଳଙ୍କ କଥା ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ। ତେବେ ରାହୁଲକୁ ଶେଷ ମୁହୁର୍ତ୍ତରେ ଗାତରୁ ଟାଣି ଆଣିଥିଲା ଆଉ ଏକ ବାଳକ । କେମିତି ମୁଣ୍ଡକୁ ଜୁଟିଲା ବୁଦ୍ଧି ?
୮୦ ଫୁଟ ଗାତ ଭିତରୁ ରାହୁଲକୁ କେମିତି କରାଗଲା ଉଦ୍ଧାର ? ସେ କାହାଣୀ ବଖାଣିଛନ୍ତି ଖୋଦ୍ ଜାଞ୍ଜଗିରି ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା । ଅପରେସନରେ ସାମିଲ ଯବାନମାନଙ୍କୁ ସମ୍ବର୍ଦ୍ଧନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆୟୋଜିତ ସଭାରେ ଜିଲ୍ଲାପାଳ କହିଛନ୍ତି, ରାହୁଲ ପାଖେ ପହଞ୍ଚିବାକୁ ସୁଡ଼ଙ୍ଗରେ ବାରମ୍ବାର ପଥର ପଡୁଥିବାରୁ ଆମେ ବେଳେ ବେଳେ ହତୋତ୍ସାହିତ ହେଉଥିଲୁ । ତଥାପି ମୁଖ୍ୟମନ୍ତ୍ରୀ ଫୋନ୍ କରି ଆମ ଉତ୍ସାହ ବୃଦ୍ଧି କରୁଥିଲେ।
ତେବେ ଅଂଜରୁଲ ରାହୁଲର ଉଦ୍ଧାରକାରୀ ଦଳରେ ସାମିଲ ଏହି ବାଳକ ଦେଖାଇ ପାରିଛନ୍ତି କମାଲ । ଜଣେ ସାଧାରଣ ପିଲା କିଭଳି ଅସାଧାରଣ କାମ କରିପାରେ, ତାହା ପ୍ରମାଣ କରି ଦେଖାଇ ପାରିଛନ୍ତି ଏହି ଅଂଜରୁଲ । ଏହି ଅଂଜରୁଲ ଯେେତେବେଳେ ରାହୁଲଙ୍କୁୁ ଉଦ୍ଧାର କରିବା ସମସ୍ତଙ୍କ ପାଇଁ ଚିନ୍ତା ବଢାଇ ଦେଇଥିଲା ସେତେବେଳେ ସମସ୍ତଙ୍କ ପାଇଁ ଦେବଦୂତ ପାଲଟିଥିଲେ ଅଂଜରୁଲ ।
ଶରୀର ପତଳା ହେବା ସହ ନମନୀୟ ବି ଥିଲେ । ରାହୁଲଙ୍କୁ ଉଦ୍ଧାର କାମରେ ପ୍ରାୟ ୫ ଶହ ଲୋକ ଦିନରାତିକୁ ଏକାକାର କରି ଦେଇଥିଲେ । ଆଉ ଏମାନଙ୍କ ମଧ୍ୟରେ ସାମିଲ ଥିଲେ ଅଞ୍ଜରୁଲ । ଅଞ୍ଜରୁଲଙ୍କ ଆଖିରେ ବି ରାହୁଲଙ୍କୁ ଦେଖିବାକୁ ଉକ୍ରଣ୍ଠା ଭରି ରହିଥିଲା । ହାତରେ କମ ସମୟ ଥିଲା । ରାହୁଲ କଥା କହି ପାରୁନଥିଲା କି ଶୁଣିପାରୁନଥିଲା । ଡାକିଲେ କଥା ଶୁଣିବା ସ୍ଥିତିରେ ନଥିଲା । ଅଞ୍ଜରୁଲକୁ ବୋରୱେଲ ଭିତରକୁ ପଠାଇବାକୁ ଯେତେବେଳେ ନିଷ୍ପତି ନିଆ ଯାଇଥିଲା, ବିନା ଦ୍ୱିଧାରେ ସେ ଏହାକୁ ଗ୍ରହଣ କରି ନେଇଥିଲା ।
ତେବେ ସୁଡଙ୍ଗ ଖୋଳାଯିବା ପରେ ବୋରୱଲକୁ କୌଣସି ପଟକୁ ଯିବା ସମ୍ଭବ ନଥିଲା । ଆଉ ଯେତେବେଳେ ଅଞ୍ଜରୁଲକୁ ବୋରୱଲ ଭିତରକୁ ଯିବାକୁ ଜିଲ୍ଲାପାଳ କହିଥିଲେ । ଅଞ୍ଜରୁଲ ହିଁ କରିବା ପରେ ତାକୁ ପ୍ରସ୍ତୁତ କରା ଯାଇଥିଲା । ଅଂଜରୁଲଙ୍କ ଦେହରେ ପିନ୍ଧାଯାଇଥିଲା ସେଫଟି ବେଲଟ । ଆଉ ସେଫଟି ବେଲଟି ପିନ୍ଧି ବୋରୱେଲ ଭିତରୁ ରାହୁଲଙ୍କୁ ଟାଣିଆଣିଥିଲା ଅଞ୍ଜରୁଲ ।
ରାହୁଲ ଉଦ୍ଧାରରେ ଅଞ୍ଜରୁଲର ଭୂମିକା ଭୁରି ଭୁରି ପ୍ରଂଶସା କରିଛନ୍ତି ଜିଲ୍ଲାପାଳ । ରାୟପୁରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଅଞ୍ଜରୁଲଙ୍କ ସମ୍ବର୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ସତରେ ଅଞ୍ଜରୁଲଙ୍କ ସାହସକୁ ସାବାସ ଦେବାକୁ ପଡିବ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।