ନମସ୍କାର ବନ୍ଧୁଗଣ ତେବେ ଦଶହରାକୁ ନେଇ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର, ରଙ୍ଗିନ ଆଲୋକମାଳା ସାଙ୍ଗକୁ ସୁଉଚ୍ଛ ତୋରଣରେ ସଜେଇ ହୋଇଛି ପୂଜାମଣ୍ଡପ । ନବରାତ୍ରୀ ଅବସରରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଦାଣ୍ଡିଆ ନୃତ୍ୟର ମଧ୍ୟ ଆୟୋଜନ କରାଯାଉଛି, ସନ୍ଧ୍ୟା ହେଲେ ଦାଣ୍ଡି ନୃତ୍ୟରେ ମସଗୁଲ ହେଉଛନ୍ତି ରାଜଧାନୀବାସୀ । ହିନ୍ଦୀ ଓଡ଼ିଆ ନୂଆ ପୁରୁଣା ଗୀତର ତାଳେ ତାଳେ ଦାଣ୍ଡିଆ ଖେଳୁଛନ୍ତି ଯୁବପିଢି ।
ଜନତା ମଇଦାନରେ ଦାଣ୍ଡିଆ ଖେଳର ଆୟୋଜନ କରାଯାଇଥିବାବେଳେ ଏଠାରେ ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଗହଳି । ଡିଜେ ବାଜିବା ସହ ହାତରେ ଦାଣ୍ଡିଆ ଧରି ଝୁମିବାରେ ଲାଗିଛନ୍ତି ଓଡ଼ିଉଡର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ତେବେ ଏହି କଥାଟିକୁ ଅନୁଭବ-ବର୍ଷାଙ୍କ ଫ୍ୟାନ୍ସ ସହଜରେ ବିଶ୍ୱାସ କରିବେ ନାହିଁ । ମାତ୍ର ଏନେଇ ଏକ ଭିଜୁଆଲ ସାମ୍ନାକୁ ଆସିଛି ।
ଅନୁଭବ-ବର୍ଷା ଦାଣ୍ଡିଆର ତାଳେତାଳେ ଖୁସିରେ ମତୁଆଲା ହେଉଥିବା ଦେଖାଯାଉଛି । ଲାଗୁଥିଲା ସତେ ଯେମିତି ପାରିବାରିକ ବିବାଦକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି ଏହି ଷ୍ଟାର ଦମ୍ପତି।
ତେବେ ଗୋଟିଏ ପଟେ ବର୍ଷା ଦାଣ୍ଡିଆର ମଜା ଉଠାଉଥିବା ବେଳେ ଅନ୍ୟପଟେ ଅନୁଭବ ମଧ୍ୟ ମଧ୍ୟ ବହୁତ ଖୁସିରେ ଦାଣ୍ଡିଆ ଖେଳୁଛନ୍ତି ।
ଦୁହେଁ ନିଜ ନିଜ ଜୀବନରେ ଖୁସି ଥିବା ଏହି ଦୃଶ୍ୟରୁ ଜଣାପଡ଼ୁଛି । ସେମାନଙ୍କର ମନରେ ଦୁଃଖ କମ୍ ଆଉ ଖୁସି ବେଶି ରହିଥିବା ଦେଖାଯାଉଛି । ତେବେ ଏହା ବିଛେଦର ଖୁସି ନା ନବରାତ୍ରୀର ଖୁସି ସେନେଇ ଫ୍ୟାନ୍ସଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ । ତେବେ ଗତ ୨ ତାରିଖରେ ବର୍ଷା ନିଜ ଶାଶୂଘର ଛାଡ଼ିଥିଲେ । ଅନ୍ୟପଟେ ପୋଲିସ ଉପସ୍ଥିତିରେ ଘରେ ପ୍ରବେଶ କରିବା ପାଇଁ ଅନୁଭବ ପୁରୀଘାଟ ଥାନାରେ ଲିଖିତ ନିବେଦନ କରିଥିଲେ ।
ବର୍ଷା ଶାଶୂଘର ଛାଡ଼ି ଅନ୍ୟତ୍ର ରହିବା ପାଇଁ ପୂର୍ବରୁ ଅନୁଭବଙ୍କ ପକ୍ଷରୁ ଏସଡିଜେଏମଙ୍କ କୋର୍ଟରେ ମାମଲା ଦାୟର ହୋଇଥିଲା । ଉକ୍ତ ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ଘରଭଡ଼ା ବାବଦକୁ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏକମାସ ମଧ୍ୟରେ ଘର ଛାଡ଼ିବାକୁ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏସଡିଜେଏମଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ଜିଲ୍ଲା ଜଜ୍ କୋର୍ଟ ଯାଇଥିଲେ । ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲ୍ଲା ଜଜ୍ ସ୍ଥଗିତା ଦେଶ ଦେଇଥିଲେ । ଶାଶୂଘର ଛାଡ଼ିବା ପାଇଁ ବର୍ଷା ଜିଲ୍ଲା ଜଜ୍ କୋର୍ଟରେ ଜଣାଇବା ପରେ ଉକ୍ତ ମାମଲାର ଅନ୍ତ ଘଟିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।