ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି 1 ଜିନିଷ, ଘରକୁ ଆସିଥାଏ ଭୟଙ୍କର ଦରିଦ୍ରତା

ନମସ୍କାର ବନ୍ଧୁଗଣ ତେବେ ଆମେ ସମସ୍ତେ ଜାଣିଛୁ ଯେ ସୌର ମଣ୍ଡଳ ର ସମସ୍ତ ଗ୍ରହ ନିଜର ଉର୍ଜା ସୂର୍ଯ୍ୟଦେବ ଙ୍କ ଠାରୁ ହିଁ ଗ୍ରହଣ କରିଥାନ୍ତି । ଆମେ ଏହା ମଧ୍ୟ ଜାଣିଛୁ ଯେ ଆମ କୁଣ୍ଡଳୀ ରେ କୌଣସି ନା କୌଣସି ଗ୍ରହ ର ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଆମ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ । ଏଥିପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ ଯେପରି ଆମ ଗ୍ରହ ସର୍ବଦା ଶାନ୍ତ ରହୁ ବୋଲି । ଏଥିପାଇଁ ଆମେ ବୁଧବାର ଦିନ ବୁଧ ଗ୍ରହ, ଗୁରୁବାର ଦିନ ବୃହସ୍ପତି ଗ୍ରହ, ଶୁକ୍ରବାର ଦିନ ଶୁକ୍ର ଗ୍ରହ ଏବଂ ଶନିବାର ଦିନ ଭଗବାନ ଶନିଦେବ ଙ୍କ ଆରାଧନା କରିଥାଉ ।


କିନ୍ତୁ ଯେତେବେଳେ ରବିବାର ଦିନ ର କଥା ଉଠିଥାଏ ତେବେ ଆମେ ସେହି ଦିନକୁ କେବଳ ଛୁଟି ର ଦିନ ବୋଲି ଭାବି ଆରାମ କରିଥାଉ । ରବିବାର ଦିନ ସୂର୍ଯ୍ୟଦେବ ଙ୍କ ବାର ବୋଲି ମାନା ଯାଇଥାଏ । କିନ୍ତୁ ଆମେ ଏହି ଦିନ ଛୁଟି ଦିନ ଭାବି କିଛି ଅନୁଚିତ କାର୍ଯ୍ୟ କରିଥାଉ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଯାହା ରବିବାର ଦିନ କରିବା ଆଦୋୖ ଉଚିତ ହୋଇନଥାଏ ଏବଂ କେଉଁ ଜିନିଷ ଖାଇବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ରବିବାର ଦିନ କେଉଁ କାର୍ଯ୍ୟ କରିବା ଅନୁଚିତ-

୧- ପ୍ରଥମ ରେ ରବିବାର ଦିନ କେବେବି ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଅନିଷ୍ଠ ହୋଇଥାଏ । ଯଦି ଆପଣ ଚାହିଁବେ ତେବେ ଏହି ଦିନ ଓସ୍ତ ଗଛ ମୂଳରେ ଘିଅ ଦୀପ ଲଗାଇ ପାରିବେ ଅଥବା ଧୂପ ଦୀପ ଲଗାଇ ପାରିବେ । କିନ୍ତୁ ଏହି ଦିନ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରିବା ଆଦୋୖ ଉଚିତ ନୁହେଁ ।

୨- ଦ୍ଵିତୀୟ ରେ ହେଉଛି ପ୍ରାୟତଃ ବ୍ୟକ୍ତି ରବିବାର ଦିନ ବିଳମ୍ବ ପର୍ଯ୍ୟନ୍ତ ଶୋଇଥାନ୍ତି । କିନ୍ତୁ ଯଦି ଆପଣ ସୂର୍ଯ୍ୟଦେବ ଙ୍କ କୃପାଦୃଷ୍ଟି ଲାଭ କରିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ସୂର୍ଯୋଦାୟ ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତୁ ଏବଂ ସ୍ନାନ କରନ୍ତୁ । ଏହାପରେ ଏକ ତମ୍ବା ର ଲୋଟା ରେ ଚାଉଳ ଓ କୁମକୁମ ର ଜଳ କୁ ସୂର୍ଯ୍ୟଦେବ ଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ସୂର୍ଯ୍ୟଦେବ ଙ୍କ ଆଶୀର୍ବାଦ ଅବଶ୍ୟ ପ୍ରାପ୍ତ ହୋଇଥାଏ ।

