ଖାଦ୍ୟ ଖାଇଲା ରାହୁଲ, କିନ୍ତୁ ଉଦ୍ଧାର କାର୍ଯ୍ୟରେ ଉପୁଜିଛି ସମସ୍ୟା, ଦେଖନ୍ତୁ କେମିତି ଅଛି ଏବେ Rahul ସ୍ୱାସ୍ଥ୍ୟବସ୍ଥା, ଦେଖନ୍ତୁ Video (Rahul Rescue Update)

ନମସ୍କାର ବନ୍ଧୁଗଣ ତେବେ ଚତୁର୍ଥ ଦିନରେ ପହଞ୍ଚିଲା ଅପରେସନ ରାହୁଲ । ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁର ରାହୁଲକୁ ଉଦ୍ଧାର ପାଇଁ ଜାରି ରହିଛି ପ୍ରୟାସ । ବଡ ବଡ ପଥର ପାଇଁ ରାହୁଲଙ୍କୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ବୋରୱେଲ ସ୍ଥାନରେ ମାଟି ତଳେ ବଡ ବଡ ପଥର ରହିଛି । ଫଳରେ ଏପର୍ଯ୍ୟନ୍ତ ୮୦ ଫୁଟ ଗାତ ଭିତର ବାହାର କରାଯାଇ ପାରିନି । ତେବେ ୧୦ ଘଣ୍ଟା ହେଲା ରାହୁଲ କିଛି ଖାଇନଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତା ବଢିଛି ।

ସକାଳ ୫ଟାରେ ରାହୁଲ ଦୁଇଟି କଦଳୀ ଖାଇଥିଲା । ମାତ୍ର ଏବେ କିଛି ଖାଉନଥିବା ବେଳେ ତା’ର ଆକ୍ଟିଭିଟି ବି କମିଛି । ଏନଡିଆରଏଫ୍, ଏସଡିଆରଏଫ୍ ଏବଂ ରୋବୋଟିକ୍ ଟିମ୍ ୨୪ ଘଣ୍ଟା ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏଯାଏ ଉଦ୍ଧାରକାରୀ ଦଳକୁ ସଫଳତା ମିଳିନଥିବା ବେଳେ ଟନେଲ ଖୋଳି ରାହୁଲ ପାଖକୁ ଯିବାକୁ ଚେଷ୍ଟା କରାଯାଉଛି ।

ତେବେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଖେଳୁ ଖେଳୁ ବୋର୍‌ୱେଲ୍ ପାଇଁ ବାପା ଖୋଳିଥିବା ଗାତରେ ଗଳିପଡ଼ିଲା ରାହୁଲ । ରାହୁଲ ଜଣେ ଅଟିଜିମ୍ ଶିଶୁ । ଭଲରେ ସେ କଥା କହିପାରେନି । ତେଣୁ କେବଳ ଯାହା ମୁଣ୍ଡ ହାତ ହଲାଇବା ଦେଖାଯାଉଛି କ୍ୟାମେରାରେ । କିନ୍ତୁ ସେ କୌଣସି ଇସାରା କରୁନି । ମଝିରେ ମଝିରେ ହାଲିଆ ହୋଇ ଘୁମେଇ ପଡୁଛି । ଏପରି କି ପାଇପ୍ ମାଧ୍ୟମରେ ରାହୁଲ ପାଖକୁ ଅମ୍ଳଜାନ ପଠାଯାଉଛି ।

ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁର ରାହୁଲ ସାହୁକୁ ଉଦ୍ଧାର ପାଇଁ ଛତିଶଗଡ଼ ପୋଲିସ ସହ ୧୨୦ ଯବାନଙ୍କୁ ନିୟୋଜିତ କରାଯାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟୁଇଟ୍ କରାଯାଇଛି । ଏହାବ୍ୟତୀତ ୩୨ ଏନ୍‌ଡିଆର୍‌ଏଫ୍, ୧୫ ଏସ୍‌ଡିଆର୍‌ଏଫ୍ ଏବଂ ସେନା ଯବାନ ମୁତୟନ ହୋଇଛନ୍ତି ତେବେ ୧୧ ବର୍ଷର କୁନି ପୁଅ ରାହୁଲ ୮୦ ଫୁଟ ଗଭୀର ଗର୍ତ୍ତରେ ଫସି ରହିଛି ଆଉ ନିଜେ ଜୀବନ ପାଇଁ ବି ସଂଘର୍ଷ  କରୁଛି ।

ଗତ ୪୮ ଘଣ୍ଟା ଧରି ବୋରୱେଲରେ ପଡିଥିବା ରାହୁଲକୁ ବଞ୍ଚେଇବା ପାଇଁ ଏବେ ସଂଗ୍ରାମ ଚାଲିଛି । ପରିବାରରେ କାନ୍ଦ ବୋବାଳି ହେଉଥିବା ବେଳେ ସାହାସ ହରେଇନି ବୋରୱେଲରେ ପଡିଥିବା ରାହୁଲ । ବର୍ତ୍ତମାନ ସେ ନିଜେ ବାଲଟିରେ ପାଣି ଭରିବାରେ ସାହାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ସହ ରାହୁଲଙ୍କ ପାଇଁ ଆଗାମୀ ୩-୪ ଘଣ୍ଟା ବେସ ଗୁରୁତ୍ଵପୂର୍ଣ୍ଣ ।

ଜିଲ୍ଲାପାଳର ସ୍ଵତନ୍ତ୍ର ତତ୍ବାବଧାନରେ ରାହୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି । ମେଡିକାଲ ଅଧିକାରୀଙ୍କ ସହ ନିରନ୍ତର ବିଚାର ବିମସ କରାଯାଉଛି ।  କ୍ୟାମେରାରେ ରାହୁଲଙ୍କ ଗତି ବିଧି ଦେଖା ଯାଉଛି । ରାହୁଲଙ୍କୁ ସୁରକ୍ଷିତ ଭାବରେ ବୋରୱେଲରୁ ବାହାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ତେବେ ଚାରି ପଟରେ ବ୍ୟାରେକେଟ ଲଗାଇ ରାତି ସାରା ଉଦ୍ଧାର କାର୍ଯ୍ୟ ଚାଲିଛି ।

ରାତିରେ ଉଦ୍ଧାର କାର୍ଯ୍ୟ ଚାଲି ଥିବାରୁ ଆଲୋକି କରଣ ବ୍ୟବସ୍ଥା ମଧ୍ୟ ହୋଇଛି । ଶହ ଶହ ଅଧିକାରୀ ଓ କର୍ମଚାରୀ ଦଳ କ୍ରମାଗତ ଭାବରେ ଟର୍ନେଲ ତିଆରି କାମରେ ଲାଗି ପଡିଛନ୍ତି । ତେବେ ସେପଟେ ଏନଡିଆରଏଫ ଟିମ ରାହୁଲ ପଡି ଥିବା ଗାତକୁ ଶୀଘ୍ର ପହଞ୍ଚିବା ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *