Bollywood ଅଭିନେତ୍ରୀ Radhika Madan ଙ୍କ ବଡ ଖୁଲାସା, କହିଲେ, “ପ୍ରଥମ ସୁଟ ରେ ହିଁ ନେବାକୁ ପଡିଥିଲା ଗର୍ଭ ନିରୋଧକ ବଟିକା…”

ବଲୀଉଡ ଇଣ୍ଡଷ୍ଟ୍ରିରେ କାମ କରିବା ଓ ସଫଳ ହେବା ସହଜ କଥା ନୁହେଁ । ଏହା ତାଙ୍କ ପାଇଁ ଆହୁରି କଷ୍ଟ ଯେଉଁ କଳାକାରମାନଙ୍କର ଏହି ଇଣ୍ଡଷ୍ଟ୍ରି ସହ କୌଣସି ସମ୍ପର୍କ ନାହିଁ, ତାଙ୍କରି ମଧ୍ୟରୁ ଜଣେ ଅଟନ୍ତି ରାଧିକା ମଦାନ । ରାଧିକାଙ୍କ ବଲୀଉଡ ଯାତ୍ରା ଏତେ ସହଜ ନ ଥିଲା । ରାଧିକା ପ୍ରଥମେ ଛୋଟ ପରଦାରେ ନଜର ଆସିଥିଲେ । ନିଜର ଦମଦାର ଅଭିନୟ ପାଇଁ ସେ ସମସ୍ତଙ୍କର ପସନ୍ଦିତା ଅଭିନେତ୍ରୀ ହୋଇ ଯାଇ ଥିଲେ । ଆଜି ସେ ବଲୀଉଡର ଅଭିନେତ୍ରୀ ହୋଇ ଯାଇଛନ୍ତି ।

କିନ୍ତୁ ବର୍ତ୍ତମାନ ତାଙ୍କର ଏକ ଆଶ୍ଚର୍ଯ୍ୟକର ବୟାନ ସାମ୍ନାକୁ ଆସିଛି । ଯାହା ତାଙ୍କୁ ରାତା ରାତି ଚର୍ଚିତ କରି ଦେଇଛି । କିଛି ଦିନ ତଳେ ରାଧିକା ମଦାନ ଏକ ଇଣ୍ଟରଭିୟୁରେ ଏମିତି କିଛି ଥିଲେ କି ତାଙ୍କ ପିତା ବି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । ରାଧିକା ମଦାନ କଲର୍ସ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ ‘ମେରୀ ଆଶିକି ତୁମ ସେ ହି’ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ।

ସେହି ସିରିଏଲରେ ସେ ମୁଖ୍ୟ ଅଭିନେତ୍ରୀ ଥିଲେ । ଏହି ସିରିଏଲରେ ରାଧିକାଙ୍କ ପ୍ରେମ କାହାଣୀ ବହୁତ ପସନ୍ଦ କରାଯାଇ ଥିଲା । ଏହା ପରେ ରାଧିକାଙ୍କୁ ବଲୀଉଡରେ ‘ପାଟଖା’ ଫିଲ୍ମରୁ ପ୍ରଥମ ବ୍ରେକ ମିଳିଲା । କିନ୍ତୁ ରାଧିକାଙ୍କ ଅନୁସାରେ ତାଙ୍କର ପ୍ରଥମ ଫିଲ୍ମ ‘ମର୍ଦ କୋ ଦର୍ଦ ନହିଁ ହୋତା’ ଥିଲା ।

କିନ୍ତୁ ପାଟଖାର ଶୁଟିଙ୍ଗ ପ୍ରଥମେ ସମାପ୍ତ ହୋଇଯାଇ ଥିଲା, ସେଥିପାଇଁ ତାଙ୍କର ଏହି ଫିଲ୍ମ ଡେବ୍ୟୁ ଫିଲ୍ମ ହୋଇ ଗଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଅଭିନେତ୍ରୀ ରାଧିକା ନିଜର ଫିଲ୍ମି କ୍ଯାରିୟରରେ ପ୍ରଥମ ଶଟରେ ଗର୍ଭନିରୋଧକ ଔଷଧ କିଣି ଥିଲେ । ରାଧିକା କହିଲେ କି, ମୋତେ ପ୍ରଥମ ଶଟ ପାଇଁ କନ୍ଟ୍ରାସେପ୍ଟିବ ଔଷଧ କିଣିବା ପାଇଁ କୁହାଯାଇ ଥିଲା । ସେହି ସମୟରେ ମୋର ମାତା ପିତା ମୋତେ ସରପ୍ରାଇଜ ଦେବା ପାଇଁ ମୋ ପାଖକୁ ଆସି ଥିଲେ ।

ଯେତେବେଳେ ବାପା ଏହି ଔଷଧ ଦେଖିଲେ ତେବେ ତାଙ୍କୁ ବହୁତ ଅଜବ ଲାଗି ଥିଲା । କୌଣସି ବି ପିତା ପାଇଁ ତାର ଝିଅ ଗର୍ଭନିରୋଧକ ଔଷଧ ଖାଇବା ବହୁତ ବଡ କଥା ହୋଇଥାଏ । ରାଧିକା ଇଣ୍ଟରଭିୟୁରେ କହିଥିଲେ କି ବାପା ମୋର ପ୍ରଥମ ସୁଟକୁ ନେଇ ଲୋକମାନଙ୍କୁ କଣ କହିବେ, ଏହା ଚିନ୍ତା କରି କରି ମୁଁ ବହୁତ ଅସମଞ୍ଜସ୍ୟରେ ପଡି ଯାଇ ଥିଲି । ମୋତେ ଲାଗୁ ଥିଲା କି ସେ ମୋର ପ୍ରଥମ ଶଟ ଦେଖି ମୋର ବହୁତ ପ୍ରଶଂସା କରିବେ କିନ୍ତୁ ସେହି ସମୟରେ ଏମିତି କିଛି ବି ହୋଇ ନ ଥିଲା ।’

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *