ନମସ୍କାର ବନ୍ଧୁଗଣ ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ପରେ ତିନିଦିନଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେ ବିବିସି ତରଫରୁ ଆୟୋଜିତ ‘ସ୍ପୋର୍ଟ୍ସ ଓମେନ୍ ଅଫ୍ ଦି ଇୟର’ ଆୱାର୍ଡ଼ ସେରିମୋନିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା ହକି ଦଳକୁ ପୁରସ୍କୃତ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ।
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଜବରଦସ୍ତ ପ୍ରଦର୍ଶନ ପରେ ସାରା ଦେଶ ଭାରତୀୟ ହକିର ପ୍ରାୟୋଜକ ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ସରକାର ଏବଂ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରୁଛି । ତେବେ ସେ ସମସ୍ତଙ୍କୁ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଜୋରଦାର ଢଙ୍ଗରେ ଗୃହରେ ଉପସ୍ଥାପନ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି । ପରେ ମୁଖ୍ୟମନ୍ତ୍ରୀ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲକୁ ଯାଇ ସେଠାରେ ମଧ୍ୟ ବିଜେଡି ଓ ଅନ୍ୟ ଦଳର ସାଂସଦଙ୍କ ସହ କିଛି ସମୟ ବିତାଇଥିଲେ ।
ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିବାର ସୂଚନା ମିଳୁଛି । ତେବେ କିନ୍ତୁ ଶୁଣିବାକୁ ମିଳୁଛି କି ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଅସମ୍ଭବ ସଫଳତା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସୀ ନାହାନ୍ତି । ଓଲଟି ନିଜ ଦଳର କିଛି ନେତା ଓ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକଳାପକୁ ନେଇ ସେ ରାଗ ଗରଗର ହେଉଥିବା ବିଜେଡି ଅନ୍ଦର ମହଲରେ ଚର୍ଚ୍ଚା ଜୋରସୋରରେ ଚାଲିଛି ।
ବିଗତ ଦୁଇ ନିର୍ବାଚନରେ ଯେଉଁ ନେତା ମାନେ ନିଜ ସମର୍ଥକଙ୍କୁ ମଇଦାନ ଉପରେ ଓଲହାଇ ବିଜେଡି ପ୍ରାର୍ଥୀ ମାନଙ୍କୁ ହରାଇବା ପାଇଁ ଚେଷ୍ଟା କରିଥିଲେ ସେମାନେ ସମସ୍ତେ ଏବେ ବିଜେଡି ସୁପ୍ରିମଙ୍କ ସ୍କାନରରେ ରହିଥିବା ଆଲୋଚନା ହେଉଛି । ତେବେ ଏମାନଙ୍କୁ ଆଦୌ କ୍ଷମା କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକେତ ଦେଇ ସାରିଛନ୍ତି । ଏହା ପରେ ମମିତା ମେହେର କେସ ପରି ଆଉ କ୍ଯେମରା ମ୍ୟାନ ମାନସ ସ୍ଵାଇଁ ହତୟା ଘଟଣାକୁ ନେଇ ଜଣେ ଦୁଇଜଣ ମନ୍ତ୍ରୀଙ୍କ ସମ୍ପୃକ୍ତି ନବୀନଙ୍କ ପାଇଁ ଭୀଷଣ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ତେବେ ଯେଉଁ ମନ୍ତ୍ରୀ ମାନେ ଏଭଳି କାର୍ଯ୍ୟ କରୁଛନ୍ତି ଏହାର ସମସ୍ତ ଦୋଷ ନବୀନଙ୍କ ଉପରକୁ ଯାଉଛି । ମାନସ ସ୍ଵାଇଁ ହତୟା କାଣ୍ଡ ସହିତ ମାହଙ୍ଗା ଏବଂ ମମିତା ପ୍ରସଙ୍ଗ ପୁଣି ଥରେ ଏବେ ଉଠିଛି । ତେବେ ମୁଣ୍ଡ ଉପରେ ନିର୍ବାଚନ ଥିବା କାରଣରୁ ନବୀନ କିଛି ନେତା ଓ ମନ୍ତ୍ରୀ ମାନଙ୍କୁ ବରଦାସ୍ତ କରୁଥିଲେ ହେଲେ ଏବେ ସେ ସମୟ ନାହିଁ । ବିଜେଡି ସଭାପତି ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛନ୍ତି ତେଣୁ ସେ ଯଥେଷ୍ଟ କିଛି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଆଲୋଚନା ହେଉଛି ।
ଦିଲ୍ଲୀ ଗସ୍ତରୁ ଫେରିବା ପରେ ନବୀନ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରିପାରନ୍ତି ବୋଲି ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ତେବେ କେତେକ ବିବାଦୀୟ ମନ୍ତ୍ରୀ ବଳି ପଡିବା ସହିତ କେତେକ ବିଧାୟକଙ୍କୁ ସେ ପୁରସ୍କୃତ କରିପାରନ୍ତି ବୋଲି ଆଲୋଚନା ଚାଲିଛି । ଏହା ଛଡା ପଞ୍ଚାୟତ ଓ ପୌର ନିର୍ବାଚନର ଶ୍ରେୟ ଯେଉଁ ମାନେ କିଛି ବିଜେଡି ବିଧାୟକ ଏବଂ କିଛି ଅଫିସରଙ୍କୁ ଦେଉଛନ୍ତି ସେମାନଙ୍କୁ ବି କୁଆଡେ ନବୀନ ଚକମା ଦେଖାଇ ଦେବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।