୩- ତୃତୀୟ ରେ ରବିବାର ଦିନ କେବେବି କେଶ କାଟନ୍ତୁ ନାହିଁ ଅଥବା କେଶରେ ତେଲ ଲଗାନ୍ତୁ ନାହିଁ । ଏହା ଅନୁଚିତ ଅଟେ । ଏହା ସହିତ ସୂର୍ଯ୍ୟ ଦେବ ଙ୍କ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଆପଣ ସୂର୍ଯ୍ୟଦେବ ଙ୍କୁ ରାଶି ତେଲ ଅବଶ୍ୟ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଠାରୁ ଆପଣ ମୁକ୍ତି ପାଇ ପାରିବେ ।

ରବିବାର ଦିନ କଣ ଖାଇବା ଅନୁଚିତ-

୧- ପ୍ରଥମ ଜିନିଷ ଟି ହେଉଛି ‘ମସୁର ଡାଲି’ । ଶାସ୍ତ୍ର ଅନୁସାରେ ରବିବାର ଦିନ ମସୁର ଡାଲି ଖାଇବା ଆଦୋୖ ଉଚିତ ନୁହେଁ । ଏହାକୁ ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀ ରେ ଦେଖା ଯାଇଥାଏ । ରବିବାର ସୂର୍ଯ୍ୟ ଦେବ ଙ୍କ ଦିନ ଅଟେ । ତେଣୁ ସୂର୍ଯ୍ୟ ଦେବ ଙ୍କ ଉପାସକ ମାନେ ଏହି ଦିନ ମସୁର ଡାଲି ଖାଇବା ଅନୁଚିତ ଅଟେ ।

୨- ଦ୍ଵିତୀୟ ରେ ପିଆଜ ଓ ରସୁଣ’ । ଏହା ତାମସିକ ଭୋଜନ ଅଟେ । ତେଣୁ ଏହି ଦିନ ପିଆଜ ଓ ରସୁଣ ର ସେବନ କରିବା ଅନୁଚିତ । ଏହା ସହିତ ‘ନାଲି ଶାଗ’ ମଧ୍ୟ ସେବନ କରିବା ଉଚିତ ନୁହେଁ । କାରଣ ଏହା ଶୀଘ୍ର ଉଠି ଶୀଘ୍ର ନଷ୍ଟ ହୋଇଯାଏ । ତେଣୁ ଅଳ୍ପ ଆୟୁ ଥିବା ଏହି ଶାଗ ର ସେବନ କରିବା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଅଟେ ।


୩- ତୃତୀୟ ରେ ମାଛ । ତେବେ ଆମ ଶାସ୍ତ୍ର ଅନୁସାରେ ଆମିଷ ର ସେବନ କୁ ସମ୍ପୂର୍ଣ୍ଣ ରୂପରେ ଅନୁଚିତ ବୋଲି କୁହା ଯାଇଛି । କିନ୍ତୁ ଯେଉଁ ବ୍ୟକ୍ତି ଆମିଷ ଖାଆନ୍ତି ସେମାନେ ରବିବାର ଦିନ ମାଛର ସେବନ କରନ୍ତୁ ନାହିଁ । ଏହା ସହିତ ଯେଉଁ ଜିନିଷ ଅଳ୍ପାୟୁ ହୋଇଥାଏ ସେହି ଜିନିଷ ମଧ୍ୟ ରବିବାର ଦିନ ଭୁଲ ରେ ବି ଖାଆନ୍ତୁ ନାହିଁ ।

୪- ଚତୁର୍ଥ ଜିନିଷ ଟି ହେଉଛି, ‘ରାଶି ତେଲ’ । ରବିବାର ଦିନ ସୂର୍ଯ୍ୟଦେବ ଙ୍କୁ ରାଶି ତେଲ ଅର୍ପଣ କରନ୍ତୁ କିନ୍ତୁ କୌଣସି ଭୋଜନ ରେ ଏହାର ଉପଯୋଗ ବା ସେବନ କରନ୍ତୁ ନାହିଁ । ଯଦି ଆପଣ ସୁସ୍ଥ ଓ ନିରୋଗ ରହିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ଲୁଣ ଓ ରାଶିତେଲ ଭୋଜନ ରେ ଉପଯୋଗ କରନ୍ତୁ ନାହିଁ ।  ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *