ରାହୁଲକୁ ମାରିଦେଲା ତା’ର ନିଜ ମା’ ! ବାହୁନି କାନ୍ଦୁଛି ଜେଜେ ମା’, ଆଉ ଯାହା କହୁଛି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ଏଇ ବୁଢ଼ୀ ମାଆ ଜଣଙ୍କ ବାହୁନି ବାହୁନି କାନ୍ଦୁଛନ୍ତି ।  କେମିତି ବା କାନ୍ଦିବେନି, କାଖେଇ କୋଳେଇ ନାତି ଟୋକାକୁ ଛୋଟରୁ ବଡ଼ କରିଥିଲେ । ଯେତେବେଳେ ଆଖି ସାମ୍ନାରେ ନାତି ଟୋକାର ଶବ ଦେଖୁଛନ୍ତି, ଆଖି ଫଟାଇ ଲୁହ ଗୁଡାକ ବାହାରକୁ ବାହାରି ଆସୁଛି । ଏଇ କାନ୍ଦ ବୋବାଳି ଭିତରେ ଅଭିଯୋଗ ଆସୁଛି ଯେ,  ସାବତ ମାଆ ଓ ବାପା ମିଶି ପୁଅକୁ ମାରି ଗଛରେ ଝୁଲାଇ ଦେଇଛନ୍ତି ।

ବନ୍ଧୁଗଣ ଯଦି ଏ ଅଭିଯୋଗ ସତ ହୋଇଥାଏ ତା ହେଲେ ବାପା-ମାଙ୍କ ଉପରୁ ପିଲା ମାନଙ୍କ ଭରସା ଉଠିଯିବ । ଯେତେବେଳେ ନାତି ଟୋକା 8 ବର୍ଷର ହୋଇଥିଲା ସେତେବେଳେ ତାକୁ ଅଧା ବାଟରେ ଛାଡି ମା ଚାଲି ଗଲା । ବାପା ପୁଣି ବିବାହ କରିଲା ଆଉ ଘରକୁ ସାବତ ମା ଆଣିଲା ।

ସାବତ ମା ଠାରୁ ମାଆଡ ଖାଇ ଖାଇ ବହୁତ କଷ୍ଟରେ ଦିନ କାଟୁ ଥିଲା ମୃତକ ରାହୁଲ ବେହେରା । ମୃତ ରାହୁଲ ନବାନ ଶ୍ରେଣୀରେ ପାଠ ପଢୁଥିଲା । ମାର ମୃତ୍ୟୁ ପରେ ମାମୁ ଘର ଲୋକ ମାନେ ରାହୁଲକୁ ସ୍ନେହ ଓ ଆଦର କରନ୍ତି । ଗତ କିଛି ଦିନ ତଳେ ରାହୁଲ ଫୋନ କରିଥିଲା ଆଉ କହୁଥିଲା, ଆଈ ମୁଁ ଗୋଟେ ନୂଆ ଫୋନ କିଣିବି । ଆଈ କହୁଥିଲେ ହଁ ତୋତେ ଗୋଟେ ନୂଆ ମୋବାଇଲ କିଣି ଦେବି ।

ହେଲେ କିଛି ଦିନ ପରେ ସ୍କୁଲ ପରିସରରେ ଥିବା ଗଛ ଡାଳରେ ଝୁଲୁଚି ରାହୁଲର ମୃତ ଦେହ । ପାରାଦୀପ ଅଭୟଚାନ୍ଦ ପୁରର ତ୍ରିଲୋଚନ ପୁର ଗାଁ ଦାଣ୍ଡରେ ଲୋକଙ୍କ ଭିଡ ଲାଗିଛି । ଏବେ ମାମୁ ଘର ଲୋକେ କହୁଛନ୍ତି କିଛି ବର୍ଷ ତଳେ ଆମ ଝିଅକୁ ହତ୍ୟା କରିଥିଲା । ଏବେ ପୁଅ ହତ୍ୟା କରି ଗଛରେ ଝୁଲାଇ ଦେଲେ । ଏନେଇ ରାହୁଲର ପିଉସୀ ରାହୁଲର ବାପା ଓ ସାବତ ମା ବିରୋଧରେ ଅଭିଯୋଗ ବି କରିଛନ୍ତି ।

ସେ ଗଣମାଧ୍ୟମ ସାମ୍ନାରେ ଆସି ସମସ୍ତ ଘଟଣା ବିଷୟରେ କହିଛନ୍ତି । ଅନ୍ୟ ପଟରେ ରାହୁଲର ବାପାକୁ ଜେରା କରିଛି ପୋଲିସ ଆଉ ଘଟଣାର ତଦନ୍ତ ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *