ନମସ୍କାର ବନ୍ଧୁଗଣ ତେବେ ଯୁଆଡେ ଦେଖିବେ ପୁଷ୍ପା, ପୁଷ୍ପା ଆଉ ପୁଷ୍ପାର କ୍ରେଜ । ପୁଷ୍ପାରେ ଅଲୁ ଅର୍ଜୁନଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରିଛନ୍ତି, ସେତିକି ଏହାର ଗୀତ ଓ ଡାନ୍ସକୁ ବି ସେତେ ଗ୍ରହଣ କରିଛନ୍ତି । ପୁଷ୍ପା ହିନ୍ଦି ରିଲିଜ୍ ଆଜି ସୁଦ୍ଧା ୯୦ କୋଟିରୁ ଅଧିକ ବ୍ୟବସାୟ କରିଛି । ସାରା ଭାରତରେ ଏହା ୩୫୦ କୋଟିରୁ ଅଧିକ କଲେକ୍ସନ କରିଛି । ତେଲୁଗୁ, ତାମିଲ, ମାଲାୟାଲାମ, କନ୍ନଡ଼ରେ ବି ଏହା ଲୋକଙ୍କୁ ପ୍ରଭାବିତ କରୁଛି ।
ତେବେ ହେଲେ ତେଲୁଗୁ ଫିଲ୍ମକୁ ନେଇ ଉତ୍ତର ଭାରତରେ ଏତେ ଉତ୍ସାହ ବୋଧେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ପୂର୍ବରୁ ପ୍ରଭାସଙ୍କ ବାହୁବଳୀ ସିରିଜ୍ ସବୁ ରେକର୍ଡ ଭାଙ୍ଗିଥିଲା । ବାହୁବଳୀ ଅନ୍ୟ ଫିଲ୍ମ୍ ପାଇଁ ଟ୍ରେଣ୍ଡ ସେଟର ଥିଲା । ତେବେ ଏଥିରେ ବଡ଼ ଭୂମିକା ଥିଲା ନିର୍ଦ୍ଦେଶକ ରଜମୋଲିଙ୍କ । ଉତ୍ତର ଭାରତରେ ଓ ନିଜ ପୂର୍ବ ନିର୍ଦ୍ଦେଶନା ପାଇଁ ରାଜମୋଲିଙ୍କ ଫିଲ୍ମକୁ ଲମ୍ବା ସମୟ ପାଇଁ ପ୍ରୋମୋସନ ମିଳିଥିଲା ।
ତେବେ ପୁଷ୍ପାକୁ ରିଲିଜ୍ କରାଇବା ପୂର୍ବରୁ ପ୍ରତିଟି ଟ୍ରେଲର ଆଉ ଏହାର ଡାଇଲଗକୁ ହିନ୍ଦୀରେ ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ଅପଲୋଡ଼ କରାଯାଇଥିଲା । କରୋନା କଟକଣା ଥିବାରୁ ଏସବୁ ଅନଲାଇନରେ ହିଟ୍ ମଧ୍ୟ ହେଇଥିଲା । ସେହିପରି ଅଲୁ ଅନ୍ୟ ଦକ୍ଷିଣ ଭାରତୀୟ ଷ୍ଟାରଙ୍କଠୁ ଭିନ୍ନ । ନିଜ ୟୁନିକ ଫାଇଟ୍, ଷ୍ଟାଇଲିସ୍ ଗେଟଅପ୍, ପ୍ରତି ଫିଲ୍ମରେ ନୂଆ ଚରିତ୍ର ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଛି ।
ସେଥିପାଇଁ ତ୍ ପୁଷ୍ପା ଏବେ ହଲିଉଡର ସ୍ପାଇଡର ମ୍ୟାନ ଓ ହିନ୍ଦୀ ଫିଲ୍ମ ୮୩କୁ ପଛରେ ପକାଇଛି । କରୋନା କଟକଣା ସତ୍ତ୍ୱେ ଆଜି ବି ହଲରେ ପୁଷ୍ପା ଦେଖିବାକୁ ଲୋକଙ୍କ ଭିଡ ଜମୁଛି ।ତେବେ ଏହି ପୁଷ୍ପା ଫିଲ୍ମ ର ଡାଏଲଗ ପୁଷ୍ପା.. ପୁଷ୍ପା ରାଜ ଝୁକେଗା ନେହି କୁ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଧରିଛି । ଛୋଟ ରୁ ବଡ଼ ଏବଂ ସାଧାରଣ ଲୋକଙ୍କ ଠାରୁ ସେଲିବ୍ରେଟି ମାନେ ସମସ୍ତେ ଏହି ଡାଏଲଗ କହୁଛନ୍ତି ।
ତେବେ ୟୁଟୁବୁ ରେ ଜଣେ ମିଷ୍ଟର ଅନିଲ ନାମକ ଜଣେ ବ୍ୟକ୍ତି ଏହି ପୁଷ୍ପା ଫିଲ୍ମ ଏବଂ ଡାଏଲଗ କୁ ନେଇ କମେଡି କରିଛନ୍ତି । ତେବେ ସେ କହିଛନ୍ତି କି ଏହି ପୁଷ୍ପା ପୁଷ୍ପା ଶୁଣି ମୁଁ ପାଗଳ ହୋଇଯିବି । ପୁଷ୍ପା ଫିଲ୍ମ ଦେଖି ଭୁଲ କଲି ମୋ ପ୍ରଥମ ସ୍ତ୍ରୀ କଥା ମନ ପଡୁଛି ତା ନାଁ ବି ପୁଷ୍ପା ସେ ମୋତେ ଛାଡ଼ି ପଳେଇଲା ।
ଏବେ ମୋତେ ଆଉ ଝିଅ ବି ମିଳୁ ନାହାନ୍ତି କିଏ କାହା ସହ ପଳେଇଲା କିଏ କାହା ସହ ଚାଟିଂ କରୁଛନ୍ତି । ମୁଁ ଆଉ ଏହି ଫିଲ୍ମ ଦେଖିବି ନାହିଁ । ତେବେ ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ଖୁବ ହସୁଛନ୍ତି ମଧ୍ୟ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।