ରାହୁଳକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ Rahul Rescue ରେ NDRF ଯବାନ ଆପଣେଇ ଥିଲେ ଏହି ଦେଶୀ ଯୁଗାଡ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ୧୦୪ ଘଣ୍ଟାର ଅପରେସନ ଭିତରେ ଲୁଚିଛି ଲୋମଟାଙ୍କୁରା କାହାଣୀ । ଅପରେସନର ଶେଷ ପର୍ଯ୍ୟାୟରେ ନିଆ ଯାଇଥିଲା ଦେଶୀ ଯୁଗାଡ଼ର ସାହାଯ୍ୟ । କେମିତି ଆଇଡିଆ କାମ ଦେଲା ଜାଞ୍ଜଗିରି-ଚାମ୍ପା ଜିଲ୍ଲାପାଳଙ୍କ କଥା ଶୁଣିଲେ ସମସ୍ତେ ‌ଆଶ୍ଚର୍ଯ୍ୟ ହେବେ । ସେପଟେ ଯେଉଁ ବୋରୱେଲ୍ ଭିତରେ ରାହୁଲ ପଡ଼ି ଯାଇଥିଲା ଖୋଳା ଯାଉଥିବା ସମୟରେ ସେ ଗାଁରେ ହିଁ ନଥିଲା ।

ତେବେ ରାହୁଲକୁ ଶେଷ ମୁହୁର୍ତ୍ତରେ ଗାତରୁ ଟାଣି ଆଣିଥିଲା ଆଉ ଏକ ବାଳକ । କେମିତି ମୁଣ୍ଡକୁ ଜୁଟିଲା ବୁଦ୍ଧି ? ୮୦ ଫୁଟ ଗାତ ଭିତରୁ ରାହୁଲକୁ କେମିତି କରାଗଲା ଉଦ୍ଧାର ? ସେ କାହାଣୀ ବଖାଣିଛନ୍ତି ଖୋଦ୍ ଜାଞ୍ଜଗିରି ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା । ଅପରେସନରେ ସାମିଲ ଯବାନମାନଙ୍କୁ ସମ୍ବର୍ଦ୍ଧନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆୟୋଜିତ ସଭାରେ ଜିଲ୍ଲାପାଳ କହିଛନ୍ତି, ରାହୁଲ ପାଖେ ପହଞ୍ଚିବାକୁ ସୁଡ଼ଙ୍ଗରେ ବାରମ୍ବାର ପଥର ପଡୁଥିବାରୁ ଆମେ ବେଳେ ବେଳେ ହତୋତ୍ସାହିତ ହେଉଥିଲୁ ।

ତଥାପି ମୁଖ୍ୟମନ୍ତ୍ରୀ ଫୋନ୍ କରି ଆମ ଉତ୍ସାହ ବୃଦ୍ଧି କରୁଥିଲେ । ତେବେ ଶେଷ ପର୍ଯ୍ୟାୟ ଖନନ ବେଳେ ରାହୁଲ ଉପରେ ପଥର ଖଣ୍ଡ ପଡ଼ିବାର ଆଶଙ୍କା ଥିଲା । କେମିତି ସେଥିରୁ ତାକୁ ସୁରକ୍ଷା ଦେଇହେବ, ସେଥିପାଇଁ ଏକ ଦେଶୀ ଯୁଗାଡରେ ଆଇଡିଆ ଜୁଟିଥିଲା । ଗାତ ଭିତରକୁ ଏକ ଢାଙ୍କୁଣି ଭଳି ଜିନିଷ ରାହୁଲକୁ ଘୋଡ଼ାଇବାକୁ ପକାଇଥିଲୁ । ଆଉ ଅନ୍ତିମ ପର୍ଯ୍ୟାୟରେ ରାହୁଲକୁ ଗାତରୁ ଟେକି ଆଣିବାକୁ ସହମତିରେ ଆଉ ଏକ ବାଳକର ଗୋଡ଼ରେ ଦଉଡ଼ି ବାନ୍ଧି ଓଲଟାଇ ତାକୁ ଗାତ ଭିତରକୁ ଛାଡ଼ିଥିଲୁ ।

