ବନ୍ଧୁଗଣ ଓଡିଶାର ଲୋକପ୍ରିୟ ଯୋଡି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ତେବେ ଏହି ଦୁଇଜଣଙ୍କର ଲଭ ଷ୍ଟୋରି ବିଷୟରେ ସାରା ଓଡିଶା ଜାଣିଛି ହେଲେ ଏହି ଦୁଇଜଣଙ୍କ ଲଭର ଏଣ୍ଡ କେମିତି ହେଇଥିଲା ତାହା ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସିଦ୍ଧାନ୍ତ ମହାପାତ୍ର ଆଉ ରଚନା ବାନାର୍ଜୀଙ୍କ ଲଭ ଷ୍ଟୋରି ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ନିଶ୍ଚୟ ଜାଣିଥିବେ । ସିଦ୍ଧାନ୍ତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ସେ ହେଉଛନ୍ତି ଓଡିଶାର ଏକ ମାତ୍ର ଅଭିନେତା ଯିଏ 7ଟି ଷ୍ଟେଟ ଫିଲ୍ମ ଆୱାର୍ଡ ଜିତି ଛନ୍ତି । ସେହି ପରି ରଚନା ବାନାର୍ଜୀ ଜଣେ ବଙ୍ଗଳା ଅଭିନେତ୍ରୀ ଅଟନ୍ତି ।
ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । କେବଳ ଓଡିଆ ନୁହେଁ ଆଜ୍ଞା ସେ ତାମିଲ, ତେଲୁଗୁ ଓ ହିନ୍ଦୀ ଫିଲ୍ମ ମଧ୍ୟ କରିଛନ୍ତି । ରଚନା ବାନାର୍ଜୀ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ 1994 ମସିହାରେ ପାଦ ଦେଇଥିଲେ ତାଙ୍କର ପ୍ରଥମ ଫିଲ୍ମ ଥିଲା ପଥର ଖସୁଛି ବଡ ଦେଉଳୁ । ଏହି ଫିଲ୍ମରେ ହିଁ ପ୍ରଥମ ଥର ପାଇଁ ରଚନା ସିଦ୍ଧାନ୍ତଙ୍କ ସହ ସାକ୍ଷାତ କରିଥିଲେ । ସେଇଠୁ ତାଙ୍କର ଲଭ ଷ୍ଟୋରି ଆରମ୍ଭ ହୋଇଯାଇଥିଲା ।
ଏହା ପରେ ଉଭୟ ସିଦ୍ଧାନ୍ତ ଆଉ ରଚନା ଏକା ସହ ଅନେକ ଫିଲ୍ମ କରିଲେ ଆଉ ଉଭୟଙ୍କ ଯୋଡିକୁ ମଧ୍ୟ ଦର୍ଶକ ବହୁତ ଅଧିକ ପସନ୍ଦ କରିଲେ । 1994 ମସିହାରୁ 2002 ମସିହା ପର୍ଯ୍ୟନ୍ତ ଉଭୟ ସିଦ୍ଧାନ୍ତ ଆଉ ରଚନା ସ୍ଵାମୀ-ସ୍ତ୍ରୀ ଭଳି ମିଶିକି ରହୁଥିଲେ । ଉଭୟ ବିବାହ କରିବେ ବୋଲି ମଧ୍ୟ ସ୍ତିର କରିଥିଲେ । ହେଲେ ସେହି ସମୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା ।
ଏହା ପରେ ରଚନା ବାନାର୍ଜୀ ବଙ୍ଗଳା ଚାଲି ଗଲେ ଆଉ ସିଦ୍ଧାନ୍ତଙ୍କ ଠାରୁ ସବୁଦିନ ପାଇଁ ଦୂରେଇ ଗଲା । ପରବର୍ତ୍ତୀ ସମୟରେ ସିଦ୍ଧାନ୍ତ ଓଡିଆ ଅଭିନେତ୍ରୀ ମାମା ମିଶ୍ରଙ୍କ ସହ ବିବାହ କରିଲେ ଆଉ ରଚନା ବଙ୍ଗଳା ଅଭିନେତା ପ୍ରବୁଲ ବାସୁଙ୍କ ସହ ବିବାହ କରିଲେ । ତେବେ ଏଭଳି ଭାବରେ ରଚନା ଆଉ ସିଦ୍ଧାନ୍ତଙ୍କର ବ୍ରେକ ଅପ୍ ହେଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରଚନା ଆଉ ସିଦ୍ଧାନ୍ତଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।