ଓଲଟା ଓହଳି ଯାଇଥିବା ବାଳକ ଚଟକରି ରାହୁଲର ହାତ ଧରି ଉଠାଇ ଆଣିଥିଲା । ଲାଗିଲା ଯେମିତି ମନୋବଳ ଆଉ ବିଶ୍ୱାସ ଆଗରେ ବୁଦ୍ଧି ଓ ବଳର ଜିତ୍ ହେଲା । କଥା ହେଉଛି ଯେଉଁ ବୋରେଓ୍ୱଲ୍ ଗାତରେ ରାହୁଲ ଖସି ପଡିଥିଲା,ତାହା ମାତ୍ର ମାସେ ତଳେ ଖୋଳା ଯାଇଥିଲା । ଆଉ ସେତେବେଳେ ରାହୁଲ ତା ପିଉସୀଙ୍କ ଘରେ ଥିଲା, ପିଉସାଙ୍କ ଔଷଧ ଦୋକାନରେ ବସି କେତେବେଳେ ମେଡିସିନ୍ ବଢ଼ାଇ ଦେଉଥିଲା ତ କେତେବେଳେ ଗ୍ରାହକଙ୍କଠୁ ପଇସା ଆଣୁଥିଲା ।

ତେବେ ଗତ ୯ତାରିଖରେ ନିଜ ଗାଁ ଚାମ୍ପା ଜିଲ୍ଲାର ପିରହିଦରେ ପହଞ୍ଚି ତା ପରଦିନ ଦ୍ୱିପହରରେ ବାଡ଼ିରେ ଖେଳୁଥିବାବେଳେ ଅଜାଣତରେ ହଠାତ୍ ବୋରେଓ୍ୱଲ୍ ଭିତରେ ଖସି ପଡ଼ିଥିଲା । ରାହୁଲଙ୍କ ବାପା କହିଛନ୍ତି-ସେ ୧୨୫ଫୁଟ୍ ବୋରେଓ୍ୱଲ୍ ଖୋଳାଇଥିଲେ, କିନ୍ତୁ ପାଣି ନପଡ଼ିବାରୁ ଆଉ ଖୋଳି ନଥିଲେ । କିନ୍ତୁ ଖନନକାରୀ ନିରାଶ ହେବାରୁ ଲଗାଇଥିବା ପାଇପକୁ ବି ନେଇ ଯାଇଥିଲେ ୭୦ ଫୁଟ୍ ପର୍ଯ୍ୟନ୍ତ ୮ ଇଞ୍ଚ ଗୋଲେଇ ଥିବାବେଳେ, ବାକି ତଳକୁ ୬ ଇଞ୍ଚ ଗାତ ରହିଥିଲା ଯାଫଳରେ ରାହୁଲ ୭୦ ଫୁଟ୍ରେ ହିଁ ଅଟକି ଯାଇଥିଲା ।

ସେପଟେ ୧୦୪ଘଣ୍ଟା ଧରି ରାହୁଲ ରେସ୍କ୍ୟୁ ଅପରେସନରେ ସାମିଲ ଉଦ୍ଧାରକାରୀ ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି ଛତିଶଗଡ଼ ସରକାର । ସମସ୍ତ ପ୍ରାଶାସନିକ ଅଧିକାରୀ, ପୋଲିସ, ଅଗ୍ନିଶମ କର୍ମଚାରୀ, ଏସଡିଆରଏଫ୍ ଓ ଏନଡିଆରରଏଫ୍ ଟିମକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବିଶେଷ କରି ଓଡ଼ିଶାରୁ ଯାଇଥିବା ଏସଡିଆରଏଫ୍ ଟିମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ତେବେ ରାହୁଲ୍ ବୋରୱେଲରେ ଫସିବା ପରଠୁ ଉଦ୍ଧାର ଯାଏଁ ସାରା ଦେଶର ନଜରରେ ଥିବା ଚାମ୍ପା ଜିଲ୍ଲାର ପିରହିଦ୍ ଗାଁ ଏବେ ସତେ ଯେମିତି ପାଲଟିଛି ଏକ ଚର୍ଚ୍ଚିତ ସ୍ଥାନ । ରାହୁଲକୁ ଉଦ୍ଧାର ପାଇଁ ଖୋଳା ଯାଇଥିବା ଖନନ ସ୍ଥଳ ଦେଖିବାକୁ ଦିନତମାମ ଲାଗୁଛି ଗହଳି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *